ପାଞ୍ଚ ବର୍ଷର ଝିଅକୁ ମାରିବା ପରେ ନିଜେ ମଲା, ଘରୁ ମିଳିଲା ବାପା-ଝିଅଙ୍କ ମୃତଦେହ

ନୟାଗଡ଼ରେ ଚାଞ୍ଚଲ୍ୟକର ଘଟଣା । ଦେବୋତ୍ତର ଲେନ୍ ୪ରେ ଘଟିଛି କିଛି ହୃଦୟବିଦାରକ ଘଟଣା ।

Odisha Crime

ନୟାଗଡ଼ରେ ଚାଞ୍ଚଲ୍ୟକର ଘଟଣା । ଦେବୋତ୍ତର ଲେନ୍ ୪ରେ ଘଟିଛି କିଛି ହୃଦୟବିଦାରକ ଘଟଣା । ଘରୁ ମିଳିଛି ବାପା, ଝିଅଙ୍କ ମୃତଦେହ । ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ୍‌ଙ୍କ ମୃତଦେହ ମିଳିଛି । ମିଳିଥିବା ସୂଚନା ମୁତାବକ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୩ ମାସ ତଳେ ଦ୍ୱିତୀୟ ବିବାହ କରିଥିଲେ ପୁଲକ୍ ।

ତେବେ ଘଟଣା କେମିତି ଘଟିଲା ଓ ବାପା ଝିଅଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ତଦନ୍ତ କରୁଛି ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ । ଅନୁମାନ କରାଯାଉଛି, ଝିଅକୁ ବିଷାକ୍ତ ଖାଦ୍ୟ ଦେଇ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗୋଟିଏ ଘରେ ପଡ଼ିରହିଛି ବାପ ଝିଅଙ୍କ ମୃତ ଦେହ l

ଅଧିକ ପଢ଼ନ୍ତୁ: ସ୍ୱାମୀ ଧୋକା ଦେବାରୁ ମହିଳା ସାମ୍ବାଦିକଙ୍କ ଆତ୍ମହତ୍ୟା ! ଭାଇରାଲ ଭିଡିଓ...

ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l ନୟାଗଡ଼ ସହର ଦେବୋତ୍ତର ଲେନ ୪ ରେ ଦେଖିବାକୁ ମିଳିଛି ଏଭଳି ଘଟଣା l ଦ୍ୱିତୀୟ ବିବାହ ପରେ ସବୁକିଛି ଠିକଠାକ ଚାଲିଥିଲା l ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ l ବାପ ଘରେ ୨ ଦିନ ରହି ନୟାଗଡ଼ ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା l

ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ l ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ l ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲା l ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତ ଦେହ ବେଡ୍‌ରେ ପଡ଼ିଥିବା ଦେଖିବାକୁ ମିଳିଥିଲା l

ତେବେ ପୋଲିସ ସବୁଦିଗକୁ ନେଇ ତଦନ୍ତ ଜାରୀ ରଖିଛି l ସ୍ଥାନୀୟ ମ୍ୟାଜିଷ୍ଟ୍ରେଟ, SDPO ସୁଦର୍ଶନ ଗଙ୍ଗୋଇ, IIC ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସାଇଣ୍ଟିଫିକ ଟିମ ସହ ତଦନ୍ତ ପରେ ଘର ଭିତରୁ ମୃତ ଦେହ ଆଣି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି l ମୃତ୍ୟୁର କାରଣକୁ ନେଇ ତନାଘନା ଜାରୀ ରଖିଛି ପୋଲିସ l