Advertisment

୫ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠା

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Sarmistha 5 days Remand

Sarmistha 5 days Remand

Advertisment

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ୫ ଦିନ ରିମାଣ୍ଡରେ ନେବା ଲାଗି ଚାନ୍ଦବାଲି JMFC ଅନୁମତି ଦେଇଛନ୍ତି।ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ ରିମାଣ୍ଡରେ ଯିବେ। ୪ ଅଭିଯୁକ୍ତ ଆସନ୍ତାକାଲି ଠାରୁ ରିମାଣ୍ଡରେ ଯିବେ।
୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା।

Advertisment

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନା ଭୋଇ ଆଜି କୋର୍ଟରେ ହାଜର ହୋଇଥିଲେ। ଉଭୟଙ୍କ ଜାମିନ ଆବେଦନକୁ ଚାନ୍ଦବାଲି JMFC ଖାରଜ କରିଥିଲେ।ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଗତ ୨୧ ତାରିଖରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ, ରାଜ୍ କମ୍ୟୁନିକେସନ୍‌ର ମାଲିକ ରଂଜନ ନାୟକ ଓରଫ୍ ରାଜ୍ ଓ ୨୩ ତାରିଖରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଗିରଫ କରାଯାଇଥିଲାା

ତାପୂର୍ବରୁ ଅନ୍ୟ ୩ ଜଣଙ୍କୁ ବି ଗିରଫ କରି ସୁନାଖଳା ନିକଟରେ ପୋତାଯାଇଥିବା ମାନସଙ୍କ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ। ଏଣେ ଝୁନାଙ୍କ ସ୍ୱାମୀ କହିଛନ୍ତି, ପତ୍ନୀ ଯଦି ଦୋଷୀ ହେବ, ଯାହା ଦଣ୍ଡ ଦେବା କଥା ଦିଆଯାଉ। ସେପଟେ ଶର୍ମିଷ୍ଠାଙ୍କ ମା ପୁଅ ପରମେଶ୍ୱରଙ୍କୁ ଛାଡ଼ିଦିଆଯାଉ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ