Advertisment

Bolangir Killer Lover: ଇଏ କେମିତିକା ପ୍ରେମିକା, ମାରିବାକୁ ଧମକ ଦେଇଥିଲା, ତା' ପରେ...

ଯବାନ ପ୍ରେମିକକୁ ମାରିଦେଲା ପ୍ରେମିକା ! ପ୍ରଥମେ ଧମକ ଦେଲା, ତା’ ପରେ ମାରି ଟାଙ୍ଗିଦେଲା ! କଳଙ୍କିତ ପ୍ରେମର ଏ ହେଉଛି ସେହି କଳଙ୍କିତ ନାୟିକା । ଯିଏ ପ୍ରେମ ପାଇଁ ଗଡ଼ାଇଛି ମୁଣ୍ଡ ଆଉ ଲିଭାଇଛି ଜଣେ ସ୍ତ୍ରୀର ସିନ୍ଦୂର ।

ଅଦ୍ୟତନ ହୋଇଛି
Jawan death

Jawan death

Advertisment

ଯବାନ ପ୍ରେମିକକୁ ମାରିଦେଲା ପ୍ରେମିକା ! ପ୍ରଥମେ ଧମକ ଦେଲା, ତା’ ପରେ ମାରି ଟାଙ୍ଗିଦେଲା ! କଳଙ୍କିତ ପ୍ରେମର ଏ ହେଉଛି ସେହି କଳଙ୍କିତ ନାୟିକା, ଯିଏ ପ୍ରେମ ପାଇଁ ଗଡ଼ାଇଛି ମୁଣ୍ଡ ଆଉ ଲିଭାଇଛି ଜଣେ ସ୍ତ୍ରୀର ସିନ୍ଦୂର । ବଲାଙ୍ଗିରରେ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାରେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଯବାନଙ୍କ ପ୍ରେମିକା ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ ।

Advertisment

ଗତ ୨୦୨୩ ମସିହାରେ ପ୍ରେମିକାର ଅଭିଯୋଗ ଆଧାରରେ ଗିରଫ ହୋଇଥିଲେ ଲରମ୍ଭା ଥାନା ଘସିଏନ ଗାଁର ଯବାନ ଭକ୍ତରାମ ଭୋଇ । ତାଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଥିଲା । ୫ ବର୍ଷ ଆଗରୁ ନିଜର ମାମୁଁ ଝିଅ ଉଉଣୀ ସହିତ ଭକ୍ତରାମଙ୍କ ପ୍ରେମ ସଂପର୍କ ଗଢିଉଠିଥିଲା । ବିବାହ ପାଇଁ କଥା ଦିଆନିଆ ହୋଇ ଉଭୟ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ଜେଲ୍‌ରୁ ଭକ୍ତରାମ ଫେରିବା ପରେ, ହଠାତ୍‌ ୨୦୨୩ ମେ’ରେ ମୁରିବାହାଲ ଅଂଚଳର ଅନ୍ୟ ଜଣେ ଝିଅଙ୍କୁ ବାହା ହୋଇଥିଲେ । ଆଉ ତା’ ପରେ ପ୍ରେମିକା ବାରମ୍ବାର ଧମକ ଦେବା ସହ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । 

ଗତ ୧୮ ତାରିଖ ଦିନ ଗାଁ ନଦୀ ନିକଟରେ ଥିବା ଗଛରୁ ଭକ୍ତରାମଙ୍କ ମୃତଦେହ ମିଳିଥିଲା । ମୃତ୍ୟୁ ପୂର୍ବରୁ ପ୍ରେମିକା ଭକ୍ତଙ୍କ ନିକଟକୁ କଲ୍‌ କରିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ, ଭକ୍ତରାମଙ୍କ ଝୁଲନ୍ତା ମୃତଦେହର ପାଦ ମାଟିରେ ଲାଗିଥିଲା । ତେଣୁ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେପଟେ ଭକ୍ତରାମଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ଗାର୍ଡ ଅଫ ଅନର ଦିଆଯାଇ ସତ୍କାର କରାଯାଇଛି । ଘଟଣାର ତଦନ୍ତ ଚାଲୁଥିବା କହିଛନ୍ତି ପାଟଣାଗଡ ଏସ୍.ଡି.ପି.ଓ । 

Advertisment
Murder Love Dhokha Odia Jawan Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ