Advertisment

Gangster: ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଆକ୍ରମଣକାରୀଙ୍କ ଅପରାଧ କୁଣ୍ଡଳୀ, ବିଦେଶରେ ରହି…

ସୋସିଆଲ ମିଡିଆରେ ଏକ ପୋଷ୍ଟରେ ‘ଭାଉ ଗ୍ୟାଙ୍ଗ’ର ସଦସ୍ୟ ଗ୍ୟାଙ୍ଗଷ୍ଟର ନୀରଜ ଫରିଦପୁରିଆ ଏବଂ ଭାଉ ରିଟୋଲିଆ ଏଲଭିଶ ଯାଦବଙ୍କ ଘର ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି ।

ଅଦ୍ୟତନ ହୋଇଛି
gangster

gangster

Advertisment

ଗୁରୁଗ୍ରାମ ସେକ୍ଟର ୫୭ରେ ଥିବା ଯୁଟ୍ୟୁବର ଏଲଭିଶ ଯାଦବଙ୍କ ବାସଭବନ ବାହାରେ ରବିବାର ସକାଳେ ମୁଖା ପିନ୍ଧା ଆକ୍ରମଣକାରୀ ଦୁଇ ଡଜନରୁ ଅଧିକ ଗୁଳି ଚଳାଇଥିଲେ। ଏହି ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ସେଥିରେ ଦୁଇ ବାଇକ୍‌ ଚାଳକ ମୁଖା ପିନ୍ଧା ଅପରାଧୀ ଘର ବାହାରେ ଆସୁଥିବା ଏବଂ ଦୂରରୁ ଗୁଳି ଚଳାଉଥିବା ଦେଖାଯାଉଛି। କିଛି ସେକେଣ୍ଡ ପରେ ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟ ଦ୍ୱାର ନିକଟକୁ ଆସି ଗୁଳି ଚଳାଇଥିଲା ଏବଂ ତା’ପରେ ଦୁହେଁ ପଳାଇଥିଲେ। ଏଲଭିଶ ଯାଦବଙ୍କ ଘରେ ଗୁଳିଚାଳନା ଘଟଣାରେ ସୋସିଆଲ ମିଡିଆ ପୋଷ୍ଟରେ ତିନି ଗ୍ୟାଙ୍ଗଷ୍ଟରଙ୍କ ନାମ ଉଲ୍ଲେଖ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ ଗୁଳିଚାଳନା ତିନି ଜଣ କରାଇଥିଲେ। ସେମାନେ ହେଲେ- ନୀରଜ ଫରିଦପୁରିଆ, ଭାଉ ରିଟୋଲିଆ ଏବଂ ରାଓ ଇନ୍ଦ୍ରଜିତ ଯାଦବ।

Advertisment

ପ୍ରଥମେ ନୀରଜ ଫରିଦପୁରିଆ ବିଷୟରେ ଜାଣନ୍ତୁ । ସେ ହରିୟାଣାର ପାଲୱାଲର ବାସିନ୍ଦା। ନୀରଜ ଫରିଦପୁରିଆ ବର୍ତ୍ତମାନ ଆମେରିକାରେ ରହୁଛି । ତା ନାମରେ ୨୫ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ୨୦୧୨ରେ ହରିୟାଣା ପୋଲିସ ଏକ ଏନକାଉଣ୍ଟର ପରେ ତାକୁ ଗିରଫ କରିଥିଲା। ୨୦୧୫ରେ ଏକ ହତ୍ୟା ମାମଲାରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ। କିନ୍ତୁ ୨୦୧୯ରେ ପଞ୍ଜାବ-ହରିୟାଣା ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ୨୬ ଜୁନ ୨୦୧୯ରେ ଫରିଦାବାଦରେ କଂଗ୍ରେସ ରାଜ୍ୟ ମୁଖପାତ୍ର ବିକାଶ ଚୌଧୁରୀଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାରେ ନୀରଜର ନାମ ଆସିଥିଲା। ଏହାପରେ ନୀରଜ ଦୁବାଇ ଦେଇ କାନାଡା ପଳାଇଥିଲା। ତା’ପରେ ନୀରଜକୁ କାନାଡାରେ ବମ୍ବିହା ଗ୍ୟାଙ୍ଗର ନେତୃତ୍ୱ ଦିଆଯାଇଥିଲା। ବମ୍ବିହା ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବିରୋଧୀ। ନୀରଜ ପରେ କାନାଡାରୁ ଆମେରିକା ଚାଲିଯାଇଥିଲା। ସେ ଆମେରିକାରୁ ହିମାଂଶୁ ଭାଉ ଗ୍ୟାଙ୍ଗ ସହିତ ମିଶି କାମ କରୁଛି। ଅପରାଧ ଜଗତର ଭାଉ
ଏଲଭିଶ ଯାଦବଙ୍କ ଘରେ ଗୁଳିଚାଳନାର ଦାୟିତ୍ୱ ନେଇଥିବା ଦ୍ୱିତୀୟ ଗ୍ୟାଙ୍ଗଷ୍ଟରଙ୍କ ନାମ ହେଉଛି ଭାଉ ରିଟୋଲିଆ। ଭାଉ ରିଟୋଲିଆ ଆଉ କେହି ନୁହେଁ, ସେ ହେଉଛି ହିମାଂଶୁ ଭାଉ । ସେ ରୋହତକର ରିଟୋଲି ଗାଁର ବାସିନ୍ଦା। ତେଣୁ ତାର ନାଁ ଦିଆଯାଇଛି ଭାଉ ରିଟୋଲିଆ ।

ହିମାଂଶୁ ଭାଉର ସାଙ୍ଗ ହେଉଛି ରାଓ ଇନ୍ଦ୍ରଜିତ ଯାଦବ । ଏଲଭିଶ ଯାଦବଙ୍କ ଘରେ ଗୁଳିଚାଳନାର ଦାୟିତ୍ୱ ନେଇଥିବା ତୃତୀୟ ବ୍ୟକ୍ତି ହେଉଛି ରାଓ ଇନ୍ଦ୍ରଜିତ ଯାଦବ। ଇନ୍ଦ୍ରଜିତ ଯାଦବ ମଧ୍ୟ ହରିୟାଣାର ବାସିନ୍ଦା। ସେ ଜଣେ ବଡ଼ ଗ୍ୟାଙ୍ଗଷ୍ଟର ଏବଂ ଆମେରିକାରେ ରହି ହିମାଂଶୁ ଭାଉ ପାଇଁ କାମ କରୁଛି । ନିକଟରେ ରୋହତକରେ ସେ ଜଣେ ଫାଇନାନ୍ସର ମଞ୍ଜିତଙ୍କ ହତ୍ୟା କରାଇଥିଲା ।

Advertisment

ସୋସିଆଲ ମିଡିଆରେ ଏକ ପୋଷ୍ଟରେ ‘ଭାଉ ଗ୍ୟାଙ୍ଗ’ର ସଦସ୍ୟ ଗ୍ୟାଙ୍ଗଷ୍ଟର ନୀରଜ ଫରିଦପୁରିଆ ଏବଂ ଭାଉ ରିଟୋଲିଆ ଏଲଭିଶ ଯାଦବଙ୍କ ଘର ଉପରେ ଆକ୍ରମଣ ପାଇଁ ଦାୟୀ ବୋଲି କହିଛନ୍ତି । ରିଟୋଲିଆ ପୋଷ୍ଟରେ ଲେଖିଛନ୍ତି, “...ଆଜି ଏଲଭିଶ ଯାଦବଙ୍କ ଘରେ ଯେଉଁ ଗୁଳି ଚଳାଯାଇଥିଲା, ତାହା ଆମେ ଚଳାଇଥିଲୁ। ସେ ବେଟିଂ ଆପ୍‌ଗୁଡ଼ିକୁ ପ୍ରୋତ୍ସାହନ ଦେଇ ଅନେକ ପରିବାରକୁ ନଷ୍ଟ କରିଛନ୍ତି। ବେଟିଂକୁ ପ୍ରୋତ୍ସାହନ ଦେଉଥିବା ଅନ୍ୟ ସୋସିଆଲ ମିଡିଆ ହସ୍ତୀମାନଙ୍କୁ ଗୁଳି କିମ୍ବା କଲ୍‌ର ସାମ୍ନା କରିବାକୁ ପଡ଼ିପାରେ।” ତେବେ ପୋଲିସ ପୋଷ୍ଟରେ କରାଯାଇଥିବା ଦାବିଗୁଡ଼ିକ ସଂପର୍କରେ କୌଣସି ମତାମତ ଦେଇନାହିଁ ।

ଅଧିକ ପଢ଼ନ୍ତୁ: ଭିଡିଓ କଲ କରିବାକୁ ବାଧ୍ୟ କଲା, ନମାନିବାରୁ ଭିଡିଓ ଭାଇରାଲ କରିବାକୁ ଧମକ ଦେଲା..ଏବେ ଜେଲରେ 

Advertisment
Crime News Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ