Advertisment

ଆଖିକୁ ଭଲ ଦିଶିବା ଲାଗି ଅପରେସନ୍‌ କରିବାକୁ ଯାଇଥିଲେ, ଏବେ ମୂଳରୁ ଦେଖାଯାଉନି

ଭଦ୍ରକ ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା । ତେଣୁ ଭଦ୍ରକ ବାଇପାସ୍‌ ରୋଡ୍‌ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ମେଡିକାଲର ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ । ଯାଞ୍ଚ ପରେ ବଂଶୀଧରଙ୍କ ବାମ ଆଖିରେ ମୋତିଆବିନ୍ଦୁ ହୋଇଥିବା ଡାକ୍ତର କହିବା ସହ ଅପରେସନ୍‌ କରିବାକୁ ପରାମର୍ଶ ଦେଇଥିଲେ ପରେ ଅପରେସନ୍‌ ବି ହୋଇଥିଲା ।

undefined

Operation

Advertisment

ମାସେ ତଳେ ମୋତିଆବିନ୍ଦୁ ଅପରେସନ୍‌ କରିଥିଲେ...ଭାବିଥିଲେ ଆଖିକୁ ଭଲ ଦେଖାଯିବ । ପୁଣି ଭଲରେ ବାଟ ଚାଲିପାରିବେ । ହେଲେ ସବୁ ଓଲଟପାଲଟ ହୋଇଗଲା । ଅପରେସନ୍‌ ପୂର୍ବରୁ ଯାହା ଯେମିତି ଦେଖାଯାଉଥିଲା କିନ୍ତୁ ଏବେ ବିଲକୁଲ୍‌ ଦେଖାଯାଉନି । ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ଭଦ୍ରକରୁ ।

Advertisment

ଭଦ୍ରକ ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା । ତେଣୁ ଭଦ୍ରକ ବାଇପାସ୍‌ ରୋଡ୍‌ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ମେଡିକାଲର ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ । ଯାଞ୍ଚ ପରେ ବଂଶୀଧରଙ୍କ ବାମ ଆଖିରେ ମୋତିଆବିନ୍ଦୁ ହୋଇଥିବା ଡାକ୍ତର କହିବା ସହ ଅପରେସନ୍‌ କରିବାକୁ ପରାମର୍ଶ ଦେଇଥିଲେ ପରେ ଅପରେସନ୍‌ ବି ହୋଇଥିଲା ।

ଆଖି ଅପରେସନ୍‌ ପରେ ବଂଶୀଧର ଡିସ୍‌ଚାର୍ଜ ହୋଇ ଘରକୁ ଆସିଥିଲେ । ମଝିରେ ମଝିରେ ଚେକ୍‌ଅପ୍‌ ମଧ୍ୟ କରୁଥିଲେ । ଆଉ ଏହାରି ଭିତରେ ଦେଢ ମାସ ବିତିଗଲା । ଅପରେସନ୍‌ ସରିବାକୁସେ ଆଶା ରଖିଥିଲେ ଏବେ ଆଖିକୁ ଭଲରେ ଦେଖାଯିବ । କିନ୍ତୁ ସବୁ ଆଶା ତାଙ୍କର ଆଶାରେ ହିଁ ରହିଗଲା । ଏବେ ଆଖିକୁ ବିଲ୍‌କୁଲ ଦେଖାଯାଉ ନାହିଁ । ଏକଥା ଜାଣିବା ପରେ ପରିବାର ଲୋକ ପୁଣି ଥରେ ତାଙ୍କୁ ଡାକ୍ତର ଦେଖାଇବାକୁ ନେଇଥିଲେ । ହେଲେ ଡାକ୍ତର କହିଥିଲେ, ଆଖିରେ ଟିକିଏ ଅସୁବିଧା ରହିଛି, କଟକ ଯାଅ ।

Advertisment

ତେବେ ଅପରେସନ୍‌ କରିବାକୁ ପରାମର୍ଶ ଦେଇଥିବା ଡାକ୍ତର ଏବେ କଟକ ରେଫର କରିଥିବାରୁ ତାହାକୁ ନେଇ ପୂରା ଚର୍ଚ୍ଚା ହେବା ସହିତ ଡାକ୍ତରଙ୍କ ଭୁଲ ପାଇଁ ଆଖିରେ ଅସୁବିଧା ହୋଇଥିବା ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର । କହିଛନ୍ତି, ଆଖିରେ ଟିକିଏ ଅସୁବିଧା ଥିବାରୁ ତାଙ୍କୁ କଟକ ପଠାଇଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ