ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ : ରାତିରେ ପଶି ଆସି ଖଣ୍ଡାରେ ହାଣିଲା ପଡ଼ୋଶୀ

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦମ୍ପତିଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ସାଙ୍କେତିକ ଚିତ୍ର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଆସି ସ୍ତ୍ରୀ ଗୁରୁତର । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରା ବଡଦାଣ୍ଡ ସାହିରୁ ଆସିଛି ଏଭଳି ଅଭିଯୋଗ । ଗାଁର କେ.ସୁରେନ୍ଦ୍ର ରେଡ୍ଡୀ ଓ ତାଙ୍କ ସ୍ତ୍ରୀ କେ.ଲକ୍ଷ୍ମୀ ରେଡ୍ଡୀଙ୍କୁ ପଡୋଶୀ ସନ୍ତୋଷ ରେଡ୍ଡୀ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ଘର ବାରଣ୍ଡାରେ ବସିଥିବାବେଳେ ସନ୍ତୋଷ ହଠାତ ଖଣ୍ଡାରେ ଉଭୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ହେଲେ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିଯାଇଥିଲେ କେ.ଲକ୍ଷ୍ମୀ ରେଡ୍ଡୀ । ଫଳରେ ସେ ଗୁରୁତର ହୋଇଛନ୍ତି ।

ଏହି ଘଟଣା ପରେ ଦମ୍ପତିଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର mkcg ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ପୂର୍ବ ଶ୍ରତୁତାକୁ ନେଇ ହିଁ ଆକ୍ରମଣକରିଥିବା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିନି । ....