Marriage
ଯଦି ବାହାହବେ ଗାଁ ଭିତରେ, ନହଲେେ ପୁରା ପରିବାରକୁ ନିଆଁ ପାଣି ବନ୍ଦ । ସଂର୍ପକୀୟ ହେଲେ ବି ଚଳିବ... ମାତ୍ର ଅନ୍ୟ ଗାଁରେ ବିବାହ ମନା । ପୁଅ ହେଉ କି ଝିଅ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ । ଏପରି ଅଜବ ନିୟମକୁ ନେଇ ଏବେ ସବୁଠି ଚର୍ଚ୍ଚା । ସବୁଠୁ ଆଶ୍ଚର୍ଯ୍ୟର କଥା ନିଜ ଜାତିର ଝିଅକୁ ବିବାହ କରି ଗାଁରୁ ବାସନ୍ଦ ହେଲେଣି ଶତାଧିକ ପରିବାର ।
ଗଞ୍ଜାମର ତେଲେଙ୍ଗାକୂଳର ଝିଅ କିମ୍ବା ପୁଅ ନିର୍ଦ୍ଦିଷ୍ଟ ୨୦ଟି ଗାଁ ଛଡ଼ା ଅନ୍ୟ କେଉଁଠି ବିବାହ କଲେ କରାଯାଉଛି ବାସନ୍ଦ । ଏପରି ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ନିକଟର ରଙ୍ଗେଇଲୁଣ୍ଡା ବ୍ଳକର ଭାଲିଆଗଡ଼ ଗାଁରେ । କେବଳ ବିବାହ ନୁହେଁ, ବାସନ୍ଦ ପରିବାର ସହ ଶୁଦ୍ଧିକ୍ରିୟାରେ ସାମିଲ ହେଲେ ଦେବାକୁ ପଡ଼ୁଛି ଫାଇନ୍ ।
କିଏ ନିଜ ମାଆଙ୍କୁ ଭେଟିପାରୁନି ତ କିଏ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ପାରୁନି । ସ୍ଥିତି ଏଭଳି ହେଲାଣି ଯେ ବିବାହ ୨୦ଟି ଗାଁ ଭିତରେ ସୀମିତ ରହୁଥିବାରୁ ନିଜ ଜାତିର ସଂପର୍କୀୟ ଭାଇଭଉଣୀ ମଧ୍ୟରେ ବିବାହ ହେଉଛି । ସ୍ଥାନୀୟ ଭାଲିଆଡ଼ର ଓ୍ୱାଇ.ଗଣପତି, ଆଜକୁ ୫ବର୍ଷ ହେଲା ମାଆଙ୍କୁ ଭେଟି ପାରିନାହାନ୍ତି । କାରଣ ସେ ନିୟମ ନମାନି ନିଜ ଉଚ୍ଚଶିକ୍ଷିତ ଝିଅକୁ ଅନ୍ୟତ୍ର ବିବାହ କରାଇଛନ୍ତି । ସେହିପରି ଆଉ ଜଣେ ହେଉଛନ୍ତି ଭାଲିଆଡ଼ର ବି.ଦାମୋଦର । ତାଙ୍କର ଭଉଣୀମାନେ ବିବାହିତା । କିନ୍ତୁ ସେ ବାସନ୍ଦ ହୋଇଥିବାରୁ ତାଙ୍କୁ ଏଥର ରାକ୍ଷୀ ବାନ୍ଧିନାହାନ୍ତି ଭଉଣୀ ।
କେବଳ ଏହି ଦୁଇ ପରିବାର ନୁହଁନ୍ତି, ବହୁ ଶିକ୍ଷିତ ପରିବାର ଏପରି ବାସନ୍ଦର ଶିକାର ହୋଇଛନ୍ତି । ସେମାନଙ୍କର ଅଭିଯୋଗ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଏଭଳି ଅନ୍ୟାୟ କରୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ସେପଟେ ବ୍ରହ୍ମପୁର ଏସପି କହିଛନ୍ତି ଲୋକଙ୍କୁ ସଚେତନ କରାଯାଉଛି, ନବୁଝିଲେ କାର୍ଯ୍ୟାନୁଷ୍ଠାନ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Marriage_1694354996.jpg)