Advertisment

ପାତ୍ରପଡ଼ା ଜମି ହଡପରେ ୪ ଆଇପିଏସ୍; ୨୫୦ କୋଟି ମୂଲ୍ୟର ସରକାରୀ ଜମି ଚଞ୍ଚକତା

ପାତ୍ରପଡ଼ା ଜମି ହଡପ୍ ଘଟଣାରେ ୪ ଆଇପିଏସ୍‌ଙ୍କ ସଂପୃକ୍ତିକୁ ନେଇ ହଇଚଇ । ଗଣମାଧ୍ୟମରେ ନାଗେଶ୍ବର ରାଓ-ସଞ୍ଜିବ ମାରିକ ଦୋଷ ଲଦାଲଦି, ଗୋହି ଖାଳାଖୋଳି ।

undefined

land scam allegations

Advertisment

ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ସରକାରୀ ଜମି ହଡପ୍ ଘଟଣାରେ ୪ ଆଇପିଏସ୍‌ଙ୍କ ସଂପୃକ୍ତି ଗୁମର ଖୋଲିବା ପରେ ସୃଷ୍ଟି ହୋଇଛି ହଇଚଇ। ଏମିତିକି ଜମି ହାତେଇଥିବା ଜଣେ ପୂର୍ବତନ ଡିଜିପି ଓ ସିବିଆଇର ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ମଧ୍ୟରେ ଦୋଷ ଲଦାଲଦି ସାଙ୍ଗକୁ ଡକ୍ୟୁମେଣ୍ଟ ୱାର ବି ତେଜିଛି। ତେଣେ ଘଟଣା ପଦାକୁ ଆଣିଥିବା ସୂଚନା ଅଧିକାର ଅଭିଯାନର ସଦସ୍ୟ ତୁରନ୍ତ ଉକ୍ତ ଜମି ସରକାରୀ ତହବିଲକୁ ଫେରାଇ ଆଣିବାକୁ ଦାବି କଲେଣି ।

Advertisment

ଚାକିରିରେ ଥିବାବେଳେ ସରକାରୀ ଜମିକୁ ଚଞ୍ଚକତା କରି ହାତେଇଛନ୍ତି ୩ ପୂର୍ବତନ ଆଇପିଏସ୍‌ଙ୍କ ସହ ୪ ପୋଲିସ୍ ବଡ଼ ବାବୁ ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ମୌଜାର ପ୍ଲଟ ନମ୍ବର ୩୨୧ ପାଖାପାଖି ୭ ଏକର ସରକାରୀ ଜମି ଜାଲିଆତି କରି ନିଜ ଭିତରେ ବାଣ୍ଟି ନେଇଛନ୍ତି ୪ ଆଇପିଏସ୍ । ଆଉ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଗୁମର ଖୋଲିବା ପରେ ଏବେ ମୁହଁ ଖୋଲି ଜଣେ ଆରଜଣଙ୍କ ଗୋହି ଖୋଳିବାକୁ ବି ପଛାଉନାହାନ୍ତି। ପ୍ରଥମେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ.ନାଗେଶ୍ବର ରାଓ ଜମି ଚଞ୍ଚକତା ନେଇ ମୁହଁ ଖୋଲିବା ସହ ଏହା ପଛରେ ପୂର୍ବତନ ଡିଜିପି ସଞ୍ଜୀବ ମାରିକଙ୍କୁ ସଜାଇଥିଲେ ଅସଲ ଦୋଷୀ। 

ଆଉ ନାଗେଶ୍ବରଙ୍କ ଅଭିଯୋଗର ଠିକ୍ ଦୁଇଦିନ ପରେ ଆଜି ମୁହଁ ଖୋଲି ମାରିକ ସିଧା ନାଗେଶ୍ବରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା କରିବାର ଧମକ ନେଇଛନ୍ତି। ତା’ସହ ମାରିକ କହିଛନ୍ତି ତାଙ୍କ ପୁଅ ମାତ୍ର ୩ ଗୁଣ୍ଠ ଜମି ନୃସିଂହ ସୁନ୍ଦରାୟ ନାମକ ବ୍ୟକ୍ତିଙ୍କଠାରୁ ୩ ଲକ୍ଷ ଟଙ୍କାରେ ୨୦୦୯ ମସିହାରେ କିଣିଥିଲେ। ଯାହାର ସମସ୍ତ କାଗଜପତ୍ର ସେତେବେଳେ ଠିକ୍ ଥିଲା, ଏମିତିକି ତାହା ସରକାରୀ ଜମି ବୋଲି ବି ଜାଣିନଥିଲେ। ଏମିତିକି ତାଙ୍କ ପ୍ଲଟ୍ ପାଖରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଜମି କିଣିବାକୁ କାହାକୁ ବି କେବେ କହି ନାହାନ୍ତି ବୋଲି ସଫା ସଫା କହିଛନ୍ତି। ତେବେ ନାଗେଶ୍ବର ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ- ସେ ତଥ୍ୟ ସଂଗ୍ରହ କରିଛନ୍ତି, ଯେଉଁଥିରେ ୯ ଲକ୍ଷ ଟଙ୍କା ଦେଇ ପାଖାପାଖି ୬ ଗୁଣ୍ଠ ଜମି ନାଗେଶ୍ବର ୨୦୧୧ ମସିହାରେ କିଣିଥିଲେ। ତେବେ ଜମି କିଣି ଫସିଥିବା ଜାଣି ନିଜେ ନାଗେଶ୍ବର ୨୦୧୫ ନଭେମ୍ବର ୫ ତାରିଖରେ ଏ ସମ୍ପର୍କରେ ଇଓଡବ୍ଲୁରେ ଏକ ଅଭିଯୋଗ ମଧ୍ୟ ଦାଖଲ କରିଥିବା ଦର୍ଶାଇଛନ୍ତି ମାରିକ୍। ଆଉ ଏବେ ନିଜକୁ ବଞ୍ଚାଇବାକୁ ସେ ମୋ ଉପରେ ଦୋଷ ଲଦୁଥିବା କହିଛନ୍ତି ମାରିକ।

Advertisment

ତେବେ ମାରିକଙ୍କ ଅଭିଯୋଗ ଉପରେ ଆଜି ଯଦିଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ନାଗେଶ୍ବର ରାଓ ମୁହଁ ଖୋଲିନାହାନ୍ତି, ତେବେ ପୂର୍ବରୁ ଗଣମାଧ୍ୟମ ଆଗରେ ଓ ସୋସିଆଲ ମିଡିଆରେ ଏହାର ପୋଲ ଖୋଲିଥିଲେ। କିଭଳି ଭାବେ ଜମି ହଡପକାରୀଙ୍କ ସହ ପୂର୍ବତନ ଡିଜିପି ସଂଜୀବ ମାରିକ ଓ ଅତିରିକ୍ତ ପୋଲିସ ଡିଡି ଶ୍ୟାମସୁନ୍ଦର ହାଂସଦାଙ୍କ ସଂପର୍କ ରହିଥିଲା, ତାହା ବଖାଣିବା ସହ ତଥ୍ୟ ପ୍ରମାଣ ରଖି ଏହାର ତଦନ୍ତ ହେଲେ ସବୁ ଘଟଣାରେ ପର୍ଦ୍ଦାଫାସ ହେବ ବୋଲି କହିଥିଲେ । ତେଣେ ଜମି ହଡପକାରୀଙ୍କ କବଳରୁ ଉକ୍ତ ସରକାରୀ ଜମି ଫେରାଇ ଅଣାଯାଉ ବୋଲି ଦାବି କରିଛି ସୂଚନା ଅଧିକାର ଅଭିଯାନ।

ଚକ୍ରାନ୍ତ କରି ୪ ଆଇପିଏସ୍ ହାତେଇଥିବା ସରକାରୀ ଜମିର ଏବେ କା ବଜାର ମୂଲ୍ୟ ୨୫୦ କୋଟି ଟଙ୍କାରୁ ଅଧିକ ହେବା ଅନୁମାନ କରାଯାଉଛି। କିଏ ସେ ଜମିକୁ ଭଡାରେ ଲଗାଇ ଲକ୍ଷ ଲକ୍ଷ ଟଙ୍କା ପାଉଛି ତ, ପୁଣି କିଏ ଠିଆ କରିଛି ଆଲିସାନ୍ ବଙ୍ଗଳା। ଆଉ କିଏ ନୂଆ ଘର ତିଆରି କରୁଛି। ତେଣୁ ରକ୍ଷକ ସାଜିବା ଲୋକ ଭକ୍ଷକ ହୋଇ ସରକାରୀ ଜମି ହାତେଇବା ଘଟଣାର ଗୁମର ଫିଟିବା ପରେ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ କେବେ ଜମି ହଡ଼ପକାରୀଙ୍କ ବିରୋଧରେ ଆକ୍ସନ ସହ ସରକାରୀ ତହବିଲକୁ ଫେରୁଛି ତା ଉପରେ ରହିଛି ନଜର।

Advertisment

IPS Officer Land Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ