Advertisment

Bomb Threat: ମଦ ଦୋକାନରେ କାମ କରୁଥିଲା, ନିଶାରେ କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ବୋମାରେ ଉଡ଼ାଇବାକୁ ଧମକ ଦେଲା

ଉମେଶ ରାଉତ ମଦ ନିଶାରେ ଏହି କଲ କରିଥିଲା। ପୋଲିସ ସନ୍ଦେହ କରୁଛି ଯେ ଦୁଷ୍ଟାମୀ କରିବାକୁ ସେ ଏହି କଲ୍ କରିଥିଲା । ତଥାପି ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି ପୋଲିସ।

detain

detain

Advertisment

ନାଗପୁରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନାଗପୁରସ୍ଥିତ ବାସଭବନକୁ ବୋମାରେ ଉଡ଼ାଇବାକୁ ଧମକ ଦେଇଛି ଜଣେ ଯୁବକ । ଏହି ଯୁବକକୁ ପୋଲିସ ଉଠାଇ ନେଇଛି । ତାକୁ ଏବେ ପୋଲିସ ହେପାଜତରେ ରଖାଯାଇଛି। ଅଭିଯୁକ୍ତର ନାଁ ହେଉଛି ଉମେଶ ବିଷ୍ଣୁ ରାଉତ । ସେ ନାଗପୁର ମେଡିକାଲ ଛକ ନିକଟରେ ଥିବା ଏକ ଦେଶୀ ମଦ ଦୋକାନରେ କାମ କରେ।
ଶନିବାର ଦିନ ନାଗପୁର ପୋଲିସ ନିୟନ୍ତ୍ରଣ କକ୍ଷକୁ ଏକ କଲ ଆସିଥିଲା । ସେଥିରେ କୁହାଯାଇଥିଲା ଯେ ଗଡ଼କରୀଙ୍କ ବାସଭବନକୁ ୧୦ ମିନିଟ ମଧ୍ୟରେ ବୋମାରେ ଉଡ଼ାଇ ଦିଆଯିବ। ଏହି କଲଟି ୧୧୨ ହେଲ୍ପଲାଇନ ନମ୍ବରକୁ କରାଯାଇଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲ କରିଥିବା ଯୁବକକୁ ଚିହ୍ନଟ କରିଥିଲା । ତାକୁ ସକ୍କରଦାରାସ୍ଥିତ ବୀମା କ୍ଲିନିକରୁ ଗିରଫ କରିଥିଲା।
ଉମେଶ ରାଉତ ମଦ ନିଶାରେ ଏହି କଲ କରିଥିଲା। ପୋଲିସ ସନ୍ଦେହ କରୁଛି ଯେ ଦୁଷ୍ଟାମୀ କରିବାକୁ ସେ ଏହି କଲ୍ କରିଥିଲା । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି। ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ଥିଲା କି ନାହିଁ, ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ଏହି ଘଟଣା ପରେ ଗଡ଼କରୀଙ୍କ ବାସଭବନର ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ଧରାଇଦେଲା କଲ୍ ରେକର୍ଡ, ବିବାହ ପରେ ମନ୍ନତ ସହ ଥିଲା ସଂପର୍କ

Nitin Gadkari Detained By Cops Bomb Threat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ