ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୯ କେଜି ଓଜନର ୬ଟି ହାତୀଦାନ୍ତ ଜବତ କରାଯାଇଛି।

Elephant Tusks Seized

ଗୋଟେ କି ଦୁଇଟି ନୁହେଁ ବରଂ ୬ଟି ହାତୀ ଦାନ୍ତ ସହ ଧରାପଡ଼ିଛି ଅଭିଯୁକ୍ତ । ବଲାଙ୍ଗିର ମାଲପଡ଼ା ଗାଁରୁ ନୁରେନ୍ ସେଠ ନାମଙ୍କ ଜଣେ ବ୍ୟକ୍ତିଙ୍କ ପାଖରୁ ମିଳିଛି ୬ଟି ହାତୀ ଦାନ୍ତ । ଯାହାର ଓଜନ ପ୍ରାୟ ୯ କିଲୋ ହେବ । ଏହି ହାତ ଦାନ୍ତ ଗୁଡ଼ିକୁ ଆଣି ନିଜ ପାଖରେ ଅଭିଯୁକ୍ତ ରଖିଥିବାର ସୂଚନା ମିଳିଥିଲା । କାହିଁକି ଓ କେଉଁଠୁ ଏତେ ସଂଖ୍ୟାରେ ହାତୀ ଦାନ୍ତ ସେ ପାଇଲେ ତାକୁ ନେଇ ଏବେ ଖୋଳତାଡ଼ ହେଉଛି ।

ଗତ କିଛି ଦିନ ଧରି ହାତୀ ଦାନ୍ତ କାରବାର ବଢ଼ିବା ପରେ ଯାଞ୍ଚକୁ କଡ଼ାକଡ଼ି କରିଛି ବନ ବିଭାଗ ଓ ଏସ୍‌ଟିଏଫ୍ । ୨୦୨୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଇ କରି ଏବେ ଯାଏଁ ୨୪ଟି ହାତୀ ଦାନ୍ତ ଜବତ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୦ ପରଠାରୁ ଏଯାବତ୍ ଏସ୍‌ଟିଏଫ୍ ୨୭ଟି ବାଘ ଛାଲ ଜବତ କରିଥିବା ବେଳେ ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କେଜିରୁ ଅଧିକ ବଜ୍ରକାପ୍ତା କାତି, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ ଓ ୪୬ଟି ଜୀବନ୍ତ ବଣୁଆ ଶୁଆ ଜବତ କରିଛି। ଏହା ସହିତ ଏହି ସବୁ ମାମଲାରେ ୬୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌।