Advertisment

ପୁଅର ତଣ୍ଟି ଚିପି ଚିଠି ଲେଖିଲା... ‘ପୁଅ ସହ ମୋତେ ଏକାଠି ପୋତିବ, ତା’ର ଯତ୍ନ ନେବାକୁ କେହି ନାହାଁନ୍ତି’

‘ମୋତେ ଓ ମୋ ପୁଅକୁ ଗୋଟିଏ କୋକେଇରେ ନେବ ଓ ଗୋଟିଏ ସ୍ଥାନରେ ପୋତିବ । ମୁଁ ମଲା ପ‌ରେ ତାର ଯତ୍ନ ନେବାକୁ କେହି ନାହାନ୍ତି ’। ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ସେ ଗତ କିଛି ଦିନ ହେଲା ଚାପଗ୍ରସ୍ତ ଥିଲା...

ଅଦ୍ୟତନ ହୋଇଛି
crime

crime

Advertisment

ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ଚାପଗ୍ରସ୍ତ ହୋଇ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଛି । ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଜଣେ ବ୍ୟକ୍ତି ନିଜର ତିନି ବର୍ଷର ପୁଅକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପୁଅକୁ ହତ୍ୟା କରିବା ପରେ ସେ ନିଜ ବେକକୁ ଛୁରିରେ କାଟି ପକାଇଥିଲେ । ଖବର ପାଇବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଗୁପ୍‌ଚୁପ୍‌ ପାଇଁ ଲଙ୍କାକାଣ୍ଡ ! ଖାଇବାକୁ ମନା କରିବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ସ୍ତ୍ରୀ କାଜଲ ଓ ତିନିବର୍ଷର ପୁଅ ସହିତ ରହୁଥିଲେ ଗଣେଶ ବିଠଲ ଚୌଧୁରୀ । ଗଣେଶ ତାଙ୍କ ପୁଅ ଓ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ । କିନ୍ତୁ ତାଙ୍କର ମଦ ପିଇବାର ଅଭ୍ୟସ ପାଇଁ ସ୍ତ୍ରୀ ସହ ସବୁବେଳେ ମନୋମାଳିନ୍ୟ ହେଉଥିଲା । ସ୍ତ୍ରୀ ଅନେକ ଥର ଏଥିରୁ ନିବୃତ୍ତ ରହିବାକୁ କହୁଥିଲେ । ତେବେ ଗଣେଶ ସ୍ତ୍ରୀ ଆଗରେ ବଦଳିଯିବାର ପ୍ରତିଶ୍ରୁତି ଦେଉଥିଲା, ହେଲେ ମଦ ଆଗରେ ସବୁ ପ୍ରତିଶ୍ରୁତି ଯେପରି ତା’ର ପାଣିର ଗାର ହୋଇଯାଉଥିଲା ।

Advertisment

ହନୁମାନ ଜୟନ୍ତୀ ଦିନ ବି ଗଣେଶ ମଦ ପିଇ ଘରକୁ ଆସିଥିଲା । ସମସ୍ତେ ପୂଜା ପାଠରେ ବ୍ୟସ୍ତ ଥିବାବେଳେ ନିଶାରେ ଚୁର ହୋଇ ପହଞ୍ଚିଥିଲା ଗଣେଶ । ଏଥିରେ ସ୍ତ୍ରୀ କାଜଲ ରାଗି ଯାଇଥିଲେ ଓ ଏକଥାକୁ ନେଇ ଉଭୟଙ୍କର ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ଗ‌ଣେଶ କାଜଲଙ୍କୁ ମାଡ଼ ମାରିଥି‌ଲେ । ଆଉ କାଜଲ ରାଗି ଯାଇ ଘର ଛାଡ଼ି ଚାଲି ଯାଇଥିଲେ।

ସ୍ତ୍ରୀ ଚାଲିଯବା ପରେ ଗ‌ଣେଶ ଚିନ୍ତାରେ ରହୁଥିଲା । ପରେ ପରେ ପୁଅ ସହ ଘରେ ରହୁଥିବା ବେଳେ ଏଭଳି ଚରମ ନିଷ୍ପତ୍ତି ନେଇଥିଲା । ତେବେ ପୁଅକୁ ହତ୍ୟା କରିବା ପୂର୍ବରୁ କାକା ପୁଅ ଭାଇ ଉଦ୍ଦେଶ୍ୟରେ ସେ ଏକ ଚିଠି ଲେଖିଥିଲା ।

Advertisment

ଚିଠିରେ ଲେଖାଥିଲା, ମୋତେ ଓ ମୋ ପୁଅକୁ ଗୋଟିଏ କୋକେଇରେ ନେବ ଓ ଗୋଟିଏ ସ୍ଥାନରେ ପୋତିବ । ମୁଁ ମଲା ପ‌ରେ ତାର ଯତ୍ନ ନେବାକୁ କେହି ନାହାନ୍ତି । ସେଥିପାଇଁ ମୁଁ ତାକୁ ବି ସାଙ୍ଗରେ ନେଇ ଯାଉଛି । ଜାଣିଛି ମୁଁ ଭୁଲ କରିଛି । ମୋତେ କ୍ଷମା କରିଦେବ । OK, Good Bye. I Love You ପୁଅ । ଏହି ନୋଟ୍‌ ଲେଖିବା ପରେ ପୁଅକୁ ମାରି ଆତ୍ମହତ୍ୟା କରିଥିଲା ଯୁବକ । ହେଲେ ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ