Advertisment

ନିବେଶ କର, ଆଉ ନେଇଯାଅ ୪ ଗୁଣା ଟଙ୍କା...ଲାଭ ତ ବହୁତ ଦୂର, ମୂଳ ବି ଚାଲିଗଲା

ନିବେଶ କର, ଆଉ ନେଇଯାଅ ୪ ଗୁଣା ଟଙ୍କା। ଟଙ୍କା ଚାରିଗୁଣା କରିଦେବାକୁ କହି ପୁରା ଗ୍ରାମବାସୀଙ୍କୁ ଚୁନ ଲଗାଇ ଦେଇଛନ୍ତି ସାଇବର ଠକ।

ଅଦ୍ୟତନ ହୋଇଛି
Fake investment app dupes locals in Ganjam

Fake investment app dupes locals in Ganjam

Advertisment

ଅଧିକ ଲାଭର ଲୋଭରୁ ମୂଳ ବି ଚାଲିଗଲା। ନିବେଶ କର, ଆଉ ନେଇଯାଅ ୪ ଗୁଣା ଟଙ୍କା। ଟଙ୍କା ଚାରିଗୁଣା କରିଦେବାକୁ କହି ପୁରା ଗ୍ରାମବାସୀଙ୍କୁ ଚୁନ ଲଗାଇ ଦେଇଛନ୍ତି ସାଇବର ଠକ।  ଟିଏଣ୍ଡ୍‌ଜି ନାମକ ଏକ ଆପ୍‌ ମାଧ୍ୟମରେ ଏଭଳି ଠକେଇର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ଅନ୍ତର୍ଗତ ବଡରାମପଲ୍ଲୀ ଗ୍ରାମବାସୀ।

Advertisment

୫ଶହରୁ ଅଧିକ ଯୁବକ ଓ ମହିଳା ଠକେଇର ଶିକାର ହୋଇଛନ୍ତି। ଲୋକଙ୍କ କଷ୍ଟ ଉପାର୍ଜିତ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଆପ୍ ମାଧ୍ୟମରେ ଠକି ନିଆଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ମାମଲାର ତଦନ୍ତ କରି ପୋଲିସ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ।

ମୋବାଇଲ୍‌କୁ ଆସିଥିବା ଏକ ଲିଙ୍କ୍‌କୁ ନେଇ କିଛି ଯୁବକ ଟିଏଣ୍ଡ୍‌ଜି ଆପ୍‌କୁ ଡାଇନଲୋଡ୍ କରି ଟଙ୍କା ବାନ୍ଧିଥିଲେ । ସେମାନଙ୍କୁ ପ୍ରଥମେ ନିବେଶ ଟଙ୍କାର ୪ ଗୁଣା ଟଙ୍କା ମିଳିଥିଲା । ଏହିକଥା ଗ୍ରାମବାସୀଙ୍କୁ ଜଣାଇବା ପରେ ଗାଁର ଅଧିକାଂଶ ଲୋକ ଏହି ଆପ୍‌ରେ ଟଙ୍କା ଜମା କରିଥିଲେ। ଏଥିରେ ଅଧିକାଂଶ ଯୁବକ, ମହିଳା ଏବଂ ବୃଦ୍ଧ ରହିଛନ୍ତି ।

Advertisment

ହେଲେ କିଛି ଦିନ ପରେ ଲାଭ କ’ଣ ମିଳିବ ଓଲଟା ମୂଳ ଟଙ୍କା ଚାଲିଗଲା। ଆପ୍ ଆଉ ଖୋଲିଲା ନାହିଁ । ଏବେ ନିଜ ଜମାଟଙ୍କା କିପରି ପାଇବେ ତାକୁ ନେଇ ଚିନ୍ତାରେ ଗ୍ରାମବାସୀ।ୟୁପିଆଇ ମାଧ୍ୟମରେ ଏହି ଆପ୍‌ରେ ଟଙ୍କା ବାନ୍ଧିଥିଲେ ଗ୍ରାମବାସୀ। ଟଙ୍କା ଜମା କରିଥିବା ଲୋକଙ୍କ ମଧ୍ୟରେ ଅନେକ ଦିନ ମଜୁରିଆ ମଧ୍ୟ ରହିଛନ୍ତି ।

ବିଲରେ କାମ କରି ଟଙ୍କା ଆଣି ଏହି ଆପ୍‌ରେ ଅନ୍ୟ ବ୍ୟକ୍ତିଙ୍କ ମୋବାଇଲ ମାଧ୍ୟମରେ ମଧ୍ୟ ଟଙ୍କା ଜମା କରିଥିଲେ। ଗୋଟିଏ ଗାଁରୁ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ଠକେଇ ହେବା ପରେ ଲୋକେ ସାଇବର ଥାନାରେ ଜଣାଇବାକୁ ସ୍ଥିର କରିଛନ୍ତି। କିଛି ଜମାକାରୀ ପୋଲିସ ପଦକ୍ଷେପ ଗ୍ରହଣ କରି ଟଙ୍କା ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

Advertisment
Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: