• Astrospeak
  • Live TV
  • Read In English

ଅନୀଲ ଅମ୍ବାନୀଙ୍କ ଅଫିସରେ ଘାଣ୍ଟୁଛି ଇଡି, ଏକା ସଙ୍ଗେ ୩୫ଟି ସ୍ଥାନରେ ରେଡ୍

ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅଫ କମ୍ପାନୀ ଦ୍ବାରା ମନି ଲଣ୍ଡରିଂ ଅଭିଯୋଗ ରହିଛି। ମନି ଲଣ୍ଡରିଂ ମାମଲାରେ ଏହି ରେଡ୍ ହୋଇଥିବା ଜଣାପଡିଛି । ସିବିଆଇ କରିଥିବା FIR ଅଧାରରେ ରେଡ୍ କରାଯାଇଛି ।

Anil Ambani
ଅମ୍ବାନୀ ଅଫିସରେ ଘାଣ୍ଟୁଛି ଇଡି

ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଅଫିସରେ ଇଡି ରେଡ୍ । ଅନୀଲଙ୍କ ମୁମ୍ବାଇ ଓ ଦିଲ୍ଲୀ ଅଫିସରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନୀଲଙ୍କ କମ୍ପାନୀ ସହ ଲିଙ୍କ ଥିବା ୩୫ଟି ସ୍ଥାନରେ ଚଢାଉ କରାଯାଇଛି । କମ୍ପାନୀର ବିଭିନ୍ନ କାର୍ଯାଳୟରେ କାର୍ଯ୍ୟରତ ପ୍ରାୟ ୨୫ ଅଧିକାରୀଙ୍କୁ ଏନେଇ ପଚରାଉଚରା କରାଯାଇଛି ।

ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅଫ କମ୍ପାନୀ ଦ୍ବାରା ମନି ଲଣ୍ଡରିଂ ଅଭିଯୋଗ ରହିଛି। ମନି ଲଣ୍ଡରିଂ ମାମଲାରେ ଏହି ରେଡ୍ ହୋଇଥିବା ଜଣାପଡିଛି । ସିବିଆଇ କରିଥିବା FIR ଅଧାରରେ ରେଡ୍ କରାଯାଇଛି । ସୂଚନା ଅନୁଯାୟୀ, ୨୦୧୭ରୁ ୨୦୧୯ ମଧ୍ୟରେ ୟେସ ବ୍ୟାଙ୍କରୁ ନିଆଯାଇଥିବା ୩ ହଜାର କୋଟି ଟଙ୍କାର ଋଣରେ ହୋଇଥିବା ଆର୍ଥିକ ଅନିୟମିତତାକୁ ନେଇ ରେଡ କରାଯାଇଛି । ୟେସ ବ୍ୟାଙ୍କର ପୂର୍ବତନ ପ୍ରମୋଟରମାନଙ୍କ ସହିତ ଜଡିତ ଲାଞ୍ଚ ମଧ୍ୟ ତଦନ୍ତର ପରିସର ମଧ୍ୟକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ସାଧାରଣ ଟଙ୍କାର ଅପବ୍ୟବହାର କରାଯାଇଥିବା ଇଡି ଦାବି କରୁଛି । ତେଣୁ ଅନୀଲ ଅମ୍ବାନୀ ଗ୍ରୁପ୍ ସହ ଜଡ଼ିତ ଥିବା ବରିଷ୍ଠ ବ୍ୟବସାୟୀ କାର୍ଯ୍ୟନିର୍ବାହୀଙ୍କ ଘରେ ଟିକନିଖ୍ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେୟାରହୋଲ୍ଡର, ନିବେଶକ ଏବଂ ସାର୍ବଜନୀନ ପ୍ରତିଷ୍ଠାନ ସମେତ ଅନେକ ସଂସ୍ଥାକୁ ଠକେଇ କରାଯାଇଥିବା ତଦନ୍ତ କାରୀ ଅଧିକାରୀ ମାନେ ଅନୁମାନ କରୁଛନ୍ତି । କାରଣ ୨୦୧୭ ରୁ ୨୦୧୯ ମଧ୍ୟରେ ୩,୦୦୦ କୋଟି ଟଙ୍କାର ଋଣର ନିଆଯାଇଥିଲା ।

ୟେସ ବ୍ୟାଙ୍କରୁ ଏହି ସମସ୍ତ ଟଙ୍କା ନିଆଯାଇଥିବାବେଳେ ଏହାରି ଉପରେ ଏବେ ସ୍ବତନ୍ତ୍ର ନଜର ପକାଇଛି ଇଡି । ଆଉ ସେହି ଟଙ୍କାକୁ ନେଇ ଖୋଳତାଡ଼ ଜାରି ରଖିଛି । ଖାଲି ସେତିକି ନୁହେଁ କମ୍ପାନୀର କର୍ପୋରେଟ ଋଣ ୨୦୧୭-୧୮ ଆର୍ଥିକ ବର୍ଷରେ ୩,୭୪୨.୬୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୮-୧୯ ଆର୍ଥିକ ବର୍ଷରେ ୮,୬୭୦,୮୦ କୋଟି ଟଙ୍କାରେ ପହଞ୍ଚିଛି ବୋଲି ମଧ୍ୟ ସୂଚନା ଦିଆଯାଇଛି।