Advertisment

କେମିତି ଥିଲା ସୌମ୍ୟ-ବିଦ୍ୟାଭାରତୀଙ୍କ ସମ୍ପର୍କ ? ମୁହଁ ‌ଖୋଲିଲେ ଡ୍ରାଇଭର

ଦିନକୁ ଦିନ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଅଡ଼ୁଆ ସୂତାରେ ଗୁଡାଇ ହେବା ସହିତ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

କେମିତି ଥିଲା ସୌମ୍ୟ-ବିଦ୍ୟାଭାରତୀଙ୍କ ସମ୍ପର୍କ ? ମୁହଁ ‌ଖୋଲିଲେ ଡ୍ରାଇଭର

soumya and bidya bharati

Advertisment

ଉଦଳା: ଦିନକୁ ଦିନ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଅଡ଼ୁଆ ସୂତାରେ ଗୁଡାଇ ହେବା ସହିତ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏ ସବୁ ଭିତରେ ସାମ୍ନାକୁ ଆସିଛନ୍ତି ଗାଡି ଡ୍ରାଇଭର। ଯିଏକି ବିଦ୍ୟାଭାରତୀ ଓ ସୌମ୍ୟଙ୍କୁ ବଲାଙ୍ଗିରରୁ ଆଣିବାକୁ ଯାଇଥିଲେ। 

Advertisment

ଏପ୍ରିଲ୍ ୧୩ ତାରିଖ ଦିନ ଡ୍ରାଇଭର ଜଣକ ବିଦ୍ୟାଭାରତୀଙ୍କ ବାପା ଏବଂ ମା’ଙ୍କୁ ନେଇ ବଲାଙ୍ଗିର ଯାଇଥିଲେ। ସେଠାରୁ ବିଦ୍ୟାଭାରତୀ ଏବଂ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନଙ୍କୁ ସାଙ୍ଗରେ ନେଇ ବିଦ୍ୟାଭାରତୀଙ୍କ ବାପଘର ଗୌଡ ଗାଁକୁ ଫେରିଥିଲେ। ସେଠାରେ  ୫ ରୁ ୬ ଦିନ ରହିବା ପରେ ୨୨ ତାରିଖ ସୁଦଶାବ୍ରତ ପୂର୍ବ ଦିନ ପୁଣି ଉକ୍ତ ଡ୍ରାଇଭର ନିଜେ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କୁ ଗାଡିରେ ନେଇ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ କ୍ୱାର୍ଟର୍ସକୁ ଛାଡ଼ିବାକୁ ଯାଇଥିଲେ। ସେଠାରେ ଉଭୟଙ୍କୁ ଛାଡିଥିଲେ।

ସୌମ୍ୟ ଏବଂ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ଯିବା ସମୟରେ ଗାଡ଼ି ଭିତରେ ଉଭୟଙ୍କ ମଧ୍ୟରେ ସେଭଳି କୌଣସି କଥାବାର୍ତ୍ତା ହୋଇ ନ ଥିବା ବେଳେ ସମସ୍ତେ ବେଶ୍ ଖୁସିରେ ଥିଲେ ବୋଲି ଡ୍ରାଇଭର କହିଛନ୍ତି। ଡ୍ରାଇଭର କହିଛନ୍ତି, ‘ ଝିଅ-ଜ୍ୱାଇଁ(ସୌମ୍ୟ ଓ ବିଦ୍ୟାଭାରତୀ)ଙ୍କୁ ବଲାଙ୍ଗିରରୁ ଆଣିବା ସହ ତାଙ୍କୁ ପାରଳାଖେମୁଣ୍ଡି ମଧ୍ୟ ଛାଡ଼ିବାକୁ ଯାଇଥିଲି। ଏପ୍ରିଲ୍ ୧୩ ତାରିଖ ଦିନ  ବିଦ୍ୟାଭାରତୀଙ୍କ ବାପା ଏବଂ ମା’ଙ୍କୁ ନେଇ ବଲାଙ୍ଗିର ଯାଇଥିଲେ। ସେଠାରୁ ବିଦ୍ୟାଭାରତୀ ଏବଂ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନଙ୍କୁ ସାଙ୍ଗରେ ନେଇ ବିଦ୍ୟାଭାରତୀଙ୍କ ବାପଘର ଗୌଡ ଗାଁକୁ ଫେରିଥିଲି।ଗୌଡଗାଁରେ ୫ ରୁ ୬ ଦିନ ରହିବା ପରେ ୨୨ ତାରିଖ ସୁଦଶାବ୍ରତ ପୂର୍ବ ଦିନ ପୁଣି ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କୁ ଗାଡିରେ ନେଇ ପାରଳାଖେମୁଣ୍ଡି ସ୍ଥିତ ସୌମ୍ୟଙ୍କ କ୍ୱାର୍ଟର୍ସକୁ ଛାଡ଼ିବାକୁ ଯାଇଥିଲି।ସେଠାରେ ଉଭୟଙ୍କୁ ଛାଡିଥିବା ବେଳେ ଉକ୍ତ ଦିନ ରାତିରେ କ୍ୱାର୍ଟର୍ସରେ ରହି ଯିବାକୁ ସୌମ୍ୟ କହିଥିଲେ। ହେଲେ ମୁଁ ମନା କରିଥିଲେ। ପାରଳାଖେମୁଣ୍ଡି ଯିବା ସମୟରେ ସୌମ୍ୟ ଓ ବିଦ୍ୟାଭାରତୀ ବେଶ୍‌ ହସଖୁସିରେ ଥିଲେ। ସେମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା। ଗାଡ଼ି ଭିତରେ ସେମାନେ କୌଣସି ଝଗଡ଼ା ମଧ୍ୟ ହୋଇନଥିଲେ। 

Advertisment

୯୫% ପୋଡ଼ି ଯାଇଥିବାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। 

Advertisment

‘୬ ମାସ ହେଲା ବାହାଘର ହୋଇଛି। ପୁଅ-ବୋହୂ ପାରଳାଖେମୁଣ୍ଡିରେ ରୁହନ୍ତି। ପୁଅ-ବୋହୂ ଗୋଟିଏ ରୁମ୍‌ରେ ଥିଲେ। ପୁଅ ପୋଡ଼ିଗଲା, ହେଲେ ବୋହୂ କେମିତି ଜାଣିପାରିଲା ନାହିଁ ? ମୁଖ୍ୟ ଆସାମୀ ବୋହୂ। ବୋହୂକୁ ଗିରଫ କରାଗଲା ନାହିଁ କାହିଁକି ? ତେଣୁ ଏହା ପଛରେ କିଛି ଚକ୍ରାନ୍ତ ଚାଲିଛି। ବୋହୂକୁ କ’ଣ ପାଇଁ ଜେରା କରାଯାଉ ନାହିଁ କାହିଁକି ? ବୋହୂକୁ ଗିରଫ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ’ ବୋଲି ସୌମ୍ୟଙ୍କ ବାପା କହିଛନ୍ତି।

Soumya Rajan Mohapatra Paralakhemundi ACF Death Bidya Bharati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ