• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାପା ନୁହେଁ ସେ ପିଶାଚ। ନିଦରେ ବ୍ୟାଘାତ ସୃଷ୍ଟି ହେବାରୁ ନିଜ ପିଲାକୁ ହତ୍ୟା । ହରିୟାଣାର ପୁରୁଣା ଫରିଦାବାଦରେ ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି । ରାଜୀବ ନଗର ଅଞ୍ଚଳରେ ଜଣେ ବାପା ନିଜର ଦେଢ଼ ମାସର ପୁଅକୁ ପିଟିପିଟି ହତ୍ୟା କରିଛି । ନବଜାତକର ମା’ ଓ ମାମୁଁ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ରକ୍ଷକ ଯେବେ ଭକ୍ଷକ ସାଜେ । ନିରୀହ ପିଲାଟି ଭଲରେ ଆଖି ଖୋଲିବା ପୂର୍ବରୁ ବାପା ହାତରେ ତା’ର ଜୀବନ ଚାଲିଯାଇଛି । କୁନି ପୁଅର ଏତିକି ଭୁଲ ଥିଲା ସେ ମା’ ନଥିବାରୁ କାନ୍ଦି କାନ୍ଦି ନୟାନ୍ତ ହୋଇ ପଡ଼ୁଥିଲା । ଫଳରେ ଅଭିଯୁକ୍ତ ବାପାର ନିଦ ବାରମ୍ବାର ଭାଙ୍ଗିଯାଉଥିଲା । କାନ୍ଦି କାନ୍ଦି ତା’ର ତଣ୍ଟି ଶୁଖି ଯାଉଥିବା ବେଳେ କୋଳେଇ ନନେଇ ପୁଅକୁ ଜୀବନ ମାରିଦେଇଛି ପିଶାଚ ବାପ ।

ସ୍ତ୍ରୀ ଶ୍ୱଶୁର ଘରକୁ ଯାଇଥିବା ବେଳେ ଏପରି କାଣ୍ଡ କରିଛି ଅଭିଯୁକ୍ତି । ମହିଳାଙ୍କ ଅଭିଯୋଗ ଅନୁନାରେ ରାକ୍ଷୀ ପୂର୍ଣ୍ଣିମା ଦିନ ରାକ୍ଷୀ ବାନ୍ଧିବା ପାଇଁ ବାପ ଘରକୁ ଯାଇଥିଲେ । ଯାଆଁଳା ପିଲା ହୋଇଥିବାରୁ ଗୋଟିଏ ପୁଅକୁ ବାପା ପାଖରେ ଛାଡ଼ି ଯାଇଥିଲା । ହେଲେ ସେ କ’ଣ ଜାଣିଥିଲେ ଯେଉଁ ମଣିଷ ହାତରେ ନିଜ ପିଲାର ଦାୟିତ୍ୱ ଦେଇ ଯାଉଛନ୍ତି, ସେ ହିଁ ତା’ର ଜୀବନ ନେଇଯିବ ।

ରାକ୍ଷୀ ବାନ୍ଧି ଘରକୁ ଫେରିବା ବେଳକୁ ସବୁ ଶେଷ ହୋଇଯାଇଥିଲା । ପିଲାଟି ମରି ପଡ଼ିଥିବା ବେଳେ ଅଭିଯୁକ୍ତ ଘରୁ ଫେରାର ଥିଲା । ମୃତକଙ୍କ ମାମୁଁ କହିଛନ୍ତି, ଶିଶୁଟିକୁ ହତ୍ୟା କରିଥିବା ଅଭିଯୁକ୍ତ ରାତିରେ ଏକ ଗ୍ୟାରେଜରେ କାମ କରନ୍ତି ଏବଂ ଦିନରେ ଶୁଅନ୍ତି । ତେବେ ଘଟଣାଦିନ ସେ ଶୋଇବା ସମୟରେ ପିଲାଟି ବାରମ୍ବାର କାନ୍ଦିବା ପରେ ତା’ର ନିଦ ଭାଙ୍ଗି ଯାଉଥିଲା । ଫଳରେ ସେ ରାଗିଯାଇ ପିଲାଟିକୁ ପିଟିପିଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ପଳାଇଛି ।

ଦେଢ଼ ମାସରର ଶିଶୁ ପୁତ୍ରକୁ ହତ୍ୟା କରିବା ପରେ ମା’ ଭାଙ୍ଗିପଡ଼ିବା ସହ ସ୍ୱାମୀ ବିରୋଧରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଅଭିଯୁକ୍ତକୁ ଖୋଜୁଛି ପୋଲିସ୍ । ପିଶାଚ ବାପ ଏପର୍ଯ୍ୟନ୍ତ ଫେରାର ଥିବାବେଳେ ଖୁବ୍‌ ଶୀଘ୍ର ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି।