Resolve Fight Between Father & Son
ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲା ପୋଲିସ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସ ଉପରେ ଆକ୍ରମଣ ହୋଇଛି। ହନୁମାନ ଛକ ନିକଟସ୍ଥ ସାହୁ ସାହିର ଦୀପ୍ତି ରଞନ ରାଉଳ ଓ ତାଙ୍କ ବାପାଙ୍କ ଭିତରେ ପାରିବାରିକ କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିପାଇଁ ୧୧୨କୁ କଲ୍ କରିଥିଲେ ବାପା।
ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣ କରିଥିଲା ପୁଅ। ଏଥିରେ ପୋଲିସ କର୍ମଚାରୀ ସନ୍ଦୀପ କୁମାର ସାହୁ ଓ ୧୧୨ ଗାଡିର ଡ୍ରାଇଭର ପ୍ରଦୀପ ସାମଲ ଆହତ ହୋଇଛନ୍ତି। ସେମାନଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ଅଭିଯୁକ୍ତ ପୁଅ ଦୀପ୍ତିରଞ୍ଜନ ରାଉଳ ଫେରାର୍ ଅଛି। ତାକୁ ଧରିବାକୁ ତନାଘନା ତଦନ୍ତ କରୁଛି ବିଞ୍ଝାରପୁର ଥାନା ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725615065.jpg)