ଉଦଳା ଥାନା ଅଞ୍ଚଳରେ ରେଡ୍ : ଡ୍ରଗ୍ସ ଜବତ, ଜଣେ ଗିରଫ

ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର । ମୟୂରଭଂଜ ଜିଲ୍ଲା ଉଦଳା ଥାନା ଯଇଦା ଗାଁରେ ଚଢ଼ାଉ କରି ଅବକାରୀ ବିଭାଗ ଓ ସ୍ପେସାଲ ସ୍କ୍ୱାର୍ଡ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ଜବତ କରିଛି । ଅଭିଯୁକ୍ତ ରଜତ କୁମାର କରକୁ ମଧ୍ୟ ଗିରଫ କରିଛି ମିଳିତ ଟିମ୍

ସାଙ୍କେତିକ ଚିତ୍ର

News Summary

ଡ୍ରଗ୍ସ ରାକେଟ ଉପରେ ଅଭିଯୁକ୍ତକୁ ପଚରା ଉଚରା

କନ୍ଧମାଳରେ ଗଂଜେଇ ଚାଷ ନଷ୍ଟ

୧୩ କୋଟି ଟଙ୍କାର ଗଂଜେଇ ଚାଷ ନଷ୍ଟ କରାଗଲା

ଭୁବନେଶ୍ୱର : ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର । ମୟୂରଭଂଜ ଜିଲ୍ଲା ଉଦଳା ଥାନା ଯଇଦା ଗାଁରେ ଚଢ଼ାଉ କରି ଅବକାରୀ ବିଭାଗ ଓ ସ୍ପେସାଲ ସ୍କ୍ୱାର୍ଡ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ଜବତ କରିଛି । ଅଭିଯୁକ୍ତ ରଜତ କୁମାର କରକୁ ମଧ୍ୟ ଗିରଫ କରିଛି ମିଳିତ ଟିମ୍ । ରେଡ୍ ବେଳେ ରଜତର ଘରୁ ୧୦ ଗ୍ରାମର ବ୍ରାଉନ ସୁଗର ଜବତ ହୋଇଥିଲା । ଅଭିଯୁକ୍ତ ଜଣକ ବହୁ ଦିନରୁ ଡ୍ରଗ୍ସ କାରବାର କରୁଥିବା ଅବକାରୀ ବିଭାଗ ପାଖରେ ଖବର ଥିଲା । ତା ଉପରେ ନଜର ରଖାଯାଇଥିଲା ।

ଶେଷରେ ତା ଘରେ ଚଢାଉ କରି ବ୍ରାଉନ ସୁଗର ଜବତ କରାଯାଇଛି । ସେ କେଉଁଠାରୁ,କାହାଠାରୁ ଡ୍ରଗ୍ସ ଆଣୁଥିଲା, କାହାକୁ ବିକୁଥିଲା, ସେ ସଂପର୍କରେ ଅଭିଯୁକ୍ତକୁ ପଚରା ଉଚରା କରାଯାଉଛି । ଏହା ପଛରେ ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି ।

ସେପଟେ କନ୍ଧମାଳ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍ ଗୋଛାପଡ଼ା ଅଞ୍ଚଳର କେତେକ ଗାଁରେ ଚଢାଉ କରି କୋଟି କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ କରିଛନ୍ତି । ଜଙ୍ଗଲରେ ଏକ ପ୍ରକାର ଚାଷ କରାଯାଇଥିବା ୧୩୩ ଏକରର ଗଂଜେଇ ଗଛ ନଷ୍ଟ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୧୩ କୋଟି ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ଓ ଅବକାରି ବିଭାଗର କନେଷ୍ଟବଳଙ୍କ ସହିତ ୩୦ରୁ ଅଧିକ ଶ୍ରମିକ ଏଥିରେ ନିୟୋଜିତ ହୋଇଥିଲେ ।