Advertisment

ରକ୍ତମୁଖା ଶିକାରୀ, ଗଡ଼ୁଛି ମୁଣ୍ଡ.. ଟାର୍ଗେଟରେ ବନ କର୍ମଚାରୀ

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ।

ଅଦ୍ୟତନ ହୋଇଛି
undefined

Forester shot dead

Advertisment

ଶିମିଳିପାଳରେ ପୁଣି ଫୁଟିଲା ଗୁଳି। ଶିକାରୀଙ୍କ ଶିକାର ହୋଇଛନ୍ତି ଆଉ ଜଣେ ବନ କର୍ମଚାରୀ । ଗତକାଲି ରାତିରେ ପ୍ରାଣ ହରାଇଛନ୍ତି ଫରେଷ୍ଟର ମାଟି ହାଂସଦା । ଯାହାକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଏପଟେ ବନ ବିଭାଗ କହିଛି, କମ୍ବିଂ ଚାଲିଛି, ସକାଳ ସୁଦ୍ଧା ସମସ୍ତ ଶିକାରୀ ଧରାପଡ଼ିବେ ।

Advertisment

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ। ମେ’ ୨୨ରେ ପାଟ୍ରୋଲିଂ ବେଳେ ଜଣେ ଫରେଷ୍ଟ ଗାର୍ଡ, ଆଉ ଗତକାଲି ରାତିରେ ଜଣେ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗାମଛାଝରଣ ନିକଟରେ ପାଟ୍ରୋଲିଂ ବେଳେ ରାତି ସାଢ଼େ ୨ଟାରେ ଉପର ବାରହାକାମୁଡ଼ା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ମାଟି ହାଂସଦାଙ୍କୁ ହୋଇଥିଲା ଗୁଳିମାଡ଼। ଯେଉଁଥିରେ ପ୍ରାଣ ହରାଇଛନ୍ତି ହାଂସଦା।

ଶିକାରୀଙ୍କ ଦ୍ୱାରା ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ସ୍ପଷ୍ଟ କରୁଛି, ଶିକାରୀଙ୍କ କବଜାରେ ଶିମିଳିପାଳ । ପ୍ରଶ୍ନ ଉଠୁଛି, ଜଣେ ପରେ ଜଣେ ବନ କର୍ମଚାରୀଙ୍କୁ ହତ୍ୟା ହେଉଥିବା ବେଳେ କାହିଁକି ଚୁପ୍ ବସିଛି ବନ ବିଭାଗ ? ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଭିତରକୁ କିଭଳି ପଶୁଛନ୍ତି ଶିକାରୀ ? ଶିକାରୀଙ୍କୁ ରୋକିବାରେ ଫେଲ୍ ମାରୁଛି କି ବନ ବିଭାଗ ରଣନୀତି ?

Advertisment

ପିସିସିଏଫ୍ କହିଛନ୍ତି, ଶିକାରୀଙ୍କୁ ଧରିବା ପାଇଁ ନୂଆ ରଣନୀତି ଆପଣାଯାଇଛି। ଗ୍ରୁପ୍ ପାଟ୍ରୋଲିଂ କରାଯାଉଛି, କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ବି ଦିଆଯାଉଛି। ଗତରାତିରେ ଘଟିଥିବା ଘଟଣାରେ ୪-୫ରୁ ଅଧିକ ଶିକାରୀ ଜଡ଼ିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଅଟକ ରଖାଯାଇଛି, ଦୁଇଟି ଦେଶୀ ବନ୍ଧୁକ ଜବତ ହୋଇଛି। ଏପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି।

ଏପଟେ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛି ପଶ୍ଚିମ ମୟୁରଭଞ୍ଜ ଅଣଗେଜେଟେଡ୍ ବନ କର୍ମଚାରୀ ସଂଘ । କହିଛି, ଶିମିଳିପାଳ ସୁରକ୍ଷା ସହ ବନ୍ୟଜନ୍ତୁ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ପୂର୍ବରୁ ରାଜ୍ୟ ସରକାର ଓ ପିସିସିଏଫଙ୍କୁ ବାରମ୍ବାର ଦାବି ହୋଇଛି । ଏହି ଘଟଣା ଉପରେ ସରକାର ଯଦି କୌଣସି ଆଖିଦୃଶିଆ ପଦକ୍ଷେପ ନ ନ ନିଅନ୍ତି, ଆଗକୁ ଶିମିଳିପାଳ ଅଭୟାରଣ୍ୟରେ କାମ ବନ୍ଦ କରିବେ ଅଣଗେଜେଟେଡ୍ କର୍ମଚାରୀ। ଏଣେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ଶିକାରୀଙ୍କୁ ରୋକିବା ଲାଗି ବନ କର୍ମଚାରୀଙ୍କ ପାଖରେ ନାହିଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର। ଏମିତିକି ଯେଉଁ ବନ କର୍ମଚାରୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଛି, ଚଳାଇବାର ଅନୁମତି ନାହିଁ।

Advertisment

ସେପଟେ ଫରେଷ୍ଟର ମାଟି ହାଂସଦାଙ୍କ ମୃତ୍ୟୁ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପିନ୍ଦର ଯାଦବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି ଶିକାରୀ ରାକେଟ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ଧମେନ୍ଦ୍ର।

Similipal Shot Dead Forester
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ