Advertisment

ସ୍କୁଲ ଛାତ ଉପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ; ଯାହାକୁ ଦେଖୁଛି ମାରୁଛି ତୀର, ହୋଇପାରୁନି କାବୁ...

ସ୍କୁଲ ଛାତରେ ଚଢି ଧନୁ ତୀର ଧରି ଲୋକଙ୍କୁ ଭୟଭୀତ କରୁଥିଲା। ପରେ କାବୁ କରିବାକୁ ଯାଇଥିବା ପୋଲିସ ଆଇଆଇସିଙ୍କୁ ମାରିଲା ତୀର।

ଅଦ୍ୟତନ ହୋଇଛି
Fear Grips Village in Sundargarh

Fear Grips Village in Sundargarh

Advertisment

ସ୍କୁଲ ଛାତରେ ଚଢି ଧନୁ ତୀର ଧରି ଲୋକଙ୍କୁ ଭୟଭୀତ କରୁଥିଲା। ପରେ କାବୁ କରିବାକୁ ଯାଇଥିବା ପୋଲିସ ଆଇଆଇସିଙ୍କୁ ମାରିଲା ତୀର। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ବଡଜଲ ଗାଁରେ। ଗତକାଲି ଜଣେ ବ୍ୟକ୍ତି ହାତରେ ଧନୁ ତୀର ଧରି ଗାଁ ସ୍କୁଲର ଛାତକୁ ଚଢିଯିବା ସହ ଲୋକଙ୍କୁ ଡରାଉଥିଲା। ଖବର ପାଇ ମହୁଲପଦା ଥାନା ଆଇଆଇସି ସୁରେଶ ପ୍ରଧାନ ଟିମ ସହ ସେଠାକୁ ଯାଇ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ଉପରକୁ ତୀର ଚଲାଇଥିଲା ବ୍ୟକ୍ତି ଜଣକ। ତୀର ଆଇଆଇସିଙ୍କ ହାତରେ ବାଜିବା ପରେ ତାଙ୍କୁ ତୁରନ୍ତ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ସେପଟେ ଘଟଣା ସ୍ଥଳରେ ରାତି ସାରା ପୋଲିସ ଜଗି ରହି ଥିବା ବେଳେ ଆଜି ଯେପରି ହେଉ ତାକୁ ଧରିବାକୁ ଚେଷ୍ଟା କରିବୁ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।

ସବୁଦିନ ପରି ଗତକାଲି ମହୁଲପଦା ଥାନାର ବଡ଼ଜଲ ପ୍ରାଥମିକ ସ୍କୁଲ ଖୋଲିଥିଲା। ଆଉ ପିଲାମାନେ ଓ ସାର୍‌ ସ୍କୁଲ ଆସିଥିଲେ। ପ୍ରାର୍ଥନା ପରେ ପାଠ ପଢ଼ା ଆରମ୍ଭ ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୨ଟା ବେଳେ ଜଣେ ବ୍ୟକ୍ତି ଧନୁ ଓ ତୀର ଧରି ସ୍କୁଲ ଛାତ ଉପରକୁ ଚଢ଼ି ଯାଇଥିଲା। ଆଉ ନାନା ଅଭିନୟ କରିଥିଲା। ବ୍ୟକ୍ତି ଜଣକ ଧନୁରେ ତୀର ଯୋଖି ଆକ୍ରମଣ ପାଇଁ ଧମକ ଦେଇଥିଲା। ଯେଉଁଥିପାଇଁ ପିଲାମାନେ ଶ୍ରେଣୀ ଗୃହରେ ପଶି ଯାଇଥିଲେ।

Advertisment

ସ୍କୁଲ ଶିକ୍ଷକମାନେ ଏ ନେଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ମହୁଲପଦା ଥାନାର ଆଇଆଇସି ସ୍କୁଲରେ ପହଞ୍ଚିଥିଲେ। ସମ୍ପୃକ୍ତ ଉତ୍ପାତିଆ ଯୁବକକୁ କାବୁ କରିବା ପାଇଁ ଶିଡିରେ ଚଢ଼ି ଛାତ ଉପରକୁ ଯାଉଥିଲେ। ଠିକ୍‌ ସେହି ସମୟରେ ଉତ୍ପାତିଆ ଜଣକ ତୀର ମାରିଥିଲେ। ସୌଭାଗ୍ୟକୁ ଆଇଆଇସିଙ୍କ ଜୀବନ ବଞ୍ଚି ଯାଇଥିଲା। ହେଲେ ତୀର ତାଙ୍କ ହାତରେ ବାଜିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ବଣାଇ ଏସ୍‌ଡିପିଓ।

Police School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ