Advertisment

Tragic Facebook Love Story: ଫେସବୁକରେ ପ୍ରେମ, ପ୍ରଥମ ଦେଖାରେ ଶାରୀରିକ ସମ୍ପର୍କ, ତା ପରେ ଘଟିଲା ଏମିତି ଘଟଣା ଯେ…

ମାତ୍ର ତିନିଦିନର ପ୍ରେମ, ସଂପର୍କ ଏତେ ଘନିଷ୍ଠ ହୋଇଗଲା ଯେ, ଦୁହେଁ ଦୁହିଁଙ୍କୁ ଛାଡ଼ି ରହିପାରିଲେ ନାହିଁ। ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ଜଙ୍ଗଲରେ ଶେଷ ହେଲା, ତାହା ପୁଣି ଏକ ଗାତ ଭିତରେ...

ଅଦ୍ୟତନ ହୋଇଛି
Facebook Love Affair Turns Deadly

Facebook Love Affair Turns Deadly

Advertisment

ନୂଆ ନୂଆ ଫେସବୁକରେ ବନ୍ଧୁତା। ମାତ୍ର ୪ ଦିନର କଥାବାର୍ତ୍ତା। ପ୍ରଥମ ଦେଖାରେ ଶାରୀରିକ ସମ୍ପର୍କ ଓ ଏହି ସମ୍ପର୍କ ଏକ ବୀଭତ୍ସ ହତ୍ୟାକାଣ୍ଡ ଆଡ଼କୁ ବାଟ କଢ଼ାଇ ନେଇଥିଲା। ବିବାହିତ ପ୍ରେମିକାଙ୍କୁ ଘଞ୍ଚ ଜଙ୍ଗଲରେ ପଥରରେ ଅତି ନିର୍ମମ ଭାବେ ଛେଚି ଛେଚି ହତ୍ୟା କରିଥିଲା ନୃଶଂସ ପ୍ରେମିକ। ଶବକୁ ଲୁଚାଇବା ପାଇଁ କ୍ଷେତରେ ମାଟି ଖୋଳି ପୋତି ଦେଇଥିବା ଗୋଟିଏ ଫେସବୁକ ପ୍ରେମିକର କାହାଣୀ ଇଏ। ଏମିତି ଘଟଣା ମହାରାଷ୍ଟ୍ରରେ ଘଟିଛି। କ୍ଷେତରେ ମାଟି ତଳୁ ଯେତେବେଳେ ଫେସବୁକ ପ୍ରେମିକାର ଶବ ଉଦ୍ଧାର ହୁଏ ତା ପରେ ସବୁକିଛି ଓଲଟପାଲଟ ହେଇଯାଏ।

Advertisment

ସିନେମା କାହାଣୀ ପରି ଥିଲା ଏମାନଙ୍କ ପ୍ରେମ

‘ପୁନୀତ୍ ଗୌଡ଼’ ମହାରାଷ୍ଟ୍ର ମାଣ୍ଡ୍ୟା ଜିଲ୍ଲା କରୋଟିର ବାସିନ୍ଦା। ସେ ଜଣେ ଇଞ୍ଜିନିୟର। ମାତ୍ର ସପ୍ତାହେ ତଳେ ସେ ଫେସବୁକ୍ ମାଧ୍ୟମରେ ହାସନର ବାସିନ୍ଦା ‘ପ୍ରୀତି ସୁନ୍ଦରେଶ’ଙ୍କ ସହ ସଂପର୍କ ଯୋଡ଼ିଥିଲେ। ପ୍ରୀତି ଜଣେ ବିବାହିତ ମହିଳା। ନବବିବାହିତ ବି ନୁହେଁ, ସେ ଥିଲେ ଦୁଇଟି ପିଲାର ମାଆ। ଏହା ସତ୍ତ୍ୱେ ସେ ସମ୍ପର୍କ ଯୋଡ଼ିଥିଲେ ଯୁବ ଇଂଜିନିୟର ପୁନୀତଙ୍କ ସହ। ପ୍ରେମ କେତେବେଳେ ବି କେଉଁଠି ହୋଇଯାଇ ପାରେ। ତାହା ଦେଖେନାହିଁ ବୟସ କିମ୍ବା ଜାତିଗୋତ୍ର।

୨୮ ବର୍ଷୀୟା ପ୍ରୀତି ଗଲା ୧୯ ତାରିଖ ଗୁରୁବାର ଫେସବୁକରେ କରୋଟିଗ୍ରାମ ବାସିନ୍ଦା ପୁନୀତଙ୍କୁ ପଠାଇଥିଲେ ଫ୍ରେଣ୍ଡ ରିକୁଏଷ୍ଟ। ଆଉ ଶୁକ୍ରବାର ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଚାଟିଂ। ଦିନ ରାତି ଚାଟିଂ ପରେ ଉଭୟ ଫୋନ୍ ନମ୍ବର ଦିଆନିଆ ହୋଇଥିଲେ। ଆଉ ଶନିବାର ଦି ଉଭୟଙ୍କ ଭିତରେ ଫୋନରେ ହୋଇଥିଲା ଲମ୍ବା ସମୟର କଥାବାର୍ତ୍ତା। କିନ୍ତୁ ଏତିକିରେ ଥମି ନଥିଲା ସେମାନଙ୍କ ପ୍ରେମର ଉଚ୍ଛ୍ୱାସ।

Advertisment

ଗୋଟିଏର ଦିନର ଚାଟିଂ ଓ ଗୋଟିଏ ଦିନର ଫୋନ୍ ବାର୍ତ୍ତାଳାପ ପରେ ଉଭୟ ପରସ୍ପରକୁ ଭେଟିବାକୁ ଆତୁର ହୋଇ ଉଠିଥିଲେ। ଆଉ ଦୂରରେ ରହି ହେଉ ନଥିଲା। ତେଣୁ ରବିବାର ପ୍ରୀତି ଏକ କାରରେ ପୁନିତଙ୍କ ସହିତ ହାସନରୁ ମୈସୁର ବୁଲି ଯାଇଥିଲେ। ଏମାନଙ୍କ ଅଳ୍ପ ଦିନର ପ୍ରେମ ସବୁକିଛି ବଲିଉଡ ସିନେମା କାହାଣୀ ଭଳି ଘଟି ଯାଉଥିଲା। କାହାଣୀ ଯେ ଅଳ୍ପ କିଛି ଦିନ ଭିତରେ ଭୟାନକ ମୋଡ଼ ନେବାକୁ ଯାଉଥିଲା ଏମାନେ ହୁଏତ ସ୍ୱପ୍ନରେ ବି ସୁଦ୍ଧା ବିଶ୍ୱାସ କରିନଥିବେ।

ରକ୍ତାକ୍ତ ମୋଡ଼ ନେବାର ପୂର୍ବର ଘଟଣା

ମୈସୁରରେ ପହଞ୍ଚିବା ପରେ ଉଭୟ ସହର ବୁଲିଥିଲେ। ଏକ ଲଜରେ ରହିଥିଲେ। ସେଠାରେ ଉଭୟ ଅନେକ ସମୟର ଅନ୍ତରଙ୍ଗ ମୁହୂର୍ତ୍ତ କାଟିଥିଲେ। ଉଭୟ ମାତିଥିଲେ ଆଦିମ ଖେଳରେ। ତା'ପରେ ସେମାନେ ସେଠାରୁ ଫେରି ଆସିଥିଲେ। ପ୍ରୀତି କିନ୍ତୁ ପୁନୀତଙ୍କ ସହିତ ଅଧିକ ସମୟ ଏହି ଲଜରେ ବିତାଇବାକୁ ଚାହୁଁଥିଲେ। ହେଲେ ଲୋକଙ୍କ ଉପସ୍ଥିତି ଯୋଗୁ ପୁନିତ ମନା କରିଦେଇଥିଲେ। କିନ୍ତୁ ଏହି ପ୍ରେମ କାହାଣୀ ଆଉ କିଛି ସମୟ ଭିତରେ ଏକ ରକ୍ତାକ୍ତ ଅନ୍ତ ହେବାକୁ ଯାଉଥାଏ।

Advertisment

ଘଞ୍ଚ ଜଙ୍ଗଲରେ ଉଭୟ

ଲଜ୍ ଛାଡିବା ପରେ ରାସ୍ତାରେ ପ୍ରୀତି ପୁଣି ଏକାଠି ରହିବାକୁ ଇଚ୍ଛା କରିଥିଲେ। ତାଙ୍କର ବାରମ୍ବାର ଅନୁରୋଧରେ ହତାଶ ହୋଇ ପୁନିତ ତାଙ୍କୁ କଟରଘଟ୍ଟା ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପୁନିତ ବାରମ୍ବାର ମନା କରିଥିଲେ ଅଧିକ ସମୟ ଦେବାକୁ। କିନ୍ତୁ ପ୍ରୀତି ଏହି ଘଟଣାକୁ ନେଇ ପୁନୀତଙ୍କୁ ଥଟ୍ଟା କରିବା ଆରମ୍ଭ କରିଦେଇଥିଲେ। ଆଉ ଏହି ମଜା ହିଁ ଡାକି ଆଣିଥିଲା ଏକ ବଡ଼ ବିପଦକୁ।

ଏମିତି ନିଷ୍ଠୁର ରୂପ ନେଇପାରେ ପ୍ରେମ

ପୁନିତ ରାଗିଯାଇ ପ୍ରୀତିଙ୍କୁ ଚାପୁଡ଼ା ମାରିଲେ। ପ୍ରୀତି ତଳେ ପଡ଼ିଯିବା ମାତ୍ରେ ସେ ପାଖରେ ପଡ଼ିଥିବା ଏକ ଓଜନିଆ ପଥର ଉଠାଇ ପ୍ରୀତିଙ୍କ ମୁଣ୍ଡରେ ଆଘାତ କରିଥିଲେ। ସେତିକିରି ଅଟକି ନଯାଇ ଗୋଟିଏ ପରେ ଗୋଟିଏ ଆଘାତ ଦେଇ ଚାଲିଥିଲେ। କିଛି ମୁହୂର୍ତ୍ତ ମଧ୍ୟରେ ପ୍ରୀତିଙ୍କ ସ୍ୱର କ୍ଷୀଣ ହୋଇଯାଉଥିଲା। ସବୁଦିନ ପାଇଁ ନିଃଶ୍ୱାସ ବନ୍ଦ କରିଦେଲେ। ସେମାନଙ୍କର ପ୍ରଥମ ମୁହାଁମୁହିଁ ସାକ୍ଷାତ। ଚାରି ଦିନର କଥାବାର୍ତ୍ତା। କିନ୍ତୁ ସବୁକିଛି ଶେଷ ହୋଇଯାଇଥିଲା ମାତ୍ର ଥରଟିଏ ଦେଖାରେ।

ନିଜ କ୍ଷେତରେ ଫେସବୁକ ପ୍ରେମିକାଙ୍କ ଶବ

ହତ୍ୟା ପରେ ପୁନିତ ମୃତଦେହକୁ କେଆରପେଟ୍ ନିକଟରେ ଥିବା କଟ୍ଟରଘାଟ ଜଙ୍ଗଲ ନିକଟ ନିଜ କ୍ଷେତକୁ ଆଣିଥିଲେ। ସେଠାରେ ସେ ଗାତ ଖୋଳି ଶବ ପୋତି ଦେଇଥିଲେ। କିନ୍ତୁ ଅପରାଧ ଅଧିକ ସମୟ ପର୍ଯ୍ୟନ୍ତ ଲୁଚି ରହିପାରିଲା ନାହିଁ। ପୁଲିସ ଅଭିଯୁକ୍ତ ପୁନିତକୁ ଗିରଫ କରିଥିଲା। ତାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରାଯାଇଛି। କିଛି ଦିନର ଫେସବୁକ ପ୍ରେମର ପରିଣତି ସତରେ ଏତେ ଭୟଙ୍କର ଓ କରୁଣ ହେଇପାରେ ତାହା କେହି ବିଶ୍ୱାସ କରିପାରୁ ନାହାଁନ୍ତି !

Murder Crime Against Women Facebook Cyber Crime Maharashtra Facebook Love
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ