Advertisment

‘ମୁଁ ବହୁତ ଚେଷ୍ଟା କଲି’...ଫ୍ୟାଶନ ଡିଜାଇନରଙ୍କ ମୃତ୍ୟୁର ପୂର୍ବର ଇନଷ୍ଟାଗ୍ରାମ ଭିଡିଓକୁ ନେଇ ଚର୍ଚ୍ଚା

ବେଡ୍‌ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଫ୍ୟାଶନ ଡିଜାଇନରଙ୍କ ମୃତଦେହ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ଅଦ୍ୟତନ ହୋଇଛି
Fashion Designer Death

fashion designer muskan narang found hanging in bedroom

Advertisment

ବେଡ୍‌ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଫ୍ୟାଶନ ଡିଜାଇନରଙ୍କ ମୃତଦେହ। ଉତ୍ତରପ୍ରଦେଶ ମୋରଦାବାଦର ସିଭିଲ୍‌ ଲାଇନ୍‌ ଅଞ୍ଚଳରେ ଫ୍ୟାଶନ ଡିଜାଇନର ତଥା ମଡେଲ୍‌ ମୁସ୍କାନ୍‌ ନାରଙ୍ଗ(Fashion Designer Muskan Narang)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମୃତ୍ୟୁର ଦିନକ ପୂର୍ବରୁ ମୁସ୍କାନ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରିଥିଲେ। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ସିଭିଲ୍‌ ଲାଇନ୍ସ ଥାନା ଅନ୍ତର୍ଗତ ରାମ ଗଙ୍ଗା ବିହାର କଲୋନୀରେ ରହୁଥିବା ୨୫ ବର୍ଷୀୟା ମୁସ୍କାନ ଡେରାଡୁନ୍‌ରେ ଫ୍ୟାଶନ ଡିଜାଇନିଂ କରିଥିଲେ। ଏହାପରେ ସେ ମୁମ୍ବାଇରେ ଫ୍ୟାଶନ ଡିଜାଇନିଂ ଚାକିରି କରିଥିଲେ। ହୋଲିରେ ସେ ଘରକୁ ଆସିଥିଲେ ଓ ସେବେଠୁ ହିଁ ସେ ଘରେ ରହୁଥିଲେ। ସମ୍ପର୍କୀୟଙ୍କ କହିବା ଅନୁସାରେ, ଗୁରୁବାର ଦିନ ମୁସ୍କାନ ସମସ୍ତଙ୍କ ସହ ମିଶି ଖାଇବା ଖାଇଥିଲେ। ଏହାପରେ ସେ ନିଜ ରୁମ୍‌କୁ ଚାଲି ଯାଇଥିଲେ। ଶୁକ୍ରବାର ସକାଳେ କବାଟ ବାଡ଼େଇବାରୁ ସେ ଖୋଲି ନଥିଲେ। ସନ୍ଦେହ ହେବାରୁ ପରିବାର ଲୋକ କବାଟ ଭାଙ୍ଗିବା ପରେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। 

Advertisment


ମୃତ୍ୟୁର ଦିନକ ପୂର୍ବରୁ ଇନଷ୍ଟାଗ୍ରାମରେ ରିଲ୍‌ ଶେୟାର କରିଥିଲେ...

ମୃତ୍ୟୁର ଦିନକ ପୂର୍ବରୁ ମୁସ୍କାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓର ଆରମ୍ଭରୁ ସେ ଏମିତି କହୁଥିଲେ, ଲାଗୁଥିଲା ଏହା ତାଙ୍କ ଶେଷ ଭିଡିଓ। ସେ କହିଥିଲେ, ‘ଏହା ମୋର ଶେଷ ଭିଡିଓ। ଏହାପରେ ଆପଣମାନେ ମୋତେ ଆଉ ଦେଖିବାକୁ ପାଇବେ ନାହିଁ। ଲୋକମାନେ କୁହନ୍ତି ନା, ନିଜ ସମସ୍ୟା ଅନ୍ୟମାନଙ୍କୁ ଶେୟାର କଲେ ସବୁକିଛି ଠିକ୍‌ ହୋଇଯିବ। ହେଲେ ଏମିତି କିଛିବି ହେଲା ନାହିଁ। ସମସ୍ତଙ୍କୁ ବୁଝେଇବା ପାଇଁ ମୁଁ ବହୁତ ଚେଷ୍ଟା କଲି, ହେଲେ ଓଲଟା ସମସ୍ତେ ମୋତେ ବୁଝାଉଛନ୍ତି। ଆଜି ଯାହା ସବୁ କରୁଛି, ସବୁକିଛି ମୋ ନିଜ ଇଚ୍ଛାରେ। ଏଥିରେ କାହାର ବି ହାତ ନାହିଁ। ତେଣୁ ମୁଁ ଯିବା ପରେ କାହାକୁ ଏଥିପାଇଁ ଦାୟୀ କରିବେ ନାହିଁ।’

Advertisment

ଘରର ବଡ଼ ଝିଅ ଥିଲେ ମୁସ୍କାନ...

ମୁସ୍କାନଙ୍କ ପରିବାର କହିଲେ ୩ ଭଉଣୀ, ଜଣେ ଭାଇ ଓ ବାପାମା’। ମୁସ୍କାନ ଘରର ବଡ଼ ଝିଅ ଥିଲେ। ତେଣୁ ତାଙ୍କର ଅଚାନକ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ପ୍ରକୃତରେ କେଉଁ କାରଣ ପାଇଁ ମୁସ୍କାନ ଚିନ୍ତାରେ ଥିଲେ ? ତାହା ଏଯାଏ ଜଣାପଡ଼ିନି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ