Advertisment

ମାନିବାକୁ ପଡ଼ିବ ସାହସ; କରଜ ଶୁଝିବାକୁ ଗଞ୍ଜେଇ ଚାଷ

କେଶନାପାଲ୍ଲୀ ପ୍ରଥମେ ଗଞ୍ଜେଇ ମଞ୍ଜି କିଣି ଚଣା କ୍ଷେତରେ ଲଗାଇଥିଲେ। ଏନେଇ ଖବର ପାଇବା ପରେ SEB ଇନ୍ସପେକ୍ଟର ନାଗେଶ୍ୱରା ରାଓଙ୍କ ନେତୃତ୍ୱରେ ଏକ ଟିମ୍ ଚାଷ ଜମିରେ ଚଢାଉ କରିବା ସହ ଯାଞ୍ଚ କରିଥିଲେ।

GANJA

GANJA

Advertisment

କରଜ ଶୁଝିବାକୁ ଚାଷୀଙ୍କ ନୂଆ ତରିକା। ନିଜ ଜମିରେ କଲେ ଗଞ୍ଜେଇ ଚାଷ। ସହଜରେ ଋଣ ପରଶୋଧ କରିବାକୁ ଗଞ୍ଜେଇ ଚାଷ କଲେ ଚାଷୀ। ଆନ୍ଧ୍ରପ୍ରଦେଶ ପ୍ରକାସାମ ଜିଲ୍ଲାର ଜଣେ ଚାଷୀଙ୍କୁ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଗିରଫ କରିବା ସହ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ।

Advertisment

ସୂଚନା ଅନୁସାରେ, ପ୍ରକାସମ ଜିଲ୍ଲାର ୟେରାଗୋଣ୍ଡାପାଲେମ ମଣ୍ଡଳ ଗାଙ୍ଗୁପାଲେ ଗାଁର ଚାଷୀ କେଶନାପାଲ୍ଲୀ ବ୍ରହ୍ମାୟା ଅନେକ ଋଣ କରିଥିଲେ। ଏଥିପାଇଁ ସେ ଚାପଗ୍ରସ୍ତ ଥିଲେ। ତେବେ ଗଞ୍ଜେଇ ଚାଷକୁ ସେ ରୋଜଗାରର ସରଳ ପନ୍ଥା ବୋଲି ଭାବୁଥିଲେ।ଏଥିପାଇଁ ସେ ନିଜ ଜମିରେ ଚାଷ କରିଥିବା ଚଣା ଫସଲ ସହ ଗଞ୍ଜେଇ ଚାଷ କରିଥିଲେ। ଏନେଇ କେହି ବ୍ୟକ୍ତି ଅବକାରୀ ବିଭାଗକୁ ଖବର ଦେଇଥିଲା।

କେଶନାପାଲ୍ଲୀ ପ୍ରଥମେ ଗଞ୍ଜେଇ ମଞ୍ଜି କିଣି ଚଣା କ୍ଷେତରେ ଲଗାଇଥିଲେ। ଏନେଇ ଖବର ପାଇବା ପରେ SEB ଇନ୍ସପେକ୍ଟର ନାଗେଶ୍ୱରା ରାଓଙ୍କ ନେତୃତ୍ୱରେ ଏକ ଟିମ୍ ଚାଷ ଜମିରେ ଚଢାଉ କରିବା ସହ ଯାଞ୍ଚ କରିଥିଲେ। ସେଠାରୁ ପ୍ରାୟ ୬ଫୁଟ୍ ଉଚ୍ଚତା ବିଶିଷ୍ଟ ୨୮୨ଟି ଗଞ୍ଜେଇ ଗଛ ଚିହ୍ନଟ କରିବା ସହ ସେଗୁଡିକୁ ନଷ୍ଟ କରିଥିଲେ। ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ। ତେବେ ଏହି ଘଟଣାରେ ଅଭିଯୁକ୍ତ କେଶନାପାଲ୍ଲୀକୁ ଗିରଫ କରାଯାଇଛି।

Advertisment

ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚାଷୀଙ୍କ ପାଖରେ ପ୍ରାୟ ପାଞ୍ଚ ଏକର ଜମି ଅଛି ଯେଉଁଠାରେ ସେ ବର୍ଷସାରା ବିଭିନ୍ନ ଫସଲ ଚାଷ କରନ୍ତି। ମରୁଡି ଏବଂ ଅନ୍ୟାନ୍ୟ କାରଣରୁ ସେ ଅନେକ କ୍ଷତି ସହିଥିଲେ। ତେବେ ସେ ଋଣ କିପରି ଶୁଝିବେ ସେନେଇ ଏକ ଉପାୟ ଚିନ୍ତା କଲେ।ଏଥିପାଇଁ ସେ ଚତୁରତାର ସହ ଗଞ୍ଜେଇ ଚାଷ ଆରମ୍ଭ କରିଥିଲେ। ମାତ୍ର ଏହି   ଖବର ଜଣାପଡିବାୱ ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Ganja Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ