ଟମାଟୋ ସସ୍‌ରେ ଟମାଟୋ ନାହିଁ, ଖାଲି ଅଛି ତ...

ବଜାରରେ ମିଳୁଥିବା ସସ୍‌କୁ ଆପଣ ବେଶ୍ ଉପଭୋଗ କରି ଖାଉଥିବେ । ଲାଲ ରଙ୍ଗର ସସ୍ ଦେଖିବାକୁ ଯେତେ ସୁନ୍ଦର ସ୍ୱାସ୍ଥ୍ୟ ପକ୍ଷେ ସେତେ ଖରାପ । ଏହା ଆମେ କହୁନୁ ବରଂ ଏଭଳି କିଛି ଦୃଶ୍ୟ କଟକର ମାଲଗୋଦାମରେ ଦେଖିବାକୁ ମିଳିଛି । ଏହାର ତିଆରି ପ୍ରଦ୍ଧତି ଓ କାରଖାନାକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଜାଣି ହେବ ଯେ ଏହା ଦେହ ପ୍ରତି କେତେ ହାନିକାରକ ।

Duplicate Sauce in Cuttack

ନକଲି ସାମଗ୍ରୀ ତିଆରି କରିବାର ପେଣ୍ଠସ୍ଥଳୀ ପାଲଟିଛି କଟକ । ଧରାପଡିଲା ନକଲି କାରବାରର ଠିକଣା । ବିପୁଳ ପରିମାଣର ନକଲି ସସ୍ ତିଆରି ହେଉଥିବା ସ୍ଥାନରେ ପୋଲିସ ଚଢଉ କରି ଶହ ଶହ ନକଲି ସସ୍ ବୋତଲ ଜବତ କରିଛି । କମିଶନରେଟ ପୋଲିସ ଓ ସିଏମସି ପକ୍ଷରୁ ମାଲଗୋଦାମ ଅଂଚଳରେ ମିଳିତ ଚଢଉ କରି ବିପୁଳ ପରିମାଣର ଟମାଟୋ ଓ ଚିଲି ସସ୍ ଜବତ କରାଯାଇଛି । ମାଲଗୋଦାମର ଏକ ଦୋକାନରୁ ନକଲି ସସ୍ ମିଳିବା ପରେ ତିଆରି କାରଖାନାକୁ ମଧ୍ୟ ଠାବ କରାଯାଇଛି । ମାଲଗୋଦାମର ରଣଜିତ ପ୍ରଧାନଙ୍କ ଦୋକାନରେ ଚଢଉ କରି ୧୩ ପେଟିରୁ ଅଧିକ ଅପମିଶ୍ରିତ ଚିଲି ଓ ଟମାଟୋ ସସ୍ ଜବତ ହୋଇଥିବା ସୂଚନା ମିଳିଛି ।

ବଜାରରେ ମିଳୁଥିବା ସସ୍‌କୁ ଆପଣ ବେଶ୍ ଉପଭୋଗ କରି ଖାଉଥିବେ । ଲାଲ ରଙ୍ଗର ସସ୍ ଦେଖିବାକୁ ଯେତେ ସୁନ୍ଦର ସ୍ୱାସ୍ଥ୍ୟ ପକ୍ଷେ ସେତେ ଖରାପ । ଏହା ଆମେ କହୁନୁ ବରଂ ଏଭଳି କିଛି ଦୃଶ୍ୟ କଟକର ମାଲଗୋଦାମରେ ଦେଖିବାକୁ ମିଳିଛି । ଏହାର ତିଆରି ପ୍ରଦ୍ଧତି ଓ କାରଖାନାକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଜାଣି ହେବ ଯେ ଏହା ଦେହ ପ୍ରତି କେତେ ହାନିକାରକ ।

କଟକରୁ ପୁଣି ଥରେ ଧରାପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ୍ ଅପ୍ରଶିତ ଟମାଟୋ ସସ୍ ଓ ଚିଲି ସସ୍ । ଟମାଟୋ ସସ୍‌ରେ ଟମାଟୋର କୌଣସି ଚିହ୍ନ, ବର୍ଣ୍ଣ ବି ନାହିଁ । ଖାଲି କଖାରୁ ଆଉ ସେ ବି ସମ୍ପୂର୍ଣ୍ଣ ପଚା । ଏଭଳି କଖାରୁରୁ ତିଆରି ହେଉଥିଲା ସସ୍ । ଆଉ ଏହାକୁ ଏକ ଅପରିଷ୍କାର ଡ୍ରମ୍‌ରେ ରଖି ପ୍ୟାକିଂ କରାଯାଉଥିଲା । କେବେ ପ୍ରସ୍ତୁତ ହେଲା ଏବଂ କେବେ ଏହାର ଏକ୍ସପାଏରୀ ଡେଟ୍ ସେ ସମ୍ପର୍କରେ କୌଣସି ବି ସୂଚନା ଦିଆଯାଇ ନାହିଁ । ମାମଲାରେ ୪୨ ମୌଜାର କାରଖାନାରେ ସିଲ୍ କରି ଖୋଳତାଡ଼ କରୁଛି ପୋଲିସ୍ ।