Advertisment

ବିଲରେ କାମ କରୁଥିବା ବେଳେ ବାପପୁଅଙ୍କୁ ଏସିଡ ମାଡ଼, ଉଭୟ ଗୁରୁତର

ଜମିବାଡ଼ି ବିବାଦରୁ ବାପପୁଅଙ୍କୁ ଏସିଡ ମାଡ଼.... ଦୁଇ ଗୁରୁତର ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ...ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି...

ଅଦ୍ୟତନ ହୋଇଛି
Acid attack

Acid attack

Advertisment

ଜମିବାଡି ବିବାଦକୁ ନେଇ ବାପପୁଅଙ୍କୁ ଏସିଡ ମାଡ଼ । ଏସିଡ ମାଡ଼ରେ ଉଭୟ ଗୁରୁତର ହୋଇଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଉଆସପଦର ଗାଁରେ ଏହି ଏସିଡ ମାଡ଼ ହୋଇଛି । ଗୁରୁତର ଦୁଇଜଣଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଉଛନ୍ତି ଅଧିକାରୀ ତରେଇ ଏବଂ ରାଜେନ୍ଦ୍ର ତରେଇ ।

Advertisment

ସୂଚନା ଅନୁସାରେ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ରହିଥିଲା ଯାହା ଉଗ୍ର ରୂପ ନେଇଥିଲା । ଅଭିଯୋଗ ଅନୁସାରେ ସକାଳୁ ନିଜ ଘରର ବାରିପଟେ ଜମିରେ କାମ କରୁଥିବା ବେଳେ ସନ୍ତୋଷ ମହାରଣା ନାମକ ଜଣେ ବ୍ୟକ୍ତି ଏସିଡ ଆଣି ଅଧିକାରୀ ଏବଂ ରାଜେନ୍ଦ୍ରଙ୍କୁ ମାଡ କରିଥିଲା। ଆଉ ତା’ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ପରିବାର ଲୋକେ ବାପ ଓ ପୁଅକୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏନେଇ ପରିବାର ସଦସ୍ୟ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏବେ  ପୋଲିସ ସନ୍ତୋଷ ମହାରଣାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Advertisment
Acid Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ