Advertisment

ଫିଟୁଛି ଗୁରୁଜୀଙ୍କ ନକଲି ମାନବବାଦର ଅସଲି ଗୁମର

ତଥାକଥିତ ମାନବବାଦ ସଂଗଠନର ଗୁମର ସାମ୍ନାକୁ ଆସୁଛି । କେଉଁଠି ଚାନ୍ଦା ନ ଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ପୂର୍ବରୁ ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ସଂଗଠନର ଜାତି ଆଉ ଧର୍ମ ବିରୋଧୀ ଆଭିମୁଖ୍ୟ ପଦାକୁ ଆସିଛି। ସଂଗଠନ ସଧବାଙ୍କୁ ଶଙ୍ଖା ଆଉ ସିନ୍ଦୂର ନ ପିନ୍ଧିବାକୁ ତାଗିଦ୍ କରୁଛି, କାହାର ବିୟୋଗ ହେଲେ ଗୃହକର୍ତ୍ତାଙ୍କୁ ଶୁଦ୍ଧିକ୍ରିୟା ପାଇଁ ବାରଣ କରୁଛି। ଖିଲାପ କଲେ ଗାଁରୁ ମାଡ଼ଖାଇ ବିଦା ହେବା ଥୟ।

Fake Manababad

Fake Manababad

Advertisment

ଭୁବନେଶ୍ୱର : ତଥାକଥିତ ମାନବବାଦ ସଂଗଠନର ଗୁମର ସାମ୍ନାକୁ ଆସୁଛି । କେଉଁଠି ଚାନ୍ଦା ନ ଦେଲେ ମାଡ଼ ତ କେଉଁଠି ସଂଗଠନକୁ ବିରୋଧ କଲେ ହତ୍ୟା ଅଭିଯୋଗ। ପୂର୍ବରୁ ଶାସକ ଦଳ ସହ ସଂପୃକ୍ତିର ନିଚ୍ଛକ ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ସଂଗଠନର ଜାତି ଆଉ ଧର୍ମ ବିରୋଧୀ ଆଭିମୁଖ୍ୟ ପଦାକୁ ଆସିଛି। ସଂଗଠନ ସଧବାଙ୍କୁ ଶଙ୍ଖା ଆଉ ସିନ୍ଦୂର ନ ପିନ୍ଧିବାକୁ ତାଗିଦ୍ କରୁଛି, କାହାର ବିୟୋଗ ହେଲେ ଗୃହକର୍ତ୍ତାଙ୍କୁ ଶୁଦ୍ଧିକ୍ରିୟା ପାଇଁ ବାରଣ କରୁଛି। ଖିଲାପ କଲେ ଗାଁରୁ ମାଡ଼ଖାଇ ବିଦା ହେବା ଥୟ। ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ଏକଛତ୍ରବାଦର ଚିତ୍ର ସାମ୍ନାକୁ ଆସିଥିବାବେଳେ ମାନବବାଦ ସଂଗଠନର ସେହି ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କ ଏବେ ଗିରଫଦାରୀକୁ ନେଇ ଜୋର ଧରିଛି ଦାବି।

Advertisment

ଧିରେ ଧିରେ ଫିଟୁଛି ଗୁରୁଜୀଙ୍କ ନକଲି ମାନବବାଦର ଅସଲି ଗୁମର। ନା ଅଛି ଜାତି ପ୍ରତି ସମବେଦନା ନା ଅଛି ଧର୍ମ ପ୍ରତି ସମ୍ମାନ। ସଧବାକୁ ଶଙ୍ଖା ପିନ୍ଧିବା ମନା, ମଥାରେ ସିନ୍ଦୂର ନାଇଁବା ମନା। ବାପା, ମାଙ୍କ ବିୟୋଗ ହେଲେ ଶୁଦ୍ଧିକ୍ରିୟାକୁ ବାରଣ, ଦିଅଁ ଦେବତାଙ୍କୁ ଛୁଇଁବା ମନା। ନୀରିହ ଆଦିବାସୀଙ୍କ ଉପରେ ତାଲିବାନୀ ଷ୍ଟାଇଲ୍‌ଅରେ ଫତୱା ଜାରି କରି ସଂଗଠନ ମୁଖିଆ ତଥା ଗୁରୁଜୀ ଚଳାଇଥିଲେ ଏଭଳି ଗୁଣ୍ଡାରାଜ୍। ଆଉ ଜଣଙ୍କ ପରେ ଜଣେ ପୀଡ଼ିତ ଏବେ ମୁହଁ ଖୋଲୁଛନ୍ତି ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଡାଳତୋଳା ଆଦିବାସୀ ସାହିର ୬ଟି ପରିବାରର ସଦସ୍ୟ ସଂଗଠନର ହୁକୁମକୁ ବେଖାତିର୍ କରି ବି ଦୀର୍ଘ ବର୍ଷ ହେବ ଗାଁରୁ ତଡ଼ା ଖାଇ ଜଙ୍ଗଲରେ ରହୁଛନ୍ତି। ଏପରିକି ୨୦୧୪ରେ ଏକ ହତ୍ୟା ମାମଲାରେ ଛନ୍ଦି, ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଜେଲ୍ ବି ପଠାଇ ଦିଆଯାଇଛି। ତା’ପରେ କ୍ରମାଗତ ଲୁଟ୍‌ପାଟ୍‌ ସହ ନିର୍ଘାତ ମାଡ଼ ବି ସେମାନଙ୍କୁ ଖାଇବାକୁ ପଡିଛି। ଶେଷରେ ନିର୍ଯାତନା ଅସହ୍ୟ ହେବାରୁ ଗାଁ ଛାଡ଼ି ଜଙ୍ଗଲରେ ରହୁଛନ୍ତି ଏମାନେ।

Advertisment

ଲୋକଙ୍କ କହିବା କଥା, ମାଓବାଦ ଷ୍ଟାଇଲ୍‌ରେ କ୍ୟାଡର୍ ଚଳାଉଥିଲେ ମାନସ ଦାସ। ଏ ସଂକ୍ରାଣ୍ଟୀୟ ଜଟଣୀ ଅଞ୍ଚଳର ଏକ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଛି। ୨୦୧୮, ସେପ୍ଟେମ୍ବର ୧୬ରେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର କାର୍ଯ୍ୟକ୍ରମରେ ନିଜେ ମଞ୍ଚ ଉପରେ ବସିଥିଲେ ଗୁରୁଜୀ। ଶତାଧିକ ଅନୁଗତଙ୍କ ବି ଜମିଥିଲା ଭିଡ଼। ଏମିତି ପ୍ରତି ରବିବାର ବସୁଥିଲା ବୈଠକ। ସାଧାରଣତଃ ଏହି ଆତ୍ମଘୋଷିତ ଗୁରୁଜୀଙ୍କ ଚରାଭୁଇଁ ଥିଲା ବେଗୁନିଆ ଅଞ୍ଚଳ। ଟାର୍ଗେଟ୍ କେବଳ ନିରୀହ ଆଦିବାସୀଙ୍କୁ। ସଂଗଠନରେ ସାମିଲ କରି ଜଣ ପିଛା ସଦସ୍ୟତା ଦେୟ ୩୦ ଟଙ୍କା ରଖାଯାଇଥିଲା। ପୈଠ ନ କଲେ ବୈଠକକୁ ପ୍ରବେଶ ମନା ନଚେତ ଜୁଲମ୍‌ର ଶୀକାର ହେବାକୁ ପଡୁଥିଲା। ଏଭଳି ଆତଙ୍କରାଜ ଭିଆଇ ଖୋର୍ଦ୍ଧା ଜିଲ୍ଲାରେ ନିଜ ସଂଗଠନର କାୟା ମେଲାଇଥିବା ବେଳେ ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣକୁ ନେଇ ହଇଚଇ ପରେ ଅନେକ ଲୋକ ମାନସ ଦାସଙ୍କ ବିରୋଧରେ ଏବେ ମୁହଁ ଖୋଲିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ମାନସଙ୍କୁ ଗୁରୁଜୀ କହି ତାଙ୍କ ସପକ୍ଷରେ ଏବେ ବାହାରିଛନ୍ତି କିଛି ଅନୁଗତ।

ତେବେ ହତ୍ୟା, ମରଣାନ୍ତକ ଆକ୍ରମଣ ଆଦି ଏକାଧିକ ଅପରାଧିକ ଘଟଣାରେ ମାନବବାଦ ସଂଗଠନ ଏବଂ ତାର ମୁଖିଆଙ୍କ ବିରୋଧରେ ଇତିମଧ୍ୟରେ ୩ଟି ମାମଲା ରୁଜୁ ହୋଇଥିଲେ ବି କାହିଁକି ଗୁରୁଜୀଙ୍କ ପାଖ ମାଡ଼ିବାକୁ ସାହସ କରିପାରୁନି ପୋଲିସ, ସେନେଇ ବିଭିନ୍ନ ସଂଗଠନ ପ୍ରଶ୍ନ ଉଠାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment
Odisha News Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ