Advertisment

କେବେ ଜାଗିବ ମଣିଷପଣିଆ ? ପରଜାତିରେ ବିବାହ କଲେ ଝିଅ; ମାଆକୁ ମିଳିଲାନି ଚାରି କାନ୍ଧ

ଗତକାଲି ଗୋମତୀଙ୍କ ମୃତ୍ୟୁ ପରେ ବି ତାଙ୍କୁ କାନ୍ଧ ଦେବାକୁ ସମାଜର ମୁରବି ମାନେ ବାରଣ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Cremation

Cremation

Advertisment

ଝିଅ ମାନେ ପରଜାତିରେ ବିବାହ ହେଲେ ବୋଲି ମୃତ୍ୟୁ ପରେ ମା କୁ ମିଳିଲାନି ଚାରି କାନ୍ଧ। ଶେଷରେ ବୃଦ୍ଧା ମା ର ରଶରୀର ମଶାଣି ଯାଏଁ ଟ୍ରଲିରେ ବୁହା ହୋଇଗଲା। ଅଭିଯୋଗ ଆସିଛି, ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନରୁ ଗୋମତୀ ଛତ୍ରିଆ ନାମକ ଜଣେ ବୃଦ୍ଧା ଅସୁସ୍ଥ ଥିଲେ ଏବଂ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଗୋମତୀଙ୍କ ୭ ଜଣ ଝିଅ ଅନ୍ୟ ଜାତିରେ ବିବାହ କରିଥିଲେ। ସେଥିପାଇଁ ପୂର୍ବରୁ ଗୋମତିଙ୍କ ସମ୍ପର୍କ ତାଙ୍କ ସମାଜରେ ଏତେଟା ପଡ଼ୁନଥିଲା।

Advertisment

ଗତକାଲି ଗୋମତୀଙ୍କ ମୃତ୍ୟୁ ପରେ ବି ତାଙ୍କୁ କାନ୍ଧ ଦେବାକୁ ସମାଜର ମୁରବି ମାନେ ବାରଣ କରିଥିବା ଅଭିଯୋଗ ହୋଇଛି। ଏପରିକି ସମ୍ପର୍କୀୟ ଯଦି କାନ୍ଧ ଦେବେ, ତାହେଲେ ଦଣ୍ଡିତ ହେବେ ବୋଲି ଧମକ ବି ମିଳିଥିଲା। ଶେଷରେ କିଛି ଉପାୟ ନପାଇ ସମ୍ପର୍କିୟ ମାନେ ଏକ ଟ୍ରଲିରେ ଗୋମତିଙ୍କ ମରଶରୀରକୁ ଶ୍ମଶାନ ଯାଏଁ ବୋହି ନେଇଥିଲେ।

ଏହି ଘଟଣା ଆମ ସଭ୍ୟ ଓ ଶିକ୍ଷିତ ସମାଜ ସାମ୍ନାରେ ଅନେକ ପ୍ରଶ୍ନ ଛିଡ଼ା କରିଛି। ସତରେ କଣ ଆମେ ଏତେ ନିଷ୍ଠୁର ? ଜାତି ପ୍ରଥା ଆଗରେ କଣ ମରିଗଲାଣି ମାନବିକତା ?

Advertisment
Cremation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ