Advertisment

ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

କିଏ ସାରିଥିଲେ ରେଗୁଲାରାଇଜେସନ ପ୍ରକ୍ରିୟା, ଉଠିଲା ପ୍ରଶ୍ନ । କିସମ ପରିବର୍ତ୍ତନ ପ୍ରକ୍ରିୟାରେ ରୋକ୍ ଲଗାଇଲେ କେନ୍ଦ୍ରମନ୍ତ୍ରୀ ।

ଅଦ୍ୟତନ ହୋଇଛି
undefined

KISS

Advertisment

ରାଜଧାନୀରେ ୧୦ ଏକର ଜମି, ମୂଲ୍ୟ ମାତ୍ର ୨୫ ଲକ୍ଷ ଟଙ୍କା । ବିଶ୍ୱାସ ନ ହେଲେ ବି ସତ । ଏମିତି ଶାଗ ମାଛ ଦରରେ ରାଜଧାନୀର ମୂଲ୍ୟବାନ ଜମିକୁ କିସ୍ ହାତକୁ ଟେକି ଦେଇଛନ୍ତି ତତକାଳୀନ ବିଜେଡି ସରକାର। ସର୍ତ୍ତ ସବୁ ପୂରଣ ହୋଇନଥିଲେ ବି, ରେଗୁଲାରାଇଜେସନ ପ୍ରକ୍ରିୟାକୁ ସାରି ଦେଇଥିଲେ। ଏହି ପ୍ରକ୍ରିୟା ଉପରେ ଏବେ ରୋକ୍ ଲଗାଇଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ।

Advertisment

ପ୍ରଶ୍ନ ଉଠୁଛି କାହିଁକି ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଏହି ସଂସ୍ଥାକୁ ଅହେତୁକ ଅନୁକଂପା ଦେଖାଇଥିଲେ ବିଜେଡି ସରକାର ଆଉ ଅଧିକାରୀ ?

ଅଧିକ ପଢ଼ନ୍ତୁ: ରାଜଧାନୀରେ ମାଟି ମାଫିଆଙ୍କ ରାଜ୍, ଜଙ୍ଗଲରୁ ଉଠାଯାଉଛି ବେଆଇନ ଭାବେ ମାଟି

Advertisment

୧୦ ଏକର ଜମି ପାଇଁ ନେଟ୍ ପ୍ରପର୍ଟି ଭାଲ୍ୟୁ ୨୫ ଲକ୍ଷ ୨୪ ହଜାର ୩୨ ଟଙ୍କା। ଆଉ ଯେହେତୁ ଜମିକୁ ପୂର୍ବରୁ ଜବର ଦଖଲ କରାଯାଇଛି, ତେଣୁ ଫାଇନ ବାବଦକୁ ପ୍ରପର୍ଟି ଭାଲ୍ୟୁର ପାଞ୍ଚ ଗୁଣା ଅର୍ଥାତ ୧ କୋଟି ୨୬ ଲକ୍ଷ ଟଙ୍କା ୨୦୨୧ରେ ଦେଇଛି କିସ୍। ତେବେ ୨୦୨୧ ମସିହାର ପଥର ଗାଡିଆ ମୌଜାର ବେଞ୍ଚ ମାର୍କ ଭାଲ୍ୟୁ ଯଦି ଦେଖିବା, ଏକର ପିଛା ୩ କୋଟି ୩୦ ଲକ୍ଷ ହେଉଛି ସରକାରୀ ଦର। ଅର୍ଥାତ ୧୦ ଏକରକୁ ପ୍ରାୟ ୩୩ କୋଟି ଟଙ୍କା। ଏଠି ପ୍ରଶ୍ନ ଉଠୁଛି ସରକାରୀ ବେଞ୍ଚ ମାର୍କ ଦର ଏତେ ଉଚ୍ଚା ଥିବା ବେଳେ ନେଟ୍ ପ୍ରପର୍ଟି ଭାଲ୍ୟୁ କମିଲା କେମିତି ?

ଅନ୍ୟପଟେ ଭୁବନେଶ୍ୱରରେ ଦାମୀ ଜମି ବଦଳରେ କୋରାପୁଟରେ ୧୦ ଏକର ଜମି ବନ ବିଭାଗକୁ ଦେଇଛି କିସ୍ । ଆଗାମୀ ଦିନରେ ବନାଞ୍ଚଳ ସୃଷ୍ଟି କରାଯିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ।

Advertisment

ତେବେ କାହିଁକି ରେଗୁଲାରାଇଜେସନ ପ୍ରକ୍ରିୟା ଉପରେ ଆପତ୍ତି ଉଠାଇଛନ୍ତି ମନ୍ତ୍ରୀ ଜୁଏଲ ଓରାମ। ୨୧ ଫେବୃଆରୀ ୨୦୨୪, ରେଗୁଲାରାଇଜେସନ ପ୍ରକ୍ରିୟାକୁ ଅନୁମତି ଦେବା ସହ ୫ ସର୍ତ୍ତ ଅର୍ଥାତ ପାଞ୍ଚଟି ଦିଗରେ ଯାଞ୍ଚ କରି ଜମି ହସ୍ତାନ୍ତର ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ଲେଖିଥିଲେ କେନ୍ଦ୍ର ସରକାର। ପ୍ରଥମଟି ଥିଲା ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ର ଅନୁପାଳନ। ଜଙ୍ଗଳ ଅଧିକାର ଆଇନ କହୁଛି ପଲ୍ଲୀ ସଭାରେ ୫୦ ପ୍ରତିଶତରୁ ଅଧିକ ଲୋକଙ୍କ ହସ୍ତାକ୍ଷର ଆବଶ୍ୟକ ରହିଛି। ହେଲେ କିସ୍ କ୍ଷେତ୍ରରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କେବଳ ସରପଞ୍ଚ, ଜଙ୍ଗଳ ଅଧିକାର କମିଟି, ୱାର୍ଡ ମେମ୍ବରଙ୍କ ଦସ୍ତଖତ ଥିବା ଏକ ବିବରଣୀକୁ ପଲ୍ଲୀସଭାର ନିଷ୍ପତ୍ତି ବୋଲି ଦର୍ଶାଯାଇଛି।

ଆହୁରି ଗୁରୁତର କଥା ହେଲା ଉକ୍ତ ୧୦ ଏକର ଜମି ଉପରେ କାହାର ମାଲିକାନା ରହିଛି କି ନାହିଁ ସେଥିପାଇଁ ମଧ୍ୟ ଆବେଦନ ମଗା ଯାଇ ନଥିଲା। ଏମିତି କି ଉକ୍ତ ଜମି ଯଦି ନିକଟ ଗାଁ କାମରେ ଲାଗୁ ଥାଏ ତାହେଲେ ଗ୍ରାମବାସୀମାନେ କମ୍ୟୁନିଟି କ୍ଲେମ୍ବି କରିପାରିଥାନ୍ତେ। ହେଲେ ତାହା ବି ହୋଇ ନଥିବା କହିଛନ୍ତି ଆଇନଜୀବୀ ।

ଅଧିକ ପଢ଼ନ୍ତୁ: ମହାଘୋଟାଲା ପାଇଁ ଚାଲିଛି କି ମସୁଧା!! ଧାନ ସଂଗ୍ରହ ନାଁରେ ଦୁର୍ନୀତି ଷଡ଼ଯନ୍ତ୍ରର ଗନ୍ଧ

ଏସବୁ ଦିଗରେ କିସ୍ ପକ୍ଷରୁ ଅନୁପାଳନ ରିପୋର୍ଟ ଦେଇନଥିଲେ ମଧ୍ୟ ରାଜ୍ୟ ସରକାର ଜମି ହସ୍ତାନ୍ତର କରିଦେଇଥିଲେ ଆଉ ଜମି ରେଗୁଲାରାଇଜ ହୋଇଥିବା କହି କିସ୍ ପକ୍ଷରୁ ମଧ୍ୟ ବିଜ୍ଞାପନ ଦିଆଯାଇଥିଲା। ଏଠି ପ୍ରଶ୍ନ ଉଠୁଛି କାହିଁକି ଏସବୁ ଦିଗକୁ ଆଖି ବୁଜି ଦେଇଥିଲେ ସରକାରୀ ଅଧିକାରୀ? ଅଚ୍ୟୁତ ସାମନ୍ତ ସେତେବେଳେ ବିଜେଡି ସାସଂଦ ଥିବାରୁ ତାଙ୍କ ପ୍ରତି ଅହେତୁକ ଅନୁକଂପା ଦେଖାଇଥିଲେ କି ସରକାର । କିଏ ସେହି ଅଧିକାରୀ ଆଉ ତାଙ୍କ ଉପରେ କଣ ହେବ କାର୍ଯ୍ୟାନୁଷ୍ଠାନ ?

 ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଜଙ୍ଗଲ ଜମି କିସମ ପରିବର୍ତ୍ତନ ନିୟମର ପାଳନ ହୋଇଛି କି ନାହିଁ, ତାର ତର୍ଜମା ହେବ। ତେବେ ଏହି ମାମଲାରେ କିସ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Fraud KISS KIIT KIMS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ