Advertisment

ଶିକାରୀ ଗୁଳିରେ ଦୁଇ ମୁଣ୍ଡ ଗଡ଼ିବା ପରେ ବନ କର୍ମଚାରୀ କ୍ଷୁବ୍ଧ, ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ

ସୁରକ୍ଷା ନମିଳିଲେ ଆନ୍ଦୋଳନ ପାଇଁ ସଂଘର ଧମକ । ୫ ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ ।

ଅଦ୍ୟତନ ହୋଇଛି
undefined

Similipal

Advertisment

ଶିମିଳିପାଳରେ ଶିକାରୀ ଗୁଳିରେ ଦୁଇ ଦୁଇ ଜଣ ସାଥୀଙ୍କ ମୁଣ୍ଡ ଗଡ଼ିବା ପରେ ବନ କର୍ମଚାରୀଙ୍କ ମଧ୍ୟରେ ବଢ଼ିଛି ଅସନ୍ତୋଷ । ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିଥିବା ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଉପରେ ବର୍ଷିଛନ୍ତି ଫରେଷ୍ଟ ଗାର୍ଡ । ସେହିପରି ସରକାର ବିହିତ ପଦକ୍ଷେପ ନ ନେଲେ ସମୂହ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି ବନସେବା ସଂଘ । ଏପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଘଟଣା ସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଶିକାରୀଙ୍କୁ ରୋକିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି। ହେଲେ ସରକାରଙ୍କ ପାରିବାପଣିଆ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।…

Advertisment

ମୃତ ଫରେଷ୍ଟର ମାଥି ହାଂସଦାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିଥିବା ଗଣଶିକ୍ଷା ମନ୍ତ୍ରୀଙ୍କୁ ଉପରେ ଝାଡ଼ିଲେ ଅସନ୍ତୋଷ। କହିଲେ ଯଦି ରାଜ୍ୟ ସରକାର ପାରୁନାହାନ୍ତି, କେନ୍ଦ୍ର ହାତକୁ ଟେକି ଦିଅନ୍ତୁ।

କେବଳ ଶଶାଙ୍କ ନୁହନ୍ତି, ଫରେଷ୍ଟରଙ୍କ ମୃତ୍ୟୁ ପରେ ପୂରା ବନସେବା ସଂଘ ରକ୍ତମୁଖା। ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘ କହିଛି, ଆସନ୍ତାକାଲି ଠାରୁ ଜୁଲାଇ ୮ ଯାଏଁ ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ଡେପୁଟି ରେଞ୍ଜରମାନେ ପ୍ରତୀକ ଆନ୍ଦୋଳନ କରିବେ। ଏହି ସମୟରେ ସେମାନେ ଜଙ୍ଗଲ ଭିତରେ ପାଟ୍ରୋଲିଂ କରିବେ ନାହିଁ। ଏଥିସହ ସରକାରଙ୍କ ଆଗରେ ସଂଘ ରଖିଛି ୫ ଦଫା ଦାବି । ୫୦ଟି ସ୍ଥାନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ମୁତୟନ, କର୍ମଚାରୀ ୱେଲଫେୟାର ଫଣ୍ଡ ଗଠନ, ସର୍କଲ ରି-ଅର୍ଗାନାଇଜେସନ, ରେଞ୍ଜ ଓ ବିଟ୍ ରିଭିଜନ ସହ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ଦାବି ରଖିଛି ସଂଘ। ପ୍ରତୀକ ଆନ୍ଦୋଳନ ମଧ୍ୟରେ ସରକାର ଦାବି ପୂରଣ ନ କରନ୍ତି, ଜୁଲାଇ ୧୦ରୁ ସମସ୍ତ ଅଣଗେଜେଟେଡ୍ ବନ କର୍ମଚାରୀ ଭୁବନେଶ୍ୱରରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ସଂଘ।

Advertisment

ଏପଟେ ଆଜି ଶିମିଳିପାଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। କାହିଁକି ଓ କେଉଁ ପରିସ୍ଥିତିରେ ଫରେଷ୍ଟର ମାଥି ହାଂସଦାଙ୍କ ମୃତ୍ୟୁ ହୋଇଛି, ସେ ସଂପର୍କରେ ଆଲୋଚନା କରିଛନ୍ତି। କହିଛନ୍ତି, ଏଣିକି ବନ କର୍ମଚାରୀଙ୍କୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଦିଆଯିବ। ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଟ୍ରେନିଂ ଦିଆଯିବ । ଖାଲି ସେତିକି ନୁହେଁ, ଶିମିଳିପାଳରେ ଶିକାରୀଙ୍କ ଅବାଧ ପ୍ରବେଶ ରୋକିବାକୁ ଡ୍ରୋନ୍ ବ୍ୟବହାର କରାଯିବ।

ଏପଟେ ସରକାରଙ୍କ ପାରିବାପଣିଆ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।ସେମାନଙ୍କ କହିବା କଥା, ଶିମିଳିପାଳ ଅଭୟାରଣ୍ୟରେ ଆବଶ୍ୟକତା ତୁଳନାରେ ଅଧାରୁ କମ୍ ବନ କର୍ମଚାରୀ ଅଛନ୍ତି। ଏହାଛଡ଼ା ଶିକାରୀଙ୍କ ଗତିବିଧି ରୋକିବାରେ ବନ ବିଭାଗର ଗୁଇନ୍ଦା ଫେଲ୍ ମାରୁଛି । ଯେଉଁଥିପାଇଁ ଏଭଳି ଅଘଟଣ ଘଟୁଛି।

Advertisment

ଏସବୁ ଭିତରେ ଫରେଷ୍ଟର ମାଥି ହାଂସଦାଙ୍କ ହତ୍ୟା ଘଟଣାରେ ୨ଟି ଦେଶୀ ବନ୍ଧୁକ ଜବତ ସହ ୧୦ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ଅପରପକ୍ଷରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ଏ ଘଟଣାରେ ଶୋକ ପ୍ରକାଶ କରିବା ସହ ଘଟଣାର ତଦନ୍ତରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ସହାୟତା କରିବାକୁ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ୍ ପଠାଇଥିବା ନେଇ ଗତକାଲି ଟ୍ବିଟ୍ ଜରିଆରେ ସୂଚନା ଦେଇଥିଲେ।

Similipal Sudam Marndi Forester
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ