Advertisment

୩ ଚିଟଫଣ୍ଡ ଠକଙ୍କୁ EOW ର ମୋଷ୍ଟ ୱାଣ୍ଟେଡ୍ ଘୋଷଣା; ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ଦେଲେ ମିଳିବ ପୁରସ୍କାର

ଚିଟଫଣ୍ଡ ଲୁଟେରାଙ୍କ ଟେର ପାଉନି ପୋଲିସ । ମୋଷ୍ଟ ଓ୍ୱାଣ୍ଟେଡ ତାଲିକାରେ ତିନି ଜଣଙ୍କ ନା ଜାରି କରିଛି କ୍ରାଇମବ୍ରାଞ୍ଚ ।

Chitfund Lootera

Chitfund Lootera

Advertisment

ଚିଟଫଣ୍ଡ ଲୁଟେରାଙ୍କ ଟେର ପାଉନି ପୋଲିସ । ମୋଷ୍ଟ ଓ୍ୱାଣ୍ଟେଡ ତାଲିକାରେ ତିନି ଜଣଙ୍କ ନା ଜାରି କରିଛି କ୍ରାଇମବ୍ରାଞ୍ଚ । ଅର୍ଥନୈତିକ ଅପରାଧ ଶାଖା ୱେୟାର୍ଡ ଇଣ୍ଡଷ୍ଟ୍ରିଜ୍‌, ୱେୟାର୍ଡ ଇନଫ୍ରାଷ୍ଟ୍ରକଚର, କର୍ପୋରେସନ ଲିମିଟେଡ, ଚିଟଫଣ୍ଡ ସଂସ୍ଥାର ସଂଜୟ କୁମାର ଦାସ, ଅଭିଜିତ ଚାଟାର୍ଜି ଏବଂ ଚାନ୍ଦ ମୋହନ ଘୋଷ ଏହି ତିନିଜଣଙ୍କୁ ୱାଣ୍ଟେଡ ଜାରି କରିଛି ଇଓଡବ୍ଲୁ ।

Advertisment

ଦୀର୍ଘ ଦିନ ଧରି ଫେରାର ରହିବା ଯୋଗୁ ଇଓଡବ୍ଲୁ ସେମାନଙ୍କ ସମ୍ପର୍କରେ କୌଣସି ବି ସୁରାକ ପାଉନଥିବାର ସୂଚନା ମିଳିଛି । ଏମାନଙ୍କ ସଂପର୍କରେ ଯିଏ ସୂଚନା ଦେବ ସେମାନଙ୍କ ନାମ ଗୋପନ ରଖାଯିବ ଏବଂ ପୁରସ୍କୃତ କରାଯିବ ବୋଲି ମଧ୍ୟ କୁହାଯାଇଛି । ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରି ଏମାନେ ଚମ୍ଫଟ ମାରିଛନ୍ତି । କେବଳ ମୋଷ୍ଟ ୱାଣ୍ଟେଡ ଜାରି କରି ଦେଇ ଦାୟିତ୍ୱ ସାରିଦେବ ନା ସେମାନଙ୍କ ଇଓଡବ୍ଲୁ ଖୁବ ଶୀଘ୍ର ଧରିବ ତାକୁ ହିଁ ଅପେକ୍ଷା ରହିଛି ।

Fraud Case EOW
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ