Advertisment

ଫୁଟିଲା ଗୁଳି, ଗଡିଲା ମୁଣ୍ତ

ପୂର୍ବ ଶତ୍ରୁତାକୁ ନେଇ ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି ।

ଅଦ୍ୟତନ ହୋଇଛି
undefined

Firing

Advertisment

ସୁନ୍ଦରଗଡରେ ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀ । ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ନିଜ କାରରୁ ଓହ୍ଲାଇ ଘରକୁ ଯିବାବେଳେ ପଛ ପଟୁ ଦୁଇ ଦୁର୍ବୃତ୍ତ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିବା ଜଣାପଡ଼ିଛି । ଗୁଳିଟି ମୁରାରୀଙ୍କ ମୁଣ୍ଡରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି । 

Advertisment

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରତ୍ୟକ୍ଷଦର୍ଶୀ ଏବଂ ମୃତକଙ୍କ ଭାଇଙ୍କ କହିିବା କଥା, ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଛି ।

Murder Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ