Advertisment

କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କଲା ପୋଲିସ୍‌

କଟକରେ କମିଶନରେଟ ପୋଲିସ୍‌ର ଏନ୍‌କାଉଣ୍ଟର। ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ପୋଲିସ୍‌ କାବୁ କରିଛି। ପୋଲିସ ଏନ୍‌କାଉଣ୍ଟରରେ ରାକେଶ ଆହତ ହୋଇଛି।

ଅଦ୍ୟତନ ହୋଇଛି
Encounter In Cuttack

Encounter In Cuttack

Advertisment

କଟକ: କଟକରେ କମିଶନରେଟ ପୋଲିସ୍‌ର ଏନ୍‌କାଉଣ୍ଟର। ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ପୋଲିସ୍‌ କାବୁ କରିଛି। ପୋଲିସ ଏନ୍‌କାଉଣ୍ଟରରେ ରାକା ଆହତ ହୋଇଛି। ତା’ର ଗୋଡ଼ରେ ଗୁଳି ବାଜିଛି। 

Advertisment

ରାକା ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ରାକା କନ୍ଦରପୁର ଅଞ୍ଚଳରେ ଥିବା ନେଇ ପୋଲିସ୍‌କୁ ସୂଚନା ମିଳିଥିଲା। ଖବରପାଇ ପୋଲିସ୍‌ ଆଜି ଉକ୍ତ ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ ରାକାକୁ ଧରିବାକୁ ପୋଲିସ୍‌ ଉଦ୍ୟମ କରୁ ଥିବାବେଳେ ପୋଲିସ ଉପରକୁ ସେ ପ୍ରଥମେ ଗୁଳିମାଡ଼ କରିଥିଲା। ଯାହାର ପାଲଟା ଜବାବରେ ପୋଲିସ୍‌ ରାକା ଉପରକୁ ଫାୟାରିଂ କରିଥିଲା। ଏଥିରେ ସେ ଆହତ ହୋଇଥିଲା ଓ ଗୁରୁତର ଅବସ୍ଥାରେ ତାକୁ କଟକ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏନେଇ ପୋଲିସ୍‌ ଛାନ୍‌ଭିନ୍‌ ଜାରି ରଖିଛି। ସୂଚନାଥାଉ କି, ଗତ ସେପ୍ଟେମ୍ବର ୮ରେ ବ୍ୟବସାୟୀ କ୍ଷୀରୋଦ ସାହୁ ମାଲଗୋଦାମ ଆସୁଥିବା ବେଳେ ତାଙ୍କ ଉପରକୁ ରାକା ଗୁଳିମାଡ କରିଥିଲା। କିଛି ଦିନ ପୂର୍ବେ କଟକ କନ୍ଦରପୁର ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମଧ୍ୟ ରାକାର ସମ୍ପୃକ୍ତି ଥିବା ଜଣାପଡିଛି।    

ପାର୍ବଣ ସମୟରେ ଅପରାଧିମାନେ ବିଭିନ୍ନ ପ୍ରକାରର ଅପରାଧ ଘଟାଇ ପାଇଁ ଯୋଜନା କରିଥାନ୍ତି। ହେଲେ ସେମାନଙ୍କର ଏହି କାର୍ଯ୍ୟକଳାପ ଉପରେ ପୋଲିସ୍‌ ନଜର ରଖିଥାଏ। 

Advertisment
Cuttack Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ