ବନ୍ଧାହେଲେ ବାପା, ସାବତ ମା’...ସାମାନ୍ୟ ବିସ୍କୁଟ ପାଇଁ ପିଲାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ

ଭାଇ,ଭଉଣୀଙ୍କୁ ନିର୍ଯାତନା ଘଟଣାରେ ବାପା ଓ ସାବତ ମା’ଙ୍କୁ ପୋଲିସ୍‌ ଗିରଫ କରିଛି । ବିସ୍କୁଟ ଖାଇଦେଲେ ବୋଲି ଭାଇ, ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସାବତ ମା’ ।

ବନ୍ଧାହେଲେ ବାପା, ସାବତ ମା’

ଆଠଗଡ଼ ଅଶୋକନଗରରେ ଭାଇ,ଭଉଣୀଙ୍କୁ ନିର୍ଯାତନା ଘଟଣାରେ ବାପା ସୁନୀଲ ନନ୍ଦ ଓ ସାବତ ମା’ ପୁଷ୍ପଲତାଙ୍କୁ ପୋଲିସ୍‌ ଗିରଫ କରିଛି । ନିର୍ଯାତିତ ନାବାଳକ ଓ ନାବାଳିକାଙ୍କ ମା’ଙ୍କ ଏତଲା ଆଧାରରେ ଆଠଗଡ଼ ପୋଲିସ୍‌ ଗିରଫ କରିଛି । ଉଭୟଙ୍କ ନାଁରେ ୩୦୭/୨୯୪/୩୨୩/୩୨୫/୫୦୬/୩୪ରେ ମାମଲା ରୁଜୁ ହୋଇଛି । ଗୁରୁତର ଥିବାରୁ ଝିଅକୁ ଆଠଗଡ଼ରୁ କଟକ SCB ସ୍ଥାନାନ୍ତର କରାଯାଇଛି ।

ବିସ୍କୁଟ ଖାଇଦେଲେ ବୋଲି ଭାଇ, ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସାବତ ମା’ । ଦୁଇ ଦିନ ଧରି ୨ ପିଲାଙ୍କୁ ଘର ଭିତରେ ବାନ୍ଧି ରଖିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି ବାପା ମଧ୍ୟ ଏହି ୨ ପିଲାଙ୍କୁ ମାଡ଼ ମାରିଥିବା କହିଛନ୍ତି ଆହତ ଶିଶୁ । 

ମିଳିଥିବା ସୂଚନା ଅନୁସାରେ, ବାଙ୍କି ପାର୍ଥପୁର ଅଞ୍ଚଳର ସୁନୀଲ କୁମାର ନନ୍ଦ ପତ୍ନୀ ଥାଉ ଥାଉ ଯାଜପୁର ଅଞ୍ଚଳର ଆଉ ଜଣେ ମହିଳାଙ୍କ ସହ ଅଶୋକ ନଗରରେ ଘର ଭଡ଼ାନେଇ ରହୁଥିଲେ । ସୁନୀଲଙ୍କ ପ୍ରଥମ ପତ୍ନୀଙ୍କ ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ଥିବାବେଳେ ଉଭୟଙ୍କୁ ନିଜ ପାଖରେ ରଖି ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଥିଲା । 

ବିସ୍କୁଟ୍‌ ଖାଇବାରୁ ଭାଇ, ଭଉଣୀଙ୍କୁ ସାବତ ମା’ ମାଡ଼ ମାରିବା ଘଟଣା ଜଣାପଡ଼ିବା ପରେ ଏମାନଙ୍କୁ ନିର୍ଯାତନା ଘଟଣା ସାମ୍ନାକୁ ଆସିଥିଲା ।