Duplicate Spices
କଟକରେ ବାରମ୍ବାର ଠାବ ହେଉଛି ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା କାରଖାନା । ନିକଟରେ ଅପମିଶ୍ରିତ ଟମାଟୋ ସସ୍ କାରଖାନା ଠାବ ହୋଇଥିବା ବେଳେ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ତେବେ କଟକ ଜଗତପୁରର ଅଞ୍ଚଳରେ ଅପମିଶ୍ରିତ ମସଲା କାରଖାନା ଠାବ କରିଛି ପୋଲିସ । ଏଠାରେ ଅପମିଶ୍ରିତ ଲଙ୍କା ଓ ହଳଦି ଗୁଣ୍ଡ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି । ଜଗତପୁର ପୋଲିସ ଚଢ଼ାଉ କରି ଅପମିଶ୍ରିତ କାରଖାନା ଠାବ କରିବା ସହ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି ।
ନକଲି ସାମଗ୍ରୀ ତିଆରି କରିବାର ପେଣ୍ଠସ୍ଥଳୀ ପାଲଟିଛି କଟକ । ଧରାପଡୁଛି ନକଲି କାରବାରର ଠିକଣା । ନିକଟରେ ବିପୁଳ ପରିମାଣର ନକଲି ସସ୍ ତିଆରି ହେଉଥିବା ସ୍ଥାନରେ ପୋଲିସ ଚଢଉ କରି ଶହ ଶହ ନକଲି ସସ୍ ବୋତଲ ଜବତ କରିଥିଲା । କମିଶନରେଟ ପୋଲିସ ଓ ସିଏମସି ପକ୍ଷରୁ ମାଲଗୋଦାମ ଅଂଚଳରେ ମିଳିତ ଚଢଉ କରି ବିପୁଳ ପରିମାଣର ଟମାଟୋ ଓ ଚିଲି ସସ୍ ଜବତ କରାଯାଇଥିଲା । ମାଲଗୋଦାମର ଏକ ଦୋକାନରୁ ନକଲି ସସ୍ ମିଳିବା ପରେ ତିଆରି କାରଖାନାକୁ ମଧ୍ୟ ଠାବ କରାଯାଇଥିଲା । ମାଲଗୋଦାମର ରଣଜିତ ପ୍ରଧାନଙ୍କ ଦୋକାନରେ ଚଢଉ କରି ୧୩ ପେଟିରୁ ଅଧିକ ଅପମିଶ୍ରିତ ଚିଲି ଓ ଟମାଟୋ ସସ୍ ଜବତ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642853235.jpg)