Advertisment

ଧରାପଡ଼ିଲା ଫେକ୍‌ ସିମ୍‌ କାର୍ଡର ମାଷ୍ଟରମାଇଣ୍ଡ୍‌

ସିମ୍‌ କାର୍ଡ ଟାର୍ଗେଟ୍ ପୂରଣ ପାଇଁ ଇଚ୍ଛୁକ ଗ୍ରାହକଙ୍କ ଠାରୁ ଏକାଧିକ ଥର ବାୟୋମେଟ୍ରିକ୍ ନେଇ ବ୍ୟକ୍ତି ଜଣକ ସିମ୍‌ କାର୍ଡ ଆକ୍ଟିଭେସନ କରି ଏହାକୁ ବିକ୍ରି କରୁଥିଲା ।

ଅଦ୍ୟତନ ହୋଇଛି
Fake SIM card racket mastermind held in Bhadrak

Fake SIM card racket mastermind held in Bhadrak

Advertisment

ଲୋକଙ୍କ ଠାରୁ ବାୟୋମେଟ୍ରିକ୍ ଚୋରାଇ ଏକାଧିକ ସିମ୍ କାର୍ଡ ଆକ୍ଟିଭେସନ କରି କିପରି ଭାବେ ଜଣେ ଦୋକାନୀ ଏହାକୁ ବିକ୍ରି କରୁଥିଲେ, ତାହାର ଏକ ଘଟଣା ସାମ୍ନାକୁ ଆସିଛି । ସିମ୍ କାର୍ଡ ଦୋକାନୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବା ସହ ଏହି ରାକେଟର ଗୁମର ଖୋଲିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଏହି ଘଟଣା ଘଟିଛି ।

Advertisment

ସୂଚନା  ଅନୁସାରେ, ଟେଲି କମ୍ୟୁନିକେସନ ବିଭାଗ ପକ୍ଷରୁ ସିଆଇଡି କ୍ରାଇମବ୍ରାଞ୍ଚ ସହ ଭଦ୍ରକ ଏସ୍‌ପିଙ୍କୁ ଏକ ଚିଠି ହୋଇଥିଲା । ଯେଉଁଥିରେ ଏକ ଡୁପ୍ଲିକେଟ ସିମ୍ କାର୍ଡ ଆକ୍ଟିଭେସନ ରାକେଟ ସଂପର୍କରେ ଦର୍ଶାଯାଇଥିଲା । 

ଏହି ସୂଚନା ପରେ ବାସୁଦେବପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଉ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ରିଟେଲର ତଥା ବାସୁଦେବପୁର ଥାନା ଆରୁହା ଭାଗପୁର ଅଞ୍ଚଳର ବିଦ୍ୟାଧର ସାହୁଙ୍କ ପାଖରେ ପୋଲିସ୍‌ ପହଞ୍ଚିଥିଲା ।

Advertisment

ନିଜର ସିମ୍‌ କାର୍ଡ ଟାର୍ଗେଟ୍ ପୂରଣ ପାଇଁ ଇଚ୍ଛୁକ ଗ୍ରାହକଙ୍କ ଠାରୁ ଏକାଧିକ ଥର ବାୟୋମେଟ୍ରିକ୍ ନେଇ ବିଦ୍ୟାଧର ସିମ୍‌ କାର୍ଡ ଆକ୍ଟିଭେସନ କରି ଏହାକୁ ବିକ୍ରି କରୁଥିଲା । ଏହା ପ୍ରମାଣିତ ହେବା ପରେ ବିଦ୍ୟାଧରଙ୍କୁ ବାସୁଦେବପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଦ୍ରକ ଏସ୍‌ଡିପିଓ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ