Advertisment

ମଦୁଆ ସାର୍‌ଙ୍କ କାରନାମା, ନିଶାରେ କୁନିକୁନି ପିଲାଙ୍କୁ ନିର୍ଦ୍ଧୁମ ପିଟିଲେ

ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହା ଶିକ୍ଷାର ମନ୍ଦିର ହୋଇଥିବା ବେଳେ ଏଠାରେ ପିଲାଙ୍କ ଭବିଷ୍ୟତ ଗଢ଼ା ଯାଇଥାଏ। ହେଲେ ବିଭିନ୍ନ ସମୟରେ ସ୍କୁଲ ପରିସର ଭିତରେ କୋମଳମତି ଶିଶୁଙ୍କ ଉପରେ ଛାତିଥରା ନିର୍ଯାତନା ଦିଆଯାଉଥିବା କଥା ସାମନାକୁ ଆସୁଛି।

Drunk Teacher

Drunk Teacher

Advertisment

ମଦ୍ୟପ ଶିକ୍ଷକଙ୍କ ମାଡ଼ରେ ୧୬  ଛାତ୍ରଛାତ୍ରୀ ଲହୁ ଲୁହାଣ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଡେଙ୍ଗେସଖାଲ ଗାଁରୁ । ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯିବା ସହ ମଦ୍ୟପ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । 

Advertisment

ଲଦିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ଅପରାହ୍ନ ୩ଟା ରେ ମଦ୍ୟପାନ କରି ଡେଙ୍ଗେସଖାଲ ସ୍କୁଲକୁ ଯାଇଥିଲେ । ସେଠାରେ କ୍ଲାସରୁୂମ୍‌ରେ ପଶି ଛାତ୍ରଛାତ୍ରୀଙ୍କୁ ପାଠ ପଠାଇବାର ଆଳରେ ପ୍ରଶ୍ନ ପଚାରିଥିଲେ । ତେବେ ଉତ୍ତର ଦେଇନପାରିବାରୁ ଛାତ୍ରଛାତ୍ରୀଙ୍କୁ ବାଡ଼ିରେ ନିର୍ଧୂମ ମାଡ଼ ମାରିଥିଲେ । ଛାତ୍ରଛାତ୍ରୀଙ୍କ ଚିତ୍କାର ଶୁଣି ସ୍କୁଲ ନିକଟରେ ଥିବା ଜଣେ ଅଭିବାବକ ଆହତ ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରି ଅଡ଼ବା ମେଡ଼ିକାଲରେ ଭର୍ତି କରିଥିଲେ । 

ଡେଙ୍ଗେସଖାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏନେଇ ଥାନାରେ ଅଭିଯୋଗ କରିବା ସହ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Advertisment

ରିପୋର୍ଟର- ମିହିର ଜତି, ମୋହନା

Drunk Teacher Students Injured
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ