Advertisment

Illegal Abortion Kits: ରାଜଧାନୀରେ ବେଆଇନ ଗର୍ଭପାତ କିଟ୍ ବିକୁଥିବା ନେଇ ଧରପଗଡ଼

ବେଆଇନ ଗର୍ଭପାତ କିଟ୍ ବିକୁଥିବା ନେଇ ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ ପକ୍ଷରୁ ନୟାପଲ୍ଲୀ ଅଞ୍ଚଳରେ ମେଡିସିନ୍ ଷ୍ଟୋର୍ ରେ ରେଡ୍ ହୋଇଛି। ବିନା ଡାକ୍ତରୀ ପ୍ରେସ୍ କ୍ରିପସନ୍ ରେ କିଟ୍ ବିକୁଥିବା ଅଭିଯୋଗ।

ଅଦ୍ୟତନ ହୋଇଛି
Illegal abortion kit

Illegal abortion kit

Advertisment

ବେଆଇନ ଗର୍ଭପାତ କିଟ୍ ବିକ୍ରି ଉପରେ ବଡ ଧରଣର ଚଢାଉ କରିଛି ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ମେଡିସିନ ଷ୍ଟୋରରେ ବେଆଇନ ଗର୍ଭପାତ କିଟ୍ ବିକ୍ରି ନେଇ ଚଢାଉ କରାଯାଇଛି । ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ ଏହି ଗର୍ଭପାତ କିଟ୍ ବିକ୍ରି କରୁଥିବା ଜଣାପଡିଛି । ଏହି ଚଢାଉରେ ତିନି ଜଣିଆ ଟିମ୍ ସାମିଲ ଅଛନ୍ତି । ଚଢାଉ ବେଳେ ବହୁ ପରିମାଣର ଗର୍ଭପାତ କିଟ୍ ଜବତ କରାଯାଇଛି । ବିନା ପ୍ରେସକ୍ରିପସନରେ ଔଷଧର ଅପବ୍ୟବହାରକୁ ରୋକିବା ଉଦ୍ଦେଶ୍ୟରେ ଏହି ଚଢାଉ ହୋଇଥିଲା । ଡାକ୍ତରଙ୍କ ବିନା ପରାମର୍ଶରେ ଏହି କିଟ୍ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି ।

Advertisment

ଅଧିକ ପଢନ୍ତୁ: ଆଧୁନିକ ଜୀବନ ଶୈଳୀର ପରିଣାମ ହେଉଛି ଫ୍ୟାଟି-ଲିଭର୍, ଏଥିରୁ କେମିତି ମୁକୁଳିବେ ?

ଏ ନେଇ ଡ୍ରଗସ କଣ୍ଟ୍ରୋଲ୍ ବିଭାଗର ଅଧିକାରୀ କହିଛନ୍ତି ଯେ, ‘‘ବିଭାଗର ନିର୍ଦ୍ଦେଶାନୁଯାୟୀ, ଗର୍ଭପାତ କିଟର ବେଆଇନ ବ୍ୟବହାରକୁ ରୋକିବା ପାଇଁ ଏହି ଚଢାଉ ହୋଇଛି । ଏହି ଦୋକାନରେ ହୋଇଥିବା ଚଢାଉରେ ବିପୁଳ ପରିମାଣର ବେଆଇନ ଗର୍ଭପାତ କିଟ୍ ଜବତ କରିଛୁ । ମିସୋପ୍ରିସ୍ତୋଲ ଭଳି ମେଡିସିନ ଡାକ୍ତରଙ୍କ ବିନା ପରାମର୍ଶରେ ଗ୍ରହଣ କଲେ ତାହା ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହା ଗ୍ରହଣ କରିବା ଦ୍ୱାରା ଭବିଷ୍ୟତରେ ବନ୍ଧ୍ୟାତ୍ୱ ସମେତ ଅନ୍ୟାନ୍ୟ ଜଟିଳ ସମସ୍ୟା ସୃଷ୍ଟି ହେବା ସହିତ ପ୍ରଚୁର ରକ୍ତସ୍ରାବ ମଧ୍ୟ ହୁଏ, ଯାହା ଅତ୍ୟନ୍ତ ବିପଦ୍‌ଜନକ ବୋଲି ଅଧିକାରୀ ଜଣକ କହିଛନ୍ତି ।’’

Advertisment

‘‘ଆମ ପାଖରେ ଥିବା ସୂଚନା ଅନୁସାରେ, ଆମେ ସବୁ ଦୋକାନରେ ତଦନ୍ତ କରୁଛୁ । ଯେଉଁମାନେ ଏହି ଗର୍ଭପାତ କିଟଗୁଡିକର ବେଆଇନ ବିକ୍ରି କରୁଛନ୍ତି, ସେମାନଙ୍କ ଦୋକାନକୁ ତୁରନ୍ତ ସିଲ୍ କରାଯିବ ନାହିଁ । ଚଢାଉ ହୋଇଥିବା ଦୋକାନର ଚୂଡାନ୍ତ ରିପୋର୍ଟ ପ୍ରଥମେ ଦାଖଲ କରାଯିବ । ତା’ପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ଆବଶ୍ୟକ ପଡିଲେ ଦୋକାନର ଲାଇସେନ୍ସ ରଦ୍ଦ କରାଯିବ ।’’

ତେବେ ଏହି ଚଢାଉକୁ ନେଇ ଦୋକାନୀ କହିଛନ୍ତି, ‘‘ଆମେ ପୂର୍ବରୁ ଯେଉଁମାନେ ଏହା ଆବଶ୍ୟକ କରୁଥିଲେ, ସେମାନଙ୍କୁ ବିକ୍ରି କରୁଥିଲୁ । କିନ୍ତୁ ଏବେ ବିକ୍ରି କରିବା ବନ୍ଦ କରି ଦେଇଛୁ ।’’

Advertisment

ଅଧିକ ପଢନ୍ତୁ: ସ୍ତନ କର୍କଟ ଚିହ୍ନଟ କରିବ ବାୟୋ ସେନସର, NIT ରାଉରକେଲା ଛାତ୍ରଙ୍କ ଆବିଷ୍କାର

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ