rape case
ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ପ୍ରଜ୍ୱଳ ରେବନ୍ନା । ପ୍ରଜ୍ୱଳ ହେଉଛନ୍ତି ଜନତା ଦଳ (ଏସ୍ )ର ଜଣେ ପୂର୍ବତନ ସାଂସଦ । ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ଓ ଦାଦା ପୂର୍ବତନ ମୁଖ୍ୟମନ୍ତ୍ରୀ ।
ମାମଲା ଦାୟର ହେବାର ମାତ୍ର ୧୪ ମାସ ମଧ୍ୟରେ ରାୟ ଶୁଣାଇଛନ୍ତି ଅଦାଲତ । ରେବନ୍ନାଙ୍କ ନାଁରେ ଅଭିଯୋଗ ଥିଲା ଯେ, ସେ ପ୍ରଥମେ ମହିଳାମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଏବଂ ପରେ ଭିଡିଓ ତିଆରି କରି ସେମାନଙ୍କୁ ବ୍ଲାକମେଲ କରୁଥିଲେ। ଜନତା ଦଳ ସେକୁଲାର (ଜେଡିଏସ)ର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ଅଦାଲତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ରେବନ୍ନାଙ୍କ ଦଣ୍ଡାଦେଶର ପରିମାଣ ଉପରେ ଆସନ୍ତା କାଲି କୋର୍ଟ ରାୟ ଶୁଣାଇବେ।
କୋର୍ଟ ରୁମରେ ରାୟ ଶୁଣାଯିବା ପରେ ରେବନ୍ନା କାନ୍ଦି ପକାଇଥିଲେ । ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ କରିବା ଏବଂ ଭିଡିଓ ତିଆରି କରିବାର ଅଭିଯୋଗ ଆଣିଥିଲେ।
ରେବନ୍ନା ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡାଙ୍କ ନାତି । ଏହି ଦୁଷ୍କର୍ମ ବେଳେ ପ୍ରଜ୍ୱଳ ଲୋକସଭାର ଜଣେ ସାଂସଦ ଥିଲେ । ଏହି ରାୟ ବେଙ୍ଗାଲୁରୁର ଜନ ପ୍ରତିନିଧିଙ୍କ ପାଇଁ ଥିବା ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି। କୋର୍ଟରେ ଶୁଣାଣି ସମୟରେ ରେବନ୍ନାଙ୍କ ଓକିଲ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଥିଲେ। କିନ୍ତୁ ଅଦାଲତ ତାଙ୍କ ଯୁକ୍ତିକୁ ଖାରଜ କରିଦେଇଥିଲେ। ଏହି ମାମଲା ଜଣେ ୪୮ ବର୍ଷୀୟା ମହିଳା ରୁଜୁ କରିଥିଲେ । ମହିଳା ଜଣଙ୍କ ରେବନ୍ନାଙ୍କ ଫାର୍ମହାଉସରେ ହାଉସ ହେଲ୍ପ ଭାବରେ କାମ କରୁଥିଲେ। ଅଭିଯୋଗ ଥିଲା ଯେ, ରେବନ୍ନା ତାଙ୍କ ସହ ଦୁଇଥର ଦୁଷ୍କର୍ମ କରିଥିଲେ। ପ୍ରଥମଥର ଫାର୍ମହାଉସରେ ଏବଂ ପରେ ୨୦୨୧ରେ କୋଭିଡ ଲକଡାଉନ ସମୟରେ ବେଙ୍ଗାଲୁରୁର ବସବନଗୁଡ଼ିରେ ଥିବା ତାଙ୍କ ଘରେ। ଅଭିଯୁକ୍ତ ମହିଳାଙ୍କର ଭିଡିଓ ମଧ୍ୟ ତିଆରି କରିଥିଲେ ରେବନ୍ନା। ଦୁଷ୍କର୍ମ ସମୟରେ ମହିଳା ଜଣଙ୍କ ଯେଉଁ ଶାଢ଼ି ପିନ୍ଧିଥିଲେ, ତାହାକୁ ମହିଳାଜଣକ ଯତ୍ନରେ ସଂରକ୍ଷିତ କରି ରଖିଥିଲେ । ଏହି ଶାଢ଼ିକୁ କୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ଶାଢ଼ିରେ ସ୍ପର୍ମର ଚିହ୍ନ ମିଳିଥିଲା। ଏହା ହିଁ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ରେବନ୍ନାଙ୍କ ବିରୋଧରେ ଆଇପିସି ଏବଂ ଆଇଟି ଆକ୍ଟର ଧାରାରେ ମାମଲା ଦାୟର କରାଯାଇଥିଲା। ଏହାର ତଦନ୍ତ ପାଇଁ ଏକ ବିଶେଷ ତଦନ୍ତ ଦଳ (ଏସଆଇଟି) ଗଠନ କରାଯାଇଥିଲା। ଏହି ମାମଲାରେ ୨,୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିଲା। ମୋଟ ୧୨୩ଟି ପ୍ରମାଣ ସଂଗ୍ରହ କରାଯାଇଥିଲା। ୨୦୨୪ ଡିସେମ୍ବର ୩୧ରେ କୋର୍ଟରେ ମାମଲା ଆରମ୍ଭ ହୋଇଥିଲା। ଏଥିରେ ୨୩ ଜଣ ସାକ୍ଷୀ ଦେଇଥିଲେ।
ଗୋଟିଏ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତାଙ୍କ ବିରୋଧରେ ଦାୟର ହୋଇଥିବା ଯୌନ ନିର୍ଯାତନାର ଏହା ପ୍ରଥମ ମାମଲା । ଏହିଭଳି ୪ଟି ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ଅନ୍ୟ ମାମଲାଗୁଡ଼ିକ ଅଦାଲତରେ ବିଚାରାଧୀନ ଅଛି। ବର୍ତ୍ତମାନ ସୁଦ୍ଧା ସେ ଜେଲରେ ଅଛନ୍ତି। ଏପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିନାହିଁ। ତାଙ୍କର ଅନେକ ଆବେଦନ ସ୍ଥାନୀୟ ଅଦାଲତ, ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟରେ ଖାରଜ ହୋଇଛି। ଏହି ମାମଲାରେ ମଧ୍ୟ ସେ ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ମାମଲାର ବିଚାର ତଳକୋର୍ଟରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ରେଭାନ୍ନାଙ୍କ ୨୦୦୦ରୁ ଅଧିକ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଥିଲା। ଅଭିଯୋଗ ଥିଲା ଯେ, ସେ ପ୍ରଥମେ ମହିଳାମାନଙ୍କ ସହ ସମ୍ପର୍କ ରଖୁଥିଲେ ଏବଂ ପରେ ଭିଡିଓ ତିଆରି କରି ସେମାନଙ୍କୁ ବ୍ଲାକମେଲ କରୁଥିଲେ। ଏବେ ଏପରି ଏକ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ରେବନ୍ନାଙ୍କ ବାପା ଏଚ ଡି ରେବନ୍ନା ହେଉଛନ୍ତି କର୍ଣ୍ଣାଟକର ଜଣେ ପୂର୍ବତନ ମନ୍ତ୍ରୀ ଓ ତାଙ୍କ ତାଙ୍କ ଦାଦା ଏଚ ଡି କୁମାରସ୍ୱାମୀ ହେଉଛନ୍ତି କର୍ଣ୍ଣାଟକର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rape_case_1754049553.jpg)