Hanging Deadbody
ରାଜଧାନୀରେ ବନ୍ଦ ଘର ଭିତରୁ ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳର ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଜଗତସିଂହପୁର ତିର୍ତ୍ତୋଲ ଗୋରାଡ ଗାଁର ସିଦ୍ଧାର୍ଥ ନାୟକ ।
ସିଦ୍ଧାର୍ଥ ଖୋର୍ଦ୍ଧା ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢୁଥିବାର ଜଣାପଡ଼ିଛି । ୨୦ ଦିନ ହେବ ସେ ଘରଭଡା ନେଇ ରହୁଥିଲେ । ଖବର ପାଇବା ପରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଏନେଇ ପୋଲିସ କିମ୍ବା ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି ।
ସୂଚନା ଅନୁଯାୟୀ, ରାଜଧାନୀରେ ଛାତ୍ର ଓ ଛାତ୍ରୀ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ବଢ଼ି ଚାଲିଛି। ହେଲେ ଏହାକୁ ରୋକିବାକୁ ସରକାରୀ ପ୍ରୟାସ ସଫଳ ହୋଇପାରୁନି । ପାଠପଢ଼ିବାକୁ ଆସି ଛାତ୍ରଛାତ୍ରୀମାନେ କୌଣସି ନା କୌଣସି ମାନସିକ ଚାପର ବଶବର୍ତ୍ତି ହୋଇ ଆତ୍ମହତ୍ୟା କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663507190.jpg)