Advertisment

ସ୍ୱାମୀ ସାଜିଥିଲେ ତ୍ରିକାଳଦର୍ଶୀ, ସ୍ତ୍ରୀ କରୁଥିଲେ ଝଡାଫୁଙ୍କା: ଶୂନ୍ୟରେ ଭବିଷ୍ୟବାଣୀ କରୁଥିଲେ ଭଣ୍ଡ ବାବା...

ବ୍ୟବସାୟରେ ଉନ୍ନତି ହେବ, ସନ୍ତାନ ପ୍ରାପ୍ତି, ରୋଗରୁ ମୁକ୍ତି ମିଳିବ, ଏମିତି କିଛି ମିଛ ଆଶ୍ୱାସନା ଦେଇ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ରାଜଧାନୀର ମଡର୍ଣ୍ଣ ବାବା-ମାତା।

Fake godman arrested in bhubaneswar

Fake godman arrested in bhubaneswar

Advertisment

ହିମାଳୟରୁ ଆସୁଥିଲା ହୁକୁମ୍। ଶୂନ୍ୟରେ ଭବିଷ୍ୟବାଣୀ କରୁଥିଲେ ଭଣ୍ଡ ବାବା। ବ୍ୟବସାୟରେ ଉନ୍ନତି ହେବ, ରୋଗରୁ ମୁକ୍ତି ମିଳିବ ଏଭଳି ନାନା ମିଛ କଥା କହି ବ୍ୟବସାୟୀଙ୍କ ଠାରୁ ଲୁଟି ନେଇଛନ୍ତି ୫ ଲକ୍ଷରୁ ଅଧିକ ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ଏଭଳି ମଡର୍ଣ୍ଣ ବାବା-ମାତାଙ୍କୁ ପୋଲିସ ଗିରଫ କରିଛି। ସେମାନେ ଆଉ କାହା କାହା ଠାରୁ ଏଭଳି ଠକେଇ କରିଛନ୍ତି, ସେନେଇ ଖୋଳତାଡ ଜାରି ରହିଛି। 

Advertisment

ବ୍ୟବସାୟରେ ଉନ୍ନତି ହେବ, ସନ୍ତାନ ପ୍ରାପ୍ତି, ରୋଗରୁ ମୁକ୍ତି ମିଳିବ, ଏମିତି କିଛି ମିଛ ଆଶ୍ୱାସନା ଦେଇ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ରାଜଧାନୀର ମଡର୍ଣ୍ଣ ବାବା-ମାତା। ହିମାଳୟରୁ ଆସୁଥିଲା ହୁକୁମ। ଆଉ ବାବାଙ୍କ ନାଁରେ ରାଣୀ ମା' ଲୁଟୁଥିଲେ ଟଙ୍କା। ସ୍ୱାମୀ ସାଜିଥିଲେ ତ୍ରିକାଳଦର୍ଶୀ, ସ୍ତ୍ରୀ କରୁଥିଲେ ଝଡାଫୁଙ୍କା। 

ଭଣ୍ଡବାବା ସ୍ୱାମୀ ସ୍ପର୍ଶକାନ୍ତ ସାହୁ ଏବଂ ଆତ୍ମଘୋଷିତ ମାତା ରିନି ସାହୁ ଲୋକଙ୍କୁ ଭୁଆଁ ବୁଲାଇବାରେ ଉତ୍ସାଦ। ହେଲେ ଅଧିକ ଦିନ ତିଷ୍ଠି ପାରିନି ବାବାଙ୍କ କଳା କାରନାମା। ବଡ଼ଗଡ଼ ଥାନା ପୋଲିସ ଉଭୟ ବାବା-ମାତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ୍‌ ସୂଚନା ଅନୁସାରେ, ବଡ଼ଗଡ଼ କେନାଲ ରୋଡ୍‌ରେ ଅଭିଯୋଗକାରିଣୀଙ୍କ ଏକ ସପିଂ ମାର୍ଟ ରହିଛି। ଗତବର୍ଷ ମାର୍ଟ ମାଲିକଙ୍କ ସହ ରିନି ସମ୍ପର୍କରେ ଆସିଥିଲେ । 

Advertisment

ଏହାପରେ ଚତୁରତାର ସହ ବ୍ୟବସାୟୀଙ୍କ ସିସିଟିଭିର ଆକ୍ସେସ୍‌ ନିଜ ମୋବାଇଲକୁ ନେଇଯାଇଥିଲେ। ତା’ପରେ ଆରମ୍ଭ ହୋଇଥିଲା କାରସାଦି। ସିସିଟିଭି ଦେଖି ବ୍ୟବସାୟୀ କେଉଁ ରଙ୍ଗର ପୋଷାକ ପିନ୍ଧୁଛନ୍ତି ଜାଣିବା ପରେ, ଭଣ୍ଡ ବାବା ଆରମ୍ଭ କରୁଥିଲେ ଭବିଷ୍ୟବାଣୀ। ଧିରେ ଧିରେ ବ୍ୟବସାୟୀଙ୍କ ବିଶ୍ୱାସ ଜିତି ୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରି ନେଇଥିଲେ। 

ଭଣ୍ଡବାବା ଓ ତାଙ୍କ ପତ୍ନୀ କେବଳ ଏହି ଦମ୍ପତିଙ୍କୁ ଲୁଟିଛନ୍ତି ନା ଅନ୍ୟ କେହି ତାଙ୍କ ଠକାମିର ଶିକାର ହୋଇଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ