Advertisment

ନକଲି ଡାକ୍ତର ଗିରଫ, +୨ ପଢ଼ି ରୋଗୀଙ୍କ ଚିକିତ୍ସା କରୁଥିଲେ...ନେଉଥିଲେ ମୋଟା ଅଙ୍କର ଫିସ୍‌

ରୋଗୀଙ୍କ ଜୀବନ ସହ ଖେଳ। ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । ସେ +୨ ପାଠ ପଢ଼ି ମେଡିସିନ୍‌ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ।

ଅଦ୍ୟତନ ହୋଇଛି
Fake doctor arrested

Fake doctor arrested

Advertisment

ରୋଗୀଙ୍କ ଜୀବନ ସହ ଖେଳ। ସାନଖେମୁଣ୍ଡି ଡେଙ୍ଗାଉସ୍ତର ଏକ କ୍ଲିନିକରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । କଟକ ରାଣୀହାଟରେ ମଧ୍ୟ ସେ କ୍ଲିନିକ କରି ରୋଗୀଙ୍କ ଚିକିତ୍ସା କରୁଥିଲେ। ଶୁଭ୍ରଜିତଙ୍କ କଟକ ସ୍ଥିତ ଭଡ଼ା ଘରେ ମଧ୍ୟ ପୋଲିସ୍‌ ଖୋଳତାଡ଼ କରିଛି।  ସେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱରର ଏମ୍ସ ଡାକ୍ତର କହି ରୋଗୀଙ୍କ ଚିକିତ୍ସା କରୁଥିଲେ।

Advertisment

ସୂଚନା ଅନୁସାରେ, ଗିରଫ ନକଲି ଡାକ୍ତର ଶୁଭ୍ରଜିତଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ।  ସେ +୨ ପାଠ ପଢ଼ି ମେଡିସିନ୍‌ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ। ଜଣେ ରୋଗୀଙ୍କୁ ଦେଖିବା ପାଇଁ ସେ ୩୦୦ ଟଙ୍କା ନେଉଥିଲେ। 

ପୂର୍ବରୁ ମଧ୍ୟ ଏହି ନକଲି ଡାକ୍ତରଙ୍କୁ ତେଲେଙ୍ଗାନା ପୋଲିସ ୨୦୨୦ରେ ଗିରଫ କରିଥିଲା। ସେତେବେଳେ ଶୁଭ୍ରଜିତ ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହିବା ସହ ଡାକ୍ତର ସମ୍ମିଳନୀରେ ଯୋଗ ଦେଇଥିଲେ। 

Advertisment
Fake Doctor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ