Advertisment

ଠକ ଦମ୍ପତ୍ତି ! ଲୋକଙ୍କ ଟଙ୍କାରେ ଦୁବାଇରେ କରୁଥିଲେ ମଉଜ, ଲକ୍ଷ୍ନୌରୁ ଗିରଫ କଲା EOW

Quick Click Ad Media ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ ଗିରଫ । ପୂର୍ବରୁ ଗିରଫ ହୋଇଥିଲେ ବିମାଳାନନ୍ଦଙ୍କ ପତ୍ନୀ ରମି ଭୂୟାଁ ।

Fraud

Fraud

Advertisment

ଏମବିଏ ଠକ। ଲୋକଙ୍କୁ ଚୁନା ଲଗାଇଥିଲେ ଠକ ଦମ୍ପତି। ୨ କୋଟି ଟଙ୍କା ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଲକ୍ଷ୍ନୌ ଇନ୍ଦିରାନଗରରୁ ମାଷ୍ଟରମାଇଣ୍ଡ Quick Click Ad Mediaର ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିଲା ତାଙ୍କ ପତ୍ନୀ ରମି ଭୂୟାଁ। ସମ୍ବଲପୁରର ବିକାଶ ପୋଦାର ଠକେଇ ନେଇ ପୂର୍ବରୁ ଇଓଡବ୍ଲୁରେ ଅଭିଯୋଗ କରିଥିଲେ।

Advertisment

ତଦନ୍ତ ପରେ ଜଣାପଡିଥିଲା ଅଭିଯୁକ୍ତ ବିମାଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ୨୦୧୭-୧୮ରେ ବିଭିନ୍ନ ଏଜେନ୍ସୀର ବିଜ୍ଞାପନ ଦେବାକୁ କହି ଏଲଇଡି କିଣିବାକୁ ପ୍ରଲୋଭିତ କରିଥିଲେ। ପ୍ରଥମେ ୫୩ ଜଣଙ୍କଠାରୁ ଠକି ନେଇଥିଲେ ଏକ କୋଟି ୨୦ ଲକ୍ଷ ଟଙ୍କା। ଏମିତି ବିଭିନ୍ନ ସମୟରେ ୧୦୦ ଜଣଙ୍କଠାରୁ ମୋଟ ୨
କୋଟି ଟଙ୍କା ଧରି ଛୁ ମାରିଥିଲେ ଠକ ଦମ୍ପତି।

ଶ୍ୟାମନଗର, ରାୟପୁର, ଛତିଶଗଡ଼ରେ ହେଡ ଅଫିସ ଥିବା ବେଳେ ଜଗଦଲପୁର ଓ ଭୁବନେଶ୍ୱରର ଜୟଦେବ ବିହାରରେ ବ୍ରାଞ୍ଚ ଅଫିସ ଖୋଲିଥିଲେ। ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ମୟୁରଭଞ୍ଜ, ବାଲେଶ୍ବର, ରାଉରକେଲା, ସମ୍ବଲପୁର ଓ ଗଞ୍ଜାମର ଲୋକଙ୍କୁ ଚୁନା ଲଗାଇଥିଲା ବିମାଳାନନ୍ଦ। 

Advertisment

EOWରେ ବିକାଶ କୁମାର ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିକରି EOW ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାମଲାରେ EOW ତଦନ୍ତ କରୁଥିବା ଜାଣିପାରି ବିମାଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରମି ଟଙ୍କା ଧରି ଚମ୍ପଟ ମାରିଥିଲେ। ୨୦୨୦ ମସିହା ପର୍ଯ୍ୟନ୍ତ ସେମାନେ EOWକୁ ଚକ୍‌ମା ଦେଇ ଦେଶର ବିଭିନ୍ନ ସ୍ଥାନରେ ଛଦ୍ମ ବେଶରେ ଘୂରି ବୁଲୁଥିଲେ। ପରବର୍ତ୍ତୀ ସମୟରେ ବିମାଳାନନ୍ଦ ଭୂୟାଁ ଦୁବାଇ ପଳାଇ ଯାଇଥିଲେ। ସେଠାରେ ଏମ୍ପାୟାର୍‌ ଗ୍ଲୋବାଲ କ୍ୟାପିଟାଲ୍‌ ନାଁରେ ଗୋଟିଏ କମ୍ପାନୀ ପ୍ରତିଷ୍ଠା କରିଥିଲେ।

ଦୁବାଇରେ ଦେଢ଼ ବର୍ଷ ଧରି ରହିବା ପରେ ବିମାଳାନନ୍ଦ ଭୂୟାଁ ଭାରତ ଫେରି ଆସିଥିଲେ। କିନ୍ତୁ କୌଣସି ଗୋଟିଏ ସ୍ଥାନରେ ରହୁନଥିଲେ। ପତ୍ନୀଙ୍କଠାରୁ ଅଲଗା ରହୁଥିଲେ। ସେହି ସମୟରେ EOW ରମିଙ୍କୁ ମୁମ୍ୱାଇରୁ ଗିରଫ କରିଥିଲା। ସେ ଡୁପ୍ଲିକେଟ୍‌ ଆଧାର କାର୍ଡ କରି ଏକ ରିଏଲିଇଷ୍ଟେ କମ୍ପାନୀରେ କାମ କରୁଥିଲେ। ଗତ ମାର୍ଚ୍ଚ ମାସରେ EOW ତାଙ୍କୁ ଗିରଫ କରିଥିଲା।

Advertisment

ରମି ଗିରଫ ହେବାପରେ ବିମାଳାନନ୍ଦ ନାଁ ବଦଳାଇ ଲକ୍ଷ୍ମୌ ଇନ୍ଦିରା ନଗରରେ ଏକ ସ୍ନାକ୍ସ ଦୋକାନରେ ମାର୍କେଟିଂ କାମ କରୁଥିଲେ। ଏ ସମ୍ପର୍କରେ EOW ଜାଣିପାରି ଗତ ୧୮ ତାରିଖରେ ଲକ୍ଷ୍ମୌର ସେହି ସ୍ନାକ୍ସ ଦୋକାନରେ ଚଢ଼ଉ କରି ବିମାଳାନନ୍ଦ ଭୂୟାଁଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ତା’ପରେ EOW ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଘଟଣାର ତଦନ୍ତ ଚଳାଉଛି। ଏନେଇ ସୂଚନା ଦେଇଛନ୍ତି EOW ଏସ୍‌ପି ଦିଲ୍ଲୀପ ତ୍ରିପାଠୀ।

Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ