Advertisment

ପୁଣି ଓଟିଭି ଲୋଗୋକୁ ବ୍ୟବହାର କରି ମିଥ୍ୟା ଖବର ଭାଇରାଲ

ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ।

ଅଦ୍ୟତନ ହୋଇଛି
OTV Logo Fake Post

Fake Post using otv logo

Advertisment

ଓଟିଭି ଲୋଗୋକୁ ବ୍ୟବହାର କରି ପୁଣି ଭାଇରାଲ କରାଯାଇଛି ମିଥ୍ୟା ଖବର। ଆସନ୍ତା ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ ହେବ ବୋଲି ଯେଉଁ ଖବର ଭାଇରାଲ୍ କରାଯାଉଛି, ତାର କୌଣସି ସତ୍ୟାସତ୍ୟ ନାହିଁ କିମ୍ବା ଚଳିତ ବର୍ଷ ସେଭଳି ଖବର ଓଟିଭିର କୌଣସି ପ୍ଲାଟଫର୍ମରେ ପ୍ରସାରିତ ହୋଇନାହିଁ।

Advertisment

ଏପରିକି ଅଦ୍ୟାବଧି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସେଭଳି କୌଣସି ନିର୍ଦ୍ଦେଶନାମା ଆସିନାହିଁ।  କିନ୍ତୁ, କେହି ଜଣେ ଅସାମାଜିକ ବ୍ୟକ୍ତି ଓଟିଭିର ଲୋଗୋକୁ ବ୍ୟବହାର କରି କିମ୍ବା ପୁରୁଣା ଖବରକୁ ଆଣି ଭାଇରାଲ କରୁଛନ୍ତି।

ଏଠାରେ ପୁଣି ଥରେ ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ, ରାଜ୍ୟ ସରକାରଙ୍କ ପକ୍ଷରୁ ଅଦ୍ୟାବଧି ସେଭଳି କୌଣସି ଘୋଷଣା ହୋଇନାହିଁ କିମ୍ବା ଓଟିଭି ପକ୍ଷରୁ ବର୍ତ୍ତମାନ ପାଇଁ ସେଭଳି କୌଣସି ଖବର ପ୍ରସାରିତ ହୋଇନାହିଁ। ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ।

Advertisment
Otv Social Media OTV Logo Fake Post
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ