Advertisment

ପତ୍ନୀ ହତ୍ୟା ମାମଲାରେ ଗୁଣପୁର ପୂର୍ବତନ ବିଧାୟକ ରାମମୂର୍ତ୍ତିକୁ ଆଜୀବନ ଜେଲ୍‌

ଜରିମାନା ଅନାଦେୟ ହେଲେ ପୁଣି ୬ ମାସ ସଜା ନିର୍ଦ୍ଦେଶ ।

ଅଦ୍ୟତନ ହୋଇଛି
undefined

Rammurty Gamango

Advertisment

ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗକୁ ଆଜୀବନ ସଜା। ଗର୍ଭବତୀ ପତ୍ନୀକୁ ହତ୍ୟା ଅଭିଯୋଗରେ ଦଫା ୩୦୨ରେ ଆଜୀବନ ସଜା ସହ ୫୦ ହଜାର ଫାଇନ ମଧ୍ୟ କରାଯାଇଛି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ସଜା ନେଇ ନିର୍ଦ୍ଦେଶ ରହିଛି । ପ୍ରମାଣ ନଷ୍ଟ ଅଭିଯୋଗରେ ୩ ବର୍ଷ ସଜା ସହ ୧୦ ହଜାର ଫାଇନ ମଧ୍ୟ ହୋଇଛି। ଏହି ଜରିମାନା ଅନାଦେୟ ହେଲେ ପୁଣି ୩ ମାସ ସଜା ନିର୍ଦ୍ଦେଶ ରହିଛି।

Advertisment

ପୂର୍ବରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଗର୍ଭବତୀ ପତ୍ନୀକୁ ହତ୍ୟା ମାମଲାରେ ଆଜୀବନ ସଜା ହୋଇଛି। ୧୯୯୫ ମସିହାରେ ଗଣେଶ ଚତୁର୍ଥୀ ଦିନ ୟୁନିଟ-୪ MLA କଲୋନୀ କ୍ୱାର୍ଟର ବାଥରୁମରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଶଶିରେଖାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ।

ଏନେଇ ପ୍ରଥମେ ଖାରବେଳନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ପରେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇ ଦେଇଥିଲା। ଏହାପରେ ହାଇକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିଥିଲେ ରାମମୂର୍ତ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ