Advertisment

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି।

Elderly Couple Hacked To Death

Elderly Couple Hacked To Death

Advertisment

ବୀରମିତ୍ରପୁର: ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ପଞ୍ଚାୟତ ଅଧିନସ୍ଥ ଭଦ୍ରାଟୋଲୀ ବସ୍ତିରେ ଗତକାଲି ଏହି ହତ୍ୟାକାଣ୍ଡ ଘଟିଛି। 

Advertisment

ସୂଚନା ଅନୁସାରେ, ବୃଦ୍ଧ ଦମ୍ପତି ଘରେ ଏକା ରହୁଥିବା ବେଳେ ସେମାନଙ୍କ ୩ ସନ୍ତାନ ବାହାରେ ରୁହନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ କେହି ଦୁର୍ବୃତ୍ତ ଘରେ ପଶି ଉଭୟଙ୍କୁ ହାଣି ଥିବା ଜଣାପଡ଼ିଛି। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି।

Advertisment

ଖବର ପାଇ ରାଏବଗା ପୋଲିସ ଓ ବୀରମିତ୍ରପୁର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛନ୍ତି I ପାରିପାର୍ଶ୍ୱିକ ସ୍ଥିତିରୁ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିବେ ବୋଲି ସୂଚନା ମିଳିଛି। ବୃଦ୍ଧ ଦମ୍ପତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।  

Advertisment
Sundargarh Couple Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ