Advertisment

ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର

ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀକୁ ପୋଲିସ୍‌ ଏନ୍‌କାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଏନ୍‌କାଉଣ୍ଟର କରାଯାଇଛି।

ଅଦ୍ୟତନ ହୋଇଛି
Dreaded criminal nabbed after encounter in Bhubaneswar

Dreaded criminal nabbed after encounter in Bhubaneswar

Advertisment

ରାଜଧାନୀରେ ଏନ୍‌କାଉଣ୍ଟର। ରାଜଧାନୀ ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲାଇ ଓରଫ ଜିତୁକୁ ପୋଲିସ୍‌ ଏନ୍‌କାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଜିତେନ୍ଦ୍ରକୁ ଏନ୍‌କାଉଣ୍ଟର କରାଯାଇଛି। ଅପରାଧୀ ଜିତୁ ଦେହରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟରେ କୁଖ୍ୟାତ ଅପରାଧୀ ଜିତୁ ଏକ କାର୍‌ରେ ଆସୁଥିବା ଖବର ପାଇ ଖାରବେଳନଗର ଥାନା ଆଇଆଇସି ଓ ତାଙ୍କ ଟିମ୍ ପିଛା କରିଥିଲେ। ସେହି ସମୟରେ ଅପରାଧୀ ଜିତୁ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପରେ ପୋଲିସ ନିଜର ଆତ୍ମରକ୍ଷା ପାଇଁ ଜିତୁକୁ ଏନ୍‌କାଉଣ୍ଟର କରିଥିଲା। 

Advertisment

ଅପରାଧୀ ଜିତୁ ଦେହରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ