ଜେଲ୍‌ରୁ ବାହାରିଲେ ଅନୁପ ସାଏ 

ମା, ଝିଅ ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ୍ ଦେଇଛନ୍ତି ।

Anup Sai Got Bail

ଜେଲ୍‌ରୁ ବାହାରିଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ । ମା, ଝିଅ ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ୍ ଦେଇଛନ୍ତି । ଗତକାଲି ସଂଧ୍ୟାରେ ବିଲାସପୁର ଜେଲ୍‌ରୁ ସେ ବାହାରିଛନ୍ତି । ଆଜି ସେ ବିଲାସପୁରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।

୨୦୧୬ ମେ’ରେ କଳ୍ପନା ଦାସ ଏବଂ ତାଙ୍କ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା । ଛତିଶଗଡ଼ ରାଇଗଡ଼ ଜିଲ୍ଲା ହମିରପୁରରୁ ଉଭୟଙ୍କ ମୃତଦେହ ମିଳିଥିଲା । ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଗିରଫ ହୋଇଥିଲେ । ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଖଲାସ କରିଥିଲେ କୋର୍ଟ । ମାମଲାରେ ଗତ ଏପ୍ରିଲରେ ଅନୁପଙ୍କୁ ଆଜୀବନ ଜେଲ୍ ଦେଇଥିଲେ ରାଇଗଡ଼ ସେସନ୍ସ କୋର୍ଟ ।