Advertisment

ଶିଶୁକୁ ନିର୍ଯାତନା ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ୨ ଗିରଫ ହୋଇଛନ୍ତି। ପିଲାର ବାପା ବିଲାଲ ଖାଁ ଓ ସାବତ ମାଆକୁ ବାଲିପାଟଣା ପୋଲିସ ଥାନା ଗିରଫ କରିଛି। ଦୁହିଁଙ୍କ ବିରୋଧରେ ୩୦୭ ଭଳି ସଂଗୀନ ଦଫା ଲଗା ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି

ଶିଶୁକୁ ନିର୍ଯାତନା ଅଭିଯୋଗରେ ୨ ଗିରଫ

Torturing Minor Daughter Case

Advertisment

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ୨ ଗିରଫ ହୋଇଛନ୍ତି। ପିଲାର ବାପା ବିଲାଲ ଖାଁ ଓ ସାବତ ମାଆକୁ ବାଲିପାଟଣା ପୋଲିସ ଥାନା ଗିରଫ କରିଛି। ଦୁହିଁଙ୍କ ବିରୋଧରେ ୩୦୭ ଭଳି ସଂଗୀନ ଦଫା ଲଗା ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି। ବାଲିପାଟଣା ଅଂଚଳରେ ଜଣେ ୭ବର୍ଷର ଶିଶୁକୁ ସାବତ ମା ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉ ନଥିଲେ। ଏଥିଯୋଗୁଁ ଶିଶୁଟି ଅପପୁଷ୍ଟିର ଶିକାର ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ଚାଇଲଡଲାଇନ ହସ୍ତକ୍ଷେପ କରିଥିଲା ।ତା’ ପରେ ଗତ ରାତିରେ ଦୁହିଁଙ୍କୁ ବାଲିପାଟଣା ପୋଲିସ ଥାନାକୁ ନେଇ ପଚରାଉଚରା କରୁଥିଲା।

Advertisment

ତେବେ ଭୁବନେଶ୍ୱର ଉପକଣ୍ଠରେ କୁନି ପିଲାଟିକୁ ଲୋମଟାଙ୍କୁରା ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଥିଲା। ଦ୍ୱିତୀୟ ପତ୍ନୀ ସହ ମିଶି ଖୋଦ୍ ବାପାଟିଏ କଅଁଳ ପିଲାଟିକୁ ଅମାନବୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଥିଲା। କେବେ ଶିକୁଳିରେ ବାନ୍ଧି ମାଡ଼ ତ ଆଉ କେବେ ଗରମ ପାଣିରେ ହାତ ବୁଡ଼ାଇ ଦଣ୍ଡ ଦେଇଛି। ଦାମ୍ପତ୍ୟ କଳିରୁ ବିଚ୍ଛେଦ ହେବା ପରେ ପ୍ରଥମ ପତ୍ନୀର ଔରସରୁ ଜନ୍ମିତ ୭ ବର୍ଷର ଶିଶୁକନ୍ୟାକୁ ଅଖିଆ ଅପିଆ ରଖି ମରଣମୁହଁକୁ ଠେଲି ଦେବାକୁ ସାବତ ମାସହ ମିଶି ଉଦ୍ୟମ କରିଛି ବାପା । ଶେଷରେ ପିଲାଟିର ମା ଶିଶୁକୁ ଉଦ୍ଧାର କରିବା ସହ ମେଡ଼ିକାଲରେ ଭର୍ତ୍ତି କରିଯାଇଥିଲା । ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ସାରା ଇଲାକାରେ।

Advertisment

ଜୀର୍ଣ୍ଣଶୀର୍ଣ୍ଣ ଶରୀର।ଗୋଟି ଗୋଟି କରି ଗଣି ହେଉଛି ପଞ୍ଜରା ହାଡ଼। ଆପାଦ ମସ୍ତକ ଅପପୁଷ୍ଟିର ଶିକାର ଭଳି ଦେଖାଦେଉଛି। ହେଲେ ଦାରିଦ୍ର୍ୟ ପାଇଁ ନୁହେଁ ବରଂ ବାପାର ଦଣ୍ଡ ପାଇଁ ଏହି କୁନି ପିଲାଟିର ଏବେ ଏଭଳି ଅବସ୍ଥା ହୋଇଛି। ଜାଣିଲେ ଦେହ ଶୀତେଇ ଉଠିବ, ଲୋମ ଟାଙ୍କୁରି ଉଠିବ। ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲ। ଗରମ ପାଣିରେ ବୁଡାଇ ଦିଆଯାଉଥିଲା । କେତେବେଳେ ନିର୍ଘାତ ମାଡ଼ ପଟୁଥିଲା ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ପଖାଳ। ଦିନେ କି ମାସେ ନୁହେଁ ବର୍ବରତାର ସବୁ ସୀମା ଟପି ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଦ୍ୱିତୀୟ ବିବାହ କରିଥିବା ବାପା ଦେଇଛି ନିର୍ଯାତନା।ଦୋଷ ବି କିଛି ନୁହଁ। ବିବାହ ବିଛେଦ ପରେ ନିଜ ମାକୁ ଝୁରି ହେଉଥିଲା ଏବଂ ଖୋଜୁଥିଲା ବୋଲି ଏଭଳି ନିର୍ଘାତ ନିର୍ଯାତନା ଦେଇଛି ଶିଶୁକନ୍ୟାର ବାପା ତଥା ପିପିଲିର ବିଲାଲ୍ ଖାନ୍ ।ଶେଷରେ ନିଜ ଔରସରୁ ଜନ୍ମିତ ଶିଶୁକୁ ଉଦ୍ଧାର କରି ମା ରିଜ୍‌ୱାନା ପରୱିନ୍‌ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ତେବେ ଆଜି ଏହି ମାମଲାରେ ୧୨ଜଣ ଗିରଫ ହୋଇଛନ୍ତି।

Odisha Pipili
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ