Advertisment

ମାନସଙ୍କ ଅଧାପୋଡ଼ା ଚପଲ, ଇୟରଫୋନକୁ ଚିହ୍ନିଲେ ପରିବାର ଲୋକେ

୩ ଦିନିଆ ରିମାଣ୍ଡରର ଆଜି ଦ୍ୱିତୀୟ ଦିନ। ମୁହାଁମୁହିଁ କରି ସତ ବାହାର କରୁଛି କ୍ରାଇମବ୍ରାଞ୍ଚ।

CameraMan MurderCase

CameraMan MurderCase

Advertisment

ଚପଲ ଓ ଇୟରଫୋନ୍‌କୁ ଚିହ୍ନିଲେ ପରିବାର ଲୋକେ। ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଆସିଲା ନୂଆ ତଥ୍ୟ। ମୃତ ମାନସଙ୍କ ଅଧାପୋଡ଼ା ଚପଲ ଓ ଇୟରଫୋନକୁ ଚିହ୍ନିଲେ ମାନସଙ୍କ ପରିବାର ଲୋକେ। ମାନସଙ୍କ ପତ୍ନୀ ଓ ତାଙ୍କ ଭାଇ ଏହି ଅଧାପୋଡା ଚପଲ ଓ ଇୟରଫୋନ୍‌କୁ ଚିହ୍ନଟ କରିଛନ୍ତି। ତେବେ ମେମୋରୀ ଚିପ୍‌କୁ ନେଇ ସେଭଳି କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ମାନସଙ୍କ ପାଖରେ ଥିବା ମେମୋରୀ ଚିଫ୍ ଶର୍ମିଷ୍ଠାଙ୍କ ପାଖରେ ନଥିବା ଜଣାପଡିଛି।

Advertisment

ଗତକାଲି ନୟାଗଡ଼ ରଣପୁର ଅଂଚଳରେ ଥିବା ମାନସଙ୍କ ଘରେ ଯାଇ ଛାନଭିନ କରିଥିଲା କ୍ରାଇମବ୍ରାଞ୍ଚ। କାଳେ ମାନସଙ୍କ ଘରେ ମେମୋରୀ ଚିପ୍ ଥିବା ଭାବି ଖୋଜାଖୋଜି କରିଥିଲେ। ତେବେ ସେଠାରୁ ମଧ୍ୟ ମେମୋରି ଚିପ୍ ପାଇପାରିନାହିଁ କ୍ରାଇମବ୍ରାଞ୍ଚ। ମାନସ ଏହି ମେମୋରି ଚିପ୍‌କୁ ନେଇଯିବା ପରେ ସମସ୍ତ ଫାଇଲ୍ ଡିଲିଟ୍ କରିଦେଇଥିବା ଜଣାପଡିଛି।

ସେପଟେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ଶର୍ମିଷ୍ଠା ଓ ଝୁନାଙ୍କୁ ପୁଣିଥରେ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ୩ ଦିନିଆ ରିମାଣ୍ଡରର ଆଜି ଦ୍ୱିତୀୟ ଦିନ। ମୁହାଁମୁହିଁ କରି ସତ ବାହାର କରୁଛି କ୍ରାଇମବ୍ରାଞ୍ଚ। ମାନସଙ୍କୁ କାହିଁକି ହତ୍ୟା କରାଯାଇଥିଲା ? କେଉଁ କାରଣ ପାଇଁ ଶର୍ମିଷ୍ଠା, ନିରଞ୍ଜନଙ୍କ ରାଗ ଚରମରେ ପହଞ୍ଚିଥିଲା ? ହତ୍ୟା କେମିତି ହେଲା ସେ ସମ୍ପର୍କରେ ତ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ହେଲେ ହତ୍ୟାର ପ୍ରମୁଖ କାରଣ କଣ ସେ ସମ୍ପର୍କରେ ଏବେ ବି ଜାଣିପାରିନି।

Advertisment
Camera Man Manas Swain CrimeBranch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ