Advertisment

ନକଲି ଆର୍‌ଟିଓ ଗିରଫ, ମିଛ କହି ଲୁଟୁଥିଲେ ଟଙ୍କା

ବନ୍ଧା ହେଲେ ନକଲି ଆର୍‌ଟିଓ। ନିଜକୁ ଆର୍‌ଟିଓ ଅଧିକାରୀ ପରିଚୟ ଦେଇ ଲୋକଙ୍କଠୁ ଟଙ୍କା ଲୁଟୁ ଥିବା ଜଣେ ନକଲି ଆର୍‌ଟିଓଙ୍କୁ ପୋଲିସ୍‌ ଗିରଫ କରିଛି। ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।

Fake RTO Arrested

Fake RTO Arrested

Advertisment

ବରଗଡ଼: ବନ୍ଧା ହେଲେ ନକଲି ଆର୍‌ଟିଓ। ନିଜକୁ ଆର୍‌ଟିଓ ଅଧିକାରୀ ପରିଚୟ ଦେଇ ଲୋକଙ୍କଠୁ ଟଙ୍କା ଲୁଟୁ ଥିବା ଜଣେ ନକଲି ଆର୍‌ଟିଓଙ୍କୁ ପୋଲିସ୍‌ ଗିରଫ କରିଛି। ଗିରଫ ନକଲି ଆର୍‌ଟିଓଙ୍କ ନାଁ ବିକ୍ରମ ବେହେରା। ବରଗଡ଼ରୁ ଏହି ନକଲି ଆର୍‌ଟିଓଙ୍କୁ ପୋଲିସ୍‌ ଗିରଫ କରିଛି। ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍ ଓ ଅନ୍ୟ ଗାଡ଼ିକୁ ଅଟକାଇ ସେ ଟଙ୍କା ଆଦାୟ କରୁଥିଲେ। ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।

Advertisment

ଅଭିଯୋଗ ଅନୁସାରେ, ବିକ୍ରମ ବରଗଡ଼ ଜାତୀୟ ରାଜପଥର ଟୋଲ୍‌ଗେଟ୍‌ ନିକଟରେ ଏକ ଟ୍ରକ୍‌କୁ ଅଟକାଇ ବନ୍ଧୁକ ଦେଖାଇ ଟ୍ରକ୍‌ ଡ୍ରାଇଭରଙ୍କ ନିକଟରୁ ପ୍ରଥମେ ୫,୦୦୦ ଟଙ୍କା ନେଇଥିଲେ। ଏହାପରେ ଗାଡ଼ି ମାଲିକଙ୍କୁ ଧମକ ଦେଇ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ବିକ୍ରମ କହୁଥିଲେ। ତେବେ ଟ୍ରକ୍‌ ଡ୍ରାଇଭର ଜାତୀୟ ରାଜପଥ ଦେଇ ଯାଉ ଥିବାବେଳେ ରାସ୍ତାରେ ଜଣେ ପରିବହନ ଅଧିକାରୀଙ୍କୁ ଭେଟିଥିଲେ। ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। 

Advertisment

ଏହାପରେ ଯୋଜନା ମୁତାବକ, ଅଧିକ ଟଙ୍କା ଦେବାର ଲୋଭ ଦେଖାଇ ନକଲି ଆର୍‌ଟିଓ ବିକ୍ରମଙ୍କୁ ଫୋନ୍‌ ଯୋଗେ ଟ୍ରକ୍‌ ଡ୍ରାଇଭର ଏକ ସ୍ଥାନକୁ ଡାକିଥିଲେ। ଅଧିକ ଟଙ୍କା ଲୋଭରେ ଘଟଣାସ୍ଥଳରେ ପହଞ୍ଚିବା ପରେ ପୂର୍ବରୁ ସେଠାରେ ଛପି ରହିଥିବା ପୋଲିସ୍‌ ଓ ଆର୍‌ଟିଓ ଅଧିକାରୀ ତାଙ୍କୁ କାବୁ କରିଥିଲେ। ବିକ୍ରମ ନିଜକୁ ଆର୍‌ଟିଓ ଅଧିକାରୀ ଓ ପୋଲିସ୍‌ କହି ପୂର୍ବରୁ ବି ଅନେକ ଲୋକଙ୍କ ଠାରୁ ଟଙ୍କା ଲୁଟି ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ, ବରଗଡ଼ ପୋଲିସ୍ ଘଟଣାର ତଦନ୍ତ କରୁଛି। 

Bargarh Fake RTO Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ