Former Council Chairman's Son Missing
କୁଆଡ଼େ ଗଲେ ରାୟଗଡ଼ା ଜିଲ୍ଲା ର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗୋଙ୍କ ପୁଅ ଆଶୁତୋଷ ଗମାଙ୍ଗୋ ? ଆଜକୁ ୫ ଦିନ ହେଲାଣି ଆଶୁତୋଷଙ୍କର ପତ୍ତା ମିଳୁନି। ଆଶୁତୋଷ ରାୟଗଡା ଓଡ଼ିଶା ୱେୟାର୍ ହାଉସ୍ରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ପରେ ସେଠାରୁ ଭବାନୀପାଟଣାକୁ ସ୍ଥାନାନ୍ତର ହୋଇଥିଲା।
ଭବାନୀପାଟଣାରେ ୨୦୨୨ ମସିହା ଜାନୁଆରୀ ୭ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ପୁଣି ୩ ମାସ କାମ କରିବା ପରେ ସେଠାରୁ କେସିଙ୍ଗା ବଦଳି କରାଯାଇଥିଲା। ହେଲେ ବଦଳି ପରେ ସେଠାରେ ଯୋଗ ନଦେଇ ୨୦୨୨ ମାର୍ଚ୍ଚ ୪ ତାରିଖ ଠାରୁ ଆଶୁତୋଷ ଛୁଟିରେ ଥିଲେ। ଏହାରି ଭିତରେ ବଦଳି ବାତିଲ୍ କରିବା ପାଇଁ ସେ ଲାଗିଥିଲେ।
ମାତ୍ର ଗତ ୭ ତାରିଖରେ ଆଶୁତୋଷଙ୍କ ପାଖକୁ ଆସିଥିଲା ଏକ ଚିଠି। ୭ ଦିନ ମଧ୍ୟରେ ବଦଳି ହୋଇଥିବା ସ୍ଥାନରେ ଜଏନ୍ ନହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଉଲ୍ଲେଖ ଥିଲା। ପରେ ୮ ତାରିଖ ସକାଳ ୫ଟା ସମୟରୁ ରାୟଗଡାର ଏଲଆଇସି କଲୋନୀ ଘରୁ ସେ କୁଆଡ଼େ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ଆଶୁତୋଷଙ୍କ ପତ୍ନୀ ଥାନାରେ ଏତଲା ଦେଇଛନ୍ତି। କିଛି ମାସ ପୂର୍ବରୁ ଧମକ ପୂର୍ଣ୍ଣ ଚିଠି ଆସିଥିବା ନେଇ ମଧ୍ୟ ଆଶୁତୋଷଙ୍କ ପତ୍ନୀ ଏତଲାରେ ଦର୍ଶାଇଛନ୍ତି। ସ୍ୱାମୀଙ୍କୁ ଖୋଜି ଆଣିବା ଲାଗି ପତ୍ନୀ ନିବେଦନ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1673493057.jpg)